ପୃଷ୍ଠା:Arkakshetra konark.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭିତ୍ତିଭୂମିର ନକ୍‍ସା (ରଥ ପରିକଳ୍ପନା) :

ମନ୍ଦିରର ମେଜିଆ ସବୁବେଳେ ବର୍ଗାକାର ହୋଇଥାଏ । ଏହାର ଧାର୍ମିକ ପ୍ରୟୋଜନ କିଛି ଥିଲା ଅଥବା ନୁହେଁ ଜଣାନାହିଁ କିନ୍ତୁ ଏପରି ଗଠନ ପଛରେ ସ୍ଥାପତ୍ୟଗତ କାରଣ ଅଛି । ସ୍ଥପତି ସବୁବେଳେ ଚେଷ୍ଟିତ ତାହାର ସୃଷ୍ଟି ଦୃଢ଼, ପ୍ରୟୋଜନ ଉପଯୋଗୀ ତଥା ନାନ୍ଦନିକ ହେଉ କିନ୍ତୁ ଯେପରି ଅପ୍ରୟୋଜନୀୟ ବ୍ୟୟ ନ ହେଉ । ଏହା ଏକଦେଶଦର୍ଶୀ ଅର୍ଥ ସଂକୋଚନ ନୁହେଁ, ବିଜ୍ଞାନସମ୍ମତ ମିତବ୍ୟୟିତା । ବର୍ଗାକାର ଭୂମିତଳ କଥା ଚିନ୍ତା କରାଯାଉ । ଧରାଯାଉ ଗୋଟିଏ ଘରର ଭୂମିତଳ ୨୦' × ୨୦' ଏବଂ ଦେବାଲର ବେଧ ୧ଫୁଟ୍‍ (ମନ୍ଦିର ଦେବାଲର ବେଧ ଅନେକ ଅଧିକ ହୋଇଥାଏ) ଓ ଉଚ୍ଚତା ୧୦ ଫୁଟ୍‍ । ସେଠାରେ :

ଭୂମିତଳ - ୨୦' × ୨୦' = ୪୦୦ ବର୍ଗଫୁଟ୍‍ - ବ୍ୟବହାର୍ଯ୍ୟ ସ୍ଥାନ

ଦେବାଲ୍‍ର ଲମ୍ବ - ୨୦' × ୨' ଙ୍ଘ ୨୨' × ୨ = ୮୪ ଫୁଟ୍‍

ଘନଫୁଟ୍‍ ନିର୍ମାଣ - ୮୪' × ୧' × ୧୦' = ୮୪୦ ଘନ ଫୁଟ୍‍

ଆଉ ଗୋଟିଏ ଦୃଷ୍ଟାନ୍ତ ନିଆଯାଉ :

ଭୂମିତଳ - ୨୫' × ୧୬' = ୪୦୦ ବର୍ଗଫୁଟ୍‍ - ବ୍ୟବହାର୍ଯ୍ୟ ସ୍ଥାନ ।

ଦେବାଲର ଲମ୍ବ - ୨୫' × ୨ ଙ୍ଘ ୧୮' × ୨ = ୮୬ ଫୁଟ୍‍ ।

ଘନଫୁଟ୍‍ ନିର୍ମାଣ - ୮୬' × ୧' × ୧୦' = ୮୬୦ ଘନ ଫୁଟ୍‍ ।

ବ୍ୟବହାର୍ଯ୍ୟ ସ୍ଥାନ ସମାନ ରଖù ମାତ୍ର ଦଶ ଫୁଟ୍‍ ଉଚ୍ଚତାରେ ବର୍ଗାକୃତି ଘରଟିରେ ଆୟତକ୍ଷେତ୍ରାକୃତି ଘରଠାରୁ ୨୦ ଘନ ଫୁଟ୍‍ ନିର୍ମାଣଗତ ଖର୍ଚ୍ଚ କମ୍‍ ହେଉଛି । ମନେ ରଖùବାକୁ ହେବ, ମନ୍ଦିର ଦେବାଲର ବେଧ ୧୫ ଠାରୁ ୨୫ ଫୁଟ୍‍ ଏବଂ ଉଚ୍ଚତା ଶହେ ଦୁଇଶହ ଫୁଟ୍‍କୁ ଯାଇଥାଏ ।

ଭୂମିତଳ ବର୍ଗାକୃତି ହେଲେ ମଧ୍ୟ ବାହାର ଦେବାଲ୍‍ ନାନା ଖାଞ୍ଜ କଟା ହୋଇ ଏପରି ରୂପ ନିଏ, ହଠାତ୍‍ ଦେଖùଲେ ମନେ ହେବ ପାଖୁଡ଼ା ମେଲେଇଥିବା ଗୋଲ ଫୁଲଟିଏ । ଏହିଠାରେ ଆସୁଛି ରଥ ପରିକଳ୍ପା, ଯାହା ଆର୍ଯ୍ୟ ସ୍ଥପତିର ଗୋଟିଏ ଆଶ୍ଚର୍ଯ୍ୟଜନକ ଆବିଷ୍କାର ।

