ପୃଷ୍ଠା:Arkakshetra konark.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଲିଙ୍ଗରାଜ - ୧୦୬୦ ଠାରୁ ୧୧୦୦ ଖ୍ରୀ.ଅ. । ଏଥିରେ ପଥ୍ର ମ ୯ ଥାକ ପୀଢ ପରେ ଗୋଟଏି ପାରା ଘର ଏବଂ ତାହା ପରେ ୬ ଥାକ ପୀଢ଼ । ଏଥିରେ ପ୍ରଥମ କରି ଅମଳା ଯୋଡ଼ାଗଲା ଏବଂ ଦୁଇଟି ପୀଢ଼ ଥାକ ମଧ୍ୟରେ ଅପୂର୍ବ କାରୁକାର୍ଯ୍ୟମୟ ସିଂହପୀଠ ଯୋଡ଼ାଗଲା । (ଫଟୋ : ୧୪-ଘ)

ପୁରୀ ଜଗନ୍ନାଥ ମନ୍ଦିର - ଏକାଦଶ ଶତାବ୍ଦୀ - ଏଥିରେ ୭ ଥାକ ପୀଢ଼ ପରେ ଗୋଟିଏ ପାରାଘର ଏବଂ ତାହା ଉପରକୁ ୫ ଥାକ ପୀଢ଼ । ମନେ ହୁଏ ମନ୍ଦିରଟି ହେଳାରେ ଗଢ଼ା ଯାଇଥିଲା, ଲିଙ୍ଗରାଜ ମନ୍ଦିରର ଶିଳ୍ପ ଐଶ୍ୱର୍ଯ୍ୟ ଏ ମନ୍ଦିରରେ ନାହିଁ ।

କୋଣାର୍କ - ୧୨୫୬ ଖ୍ରୀ.ଅ.- ବର୍ତ୍ତମାନ ଆସିଗଲା ତିି ଥାକ ପୀଢ଼ ଓ ଦୁଇଥାକ ପାରାଘର । ପ୍ରଥମ ଥାକରେ ୬ଟି ପୀଢ଼, ଦ୍ୱିତୀୟ ଥାକରେ ପୁଣି ୬ଟି ପୀଢ଼ ଓ ଶେଷ ଥାକରେ ୫ ଥାକ ପୀଢ଼ । ସ୍ଥପତିର ଶିଳ୍ପ ଚିନ୍ତାରେ ସାମଞ୍ଜସ୍ୟ ଓ ସନ୍ତୁଳନ ('Sense of proportion and balance') ର ପଟ୍ଟାନ୍ତର ନାହିଁ । ମନ୍ଦିର ଶିଳ୍ପ ଶୀର୍ଷ ବିନ୍ଦୁ ଛୁଇଁଗଲା । (ଫଟୋ : ୧୪-ଙ)

ପୀଢ଼ ଦେଉଳର କ୍ରମ ବିବର୍ତ୍ତର ଚିତ୍ରମାଳା ୯୧-୯୨ ପୃଷ୍ଠାରେ ପ୍ରଦତ୍ତ ହେଲା ।

ସ୍ଥାପତ୍ୟ ପରିଚିତି :

କୋଣାର୍କର ଶିଳ୍ପ ବିଶେଷତ୍ୱ କ'ଣ ବୁଝିବା ପାଇଁ ଏ ସ୍ଥାପତ୍ୟର ବିଭି୍ନ ବିଭାଗ ସହିତ ପରିଚିତ ହେବା ଆବଶ୍ୟକ ।

ଭିତ୍ତିଭୂମି - ବିଷୟଟି ପୂର୍ବରୁ ଆଲୋଚିତ ହୋଇଛି ଅନ୍ୟ ପ୍ରସଙ୍ଗରେ । ତଥାପି ପୁଣିଥରେ ଆଲୋଚିତ ହେଉଛି; ନଚେତ୍‍ 'ସ୍ଥାପତ୍ୟ ପରିଚିତି' ଅସଂପୂର୍ଣ୍ଣ ରହିଯିବ । ଯେ କୌଣସି ଇମାରତ୍‍ର ଆରମ୍ଭ ନିଅଁ ଖୋଳାରୁ । ସେ ଭାବରେ ଦେଖିବାକୁ ଗଲେ ଓଡ଼ିଶା ଦେଉଳର ନିଅଁ ହୁଏନା ଅର୍ଥାତ୍‍ କାନ୍ଥ ତଳକୁ ଚଉଡ଼ା କରି ଖୋଳା ଯାଏନା, ସମ୍ପୂର୍ଣ୍ଣ ମନ୍ଦିରଟି ଗୋଟିଏ ନିଦା ଚଟାଣ ଉପରେ ନିର୍ମିତ ହୁଏ । ସେ ଚଟାଣ ଜମି ସହିତ ସମତୁଲ ରହିପାରେ (ଯଥା ଲିଙ୍ଗରାଜ) ଅଥବା ଗୋଟିଏ ପୀଠ ଆକାରରେ ଉଠିପାରେ (ଯଥା ରାଜରାଣୀ, କୋଣାର୍କ ଇତ୍ୟାଦି) ସେ ପତନ ଅଥବା ପୀଠ ପଥରରେ ଗଢ଼ା ହୋଇଥାଏ ଏବଂ ମାଟିତଳକୁ ଯାଇଥାଏ । କେତେ ତଳକୁ ? ସାଧାରଣତଃ ସମ୍ପୂର୍ଣ୍ଣ ମନ୍ଦିରର ୧/୩ ଅଂଶ ।(୨୦୯) କୋଣାର୍କ ମନ୍ଦିରର ଆକଳିତ ଉଚ୍ଚତା ଥିଲା ୨୨୮ ଫୁଟ୍‍ । ତେଣୁ ଏହାର ପୀଠ ୭୬ ଫୁଟ୍‍ ମାଟି ତଳକୁ ଯିବା କଥା । ଭୂମି ଚୟ ନେଇ ସେ ଯୁଗରେ ବହୁ ବାଧ୍ୟବାଧକତା ଥିଲା, ଅଗ୍ନି ପୁରାଣରେ ଏ ବିଷୟରେ ବସ୍ତୃତଭାବେ ଉପଦେଶ ଲିପିବଦ୍ଧ ଅଛି । ଏହାଛଡ଼ା ସେ ଯୁଗରେ ମଧ୍ୟ soil testing କଥା ଜଣାଥିଲା । କଶ୍ୟପ ପୁରାଣ ଓ ମତ୍ସ୍ୟ ପୁରାଣରେ ମାଟି ପରୀକ୍ଷା କରିବାର ଗୋଟିଏ ସହଜ ପନ୍ଥା ଉଲ୍ଲିଖିତ ଅଛି । ହାତେ ଗଭୀର ଗୋଟିଏ ଗର୍ତ୍ତ ଖୋଳି ଖୋଳା ହୋଇଥିବା ମାଟି ପୁଣି ସେ ଗାତରେ ଭରି ଦେବାକୁ ପଡ଼ିବ । ଭରିଥିବା ମାଟି ଗାତରୁ ଉଛୁଳି ପଡ଼ିପାରେ, ସମତୁଲ ହୋଇପାରେ କିମ୍ବା ଭର୍ତ୍ତିି ନ ହୋଇପାରେ । ଏହା ଯଥାକ୍ରମେ "ଭଲ', 'ଚଳନଯୋଗ୍ୟ, ଏବଂ 'ମନ୍ଦ' ସୂଚିତ କରିବ । ଇମାରତ୍‍ର ଆକାରକୁ ନଜରରେ ରଖି ପ୍ରଥମ ଦୁଇଟି ବିକଳ୍ପ ଚୟ କରାଯିବ କିନ୍ତୁ ଦ୍ୱିତୀୟ ବିକଳ୍ପ ସର୍ବଦା ବର୍ଜୀୟ ହେବ ।(୨୧୦) ଏ ସମସ୍ତ ସାଧାରଣ ନିୟମ ବାହାରେ ଦେଖିଲେ, ଓଡ଼ିଶା ମାଟିତଳେ ଅଛି laterite ପଥରର ଗୋଟିଏ କଠିଣ substratum । ସ୍ଥପତିର ଲକ୍ଷ୍ୟ ଥିଲା ମାଟି ଖୋଳି ସମଗ୍ର ମନ୍ଦିର ତଳ ଗୋଟିଏ ଟାଣ ଭୂମି ଉପରେ ରଖିଦେବ ।(୨୧୧) ଆଜି ଯେଉଁମାନେ କହୁଛନ୍ତି, କୋଣାର୍କର ମୂଳ ଦବି ଯିବାରୁ ମନ୍ଦିରଟି ଧ୍ୱଂସ ହେଲା ସେମାନେ ପୁରାତନ ବିଜ୍ଞାନର ଏ ଦିଗଟି ପ୍ରତି ନଜର ଦେଲେ ଭଲ ହୁଅନ୍ତା ।