ଆଶ୍ଚର୍ଯ୍ୟଜନକ ଏଇଥିପାଇଁ ଏଥିରେ ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପରିକଳ୍ପାଟିର ତିିଟି ଉଦାହରଣ ରେଖାଚିତ୍ର- ୫ରେ ଉପସ୍ଥାପିତ ହେଲା । ଆର୍ଯ୍ୟ ତଥା ଉତ୍କଳ ସ୍ଥପତି ମନ୍ଦିର ଗଠନରେ ସ୍ତମ୍ଭ ବ୍ୟବହାର କରେ ନାହିଁ କିନ୍ତୁ ଦେବାଲ୍‍ ସହିତ ସଂଯୁକ୍ତ ଏଇ ଯେଉଁ Projection ଗଢେ, ତାହାର ନାମ ଇଂରାଜୀରେ ଲେଖାଯାଉଛି Pilaster ଅର୍ଥାତ୍‍ ଆୟତାକାର ସ୍ତମ୍ଭ । ଶିଳ୍ପ ଶାସ୍ତ୍ରରେ ଏହାର ନାମ 'ପାଗ' ।

୧) ଯେଉଁ ମନ୍ଦିରରେ ପାଗ ଆଦୌ ନାହିଁ ତାହାର ନାମ 'ଏକରଥ' (ଚିତ୍ର ୫-କ) ।

୨) ଯେଉଁ ମନ୍ଦିରରେ ଗୋଟିଏ ମାତ୍ର କେନ୍ଦ୍ରିକ ପାଗ ଅର୍ଥାତ୍‍ 'ରହପାଗ' ଓ ଯୋଡ଼ିଏ 'କୋଣପାଗ' ଥାଏ, ତାହାକୁ 'ତି୍ରରଥ' କୁହାଯାଏ । (ଚିତ୍ର ନଂ.୫-ଖ)

୩) ଯେଉଁ ମନ୍ଦିରରେ ଗୋଟିଏ 'ରହପାଗ', ଯୋଡ଼ିଏ 'ଅନର୍ଥପାଗ' ଓ ଯୋଡ଼ିଏ 'କୋଣ ପାଗ' ଥାଏ ତାହାକୁ 'ପଞ୍ଚରଥ' କୁହାଯାଏ । (ଚିତ୍ର ନଂ.୫-ଗ) ଏକରଥ ମନ୍ଦିର ଛଡ଼ା ଆଉ ସମସ୍ତ ମନ୍ଦିରରେ ଗୋଟିଏ 'ରହପାଗ' ଏବଂ ଯୋଡ଼ିଏ 'କୋଣପାଗ' ରହିବ କିନ୍ତୁ 'ଅନର୍ଥ ପାଗ' ବଢ଼ିପାରେ । ପଞ୍ଚରଥରେ ଆଉ ଯୋଡ଼ିଏ ଅନର୍ଥପାଗ ଯୋଡ଼ିଲେ 'ସପ୍ତରଥ' ମନ୍ଦିର ହେବ ଏବଂ ଏଇ ରୀତିରେ 'ନବରଥ' ମନ୍ଦିର ହେବ ।(୨୧୩) କେତୋଟି ଉଦାହରଣ ନିମ୍ନରେ ଦିଆଗଲା : ଏକରଥ - ବୋଇତାଳ

ତ୍ରିରଥ - ପର୍ଶୁରାମେଶ୍ୱର

ପଞ୍ଚରଥ - ଅନନ୍ତବାସୁଦେବ, ରାଜରାଣୀ, ମୁକ୍ତେଶ୍ୱର, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର, କେଦାରେଶ୍ୱର, ଲିଙ୍ଗରାଜ, କୋଣାର୍କ ଇତ୍ୟାଦି ଓଡ଼ିଶାରେ ଅଧିକାଂଶ ମନ୍ଦିର ପଞ୍ଚରଥ ହୋଇଥାଏ ।

ସପ୍ତରଥ - ଶାରିଦେଉଳ, ଗୌରୀମନ୍ଦିର - ବିମାନ ପଞ୍ଚରଥ, ଜଗମୋହନ ସପ୍ତରଥ । (ଙ. ୨୯୦. ୠବଚ୍ଚଵନ୍ଧକ୍ଷସ୍ଥ) ଓଡ଼ିଶାରେ ନବରଥ

ମନ୍ଦିର ହୁଏନାହିଁ ।

୯୬ . ଅର୍କକ୍ଷେତ୍ର କୋଣାର୍କ