ମନ୍ଦିରର ଦିଗ ନିର୍ଣ୍ଣୟ :

ଏହା ପର ପଦକ୍ଷେପ ସଠିକ୍‍ ଦିଗ ନିର୍ଣ୍ଣୟ । ଆଧୁିକ ସ୍ଥପତି ମଧ୍ୟ ଦିଗ ନିର୍ଣ୍ଣୟ କରିଥାଏ, କିନ୍ତୁ ସହର ଜୀବନରେ କ୍ରମବର୍ଦ୍ଧମାନ ସ୍ଥାନାଭାବ ଯୋଗୁଁ, କେଉଁ ପଟକୁ ମୁହଁ କରି ଘର ତୋଳା (ଗଢ଼ା) ହେବ, ସମୟେ ସମୟେ ସ୍ଥପତିଙ୍କ କର୍ତ୍ତୃତ୍ୱ ବାହାରେ । ଏପରି ସୀମାବଦ୍ଧତା ଭିତରେ ଆଧୁିକ ସ୍ଥପତି ତାହାର ବାସ୍ତୁବିଜ୍ଞାନ ଅନୁଯାୟୀ ଘରର ବିଭି୍ନ ବିଭାଗ ସଜାଉଛି । ଖଣ୍ଡଗିରି ଉଦୟଗିରିର ଗୁହାଗୁଡ଼ିକ ଦେଖିଲେ ମନେହେବ, ମଣିଷ ବାସଯୋଗ୍ୟ ଘରରେ ସେପରି ନିର୍ଦ୍ଦିଷ୍ଟ କୌଣସି ନିୟମ ନଥିଲା । ହିନ୍ଦୁମାନେ ଯଦିଓ ଉତ୍ତର ଅଥବା ପୂର୍ବାସ୍ୟ ହୋଇ ପୂଜା କରିଥାଆନ୍ତି, ଓଡ଼ିଶାର ସମସ୍ତ ମନ୍ଦିର ପୂର୍ବାସ୍ୟ ହୋଇଥାଏ ଅର୍ଥାତ୍‍ ପୂଜକ ବସିବେ ପଶ୍ଚିମକୁ ମୁହଁକରି । ଏହାର ବ୍ୟତିକ୍ରମ ମୁକ୍ତେଶ୍ୱର ଓ ପର୍ଶୁରାମେଶ୍ୱର ମନ୍ଦିର ଯାହା ପଶ୍ଚିମାସ୍ୟ, କିନ୍ତୁ ସେ ମନ୍ଦିରଗୁଡ଼ିକ ଗଢ଼ାହୋଇଥିଲା ଯେତେବେଳେ ମନ୍ଦିର ଶିଳ୍ପରେ ପରୀକ୍ଷା ନିରୀକ୍ଷା ଲାଗି ରହିଥିଲା । ପୁରୀ, ଭୁବନେଶ୍ୱର, କୋଣାର୍କ ଇତ୍ୟାଦି ଅଧିକାଂଶ ଦଶମଠାରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ନିର୍ମିିତ । ମନେ ହୁଏ, ମନ୍ଦିର ସ୍ଥପତି କ୍ରମେ ପୂର୍ବାସ୍ୟ ମନ୍ଦିରମାନଙ୍କର ସ୍ଥାପତ୍ୟଗତ ଉପଯୋଗିତା ପାଇଥିଲେ ଏବଂ ତାହାକୁ ନିୟମରେ ପରିଣତ କରିଥିଲେ । ଗାଙ୍ଗୁଲୀ Prismatic Compass ଏବଂ Theodlite ସାହାଯ୍ୟରେ କୋଣାର୍କର ଜରିବ୍‍ କରିଥିଲେ । ସେଥିରୁ ପରିଷ୍କାର ଜଣାପଡ଼ୁଛି କୋଣାର୍କ ସ୍ଥପତିଙ୍କ ଦିଗନିର୍ଣ୍ଣୟ

ସମ୍ପୂର୍ଣ୍ଣ ନିର୍ଭୁଲ ।(୨୧୨)

ଅର୍କକ୍ଷେତ୍ର କୋଣାର୍କ . ୯୫