ପୃଷ୍ଠା:Arkakshetra konark.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନାମ ବିବାଦ :

ବିମାନ, ଜଗମୋହନ ଓ ପୀଠର ବିଭି୍ନ ଅଂଶର ବିଭାଗ ତଥା ଉପବିଭାଗଗୁଡ଼ିକର ନାମ ନେଇ କିଛି ବିଭ୍ରାନ୍ତି ଦେଖାଦେଇଛି । ୧୯୧୨ରେ ପ୍ରକାଶିତ ମନମୋହନ ଗାଙ୍ଗୁଲୀଙ୍କ Orissa and Her Remains ପୁସ୍ତକର ପୃଷ୍ଠା ୧୧୦, ୧୧୨ ଓ ୧୨୮ରେ ଯେଉଁସବୁ ନାମ ଦିଆଯାଇଛି ୧୯୧୯ରେ ପ୍ରକାଶିତ କୃପାସିନ୍ଧୁଙ୍କର କୋଣାର୍କରେ ତାହାହିଁ ରଖାଯାଇଛି । (ପୃ.୧୨୦) । ଫରକ୍‍ ଦେଖାଗଲା ୧୯୭୪ରେ ପ୍ରକାଶିତ Charlse Fabriଙ୍କ History of the Art of India (Pages ୧୪୩ & ୧୪୪) । ସେଇ ନାମକରଣ ରଖାଯାଇଛି ଦେବଳା ମିତ୍ରଙ୍କର Konarka ପୁସ୍ତକରେ (Pages ୪୪ to ୪୯ Vol.I) । ଏମାନେ କିନ୍ତୁ କେହି କହିାହାନ୍ତି ମୂଳ ତଥ୍ୟ କେଉଁଠାରୁ ହସ୍ତଗତ ହୋଇଛି । ଶିଳ୍ପସାରିଣୀ ନାମକ ପୋଥି କଥା ମଧ୍ୟେ ମଧ୍ୟେ ଉଚ୍ଚାରିତ ହୋଇଛି ଅନ୍ୟ ପ୍ରସଙ୍ଗରେ, କିନ୍ତୁ ସେ ପୋଥି ବର୍ତ୍ତମାନ ଦୁର୍ଲଭ । New Light on The Sun Temple of Konark (Boner, Sarma & Das) ଗ୍ରନ୍ଥ ଶେଷରେ Architectural Terms ନାମକ ଗୋଟିଏ ସଂଯୋଜନ ଅଛି । ସେଥିରେ ଲିଖିତ କେତେକ ନାମ ଗାଙ୍ଗୁଲୀଙ୍କ ସହିତ ମିଳୁଛି କେତେକ ଫାବି୍ରଙ୍କ ସହିତ । ସେ ଆଲୋଚନା ଅନ୍ୟତ୍ର ହୋଇଛି । ନାମକରଣରେ ପ୍ରଭେଦଗୁଡ଼ିକ ୭ନମ୍ବର ସାରଣୀରେ ଉପସ୍ଥାପିତ କରାଗଲା ।

ସାରଣୀ ନଂ. ୭
ନାମ ବିବାଦ
୧୯୧୯ ପୂର୍ବ ୧୯୭୪ ପର
ତଳ ଜଙ୍ଘା - ପାଭାଗ
ବାରଣ୍ଡି (ଶକର) - ତଳ ଜଙ୍ଘା (ଶକର)
ବାରଣ୍ଡି (ଶିକର) - ଜଙ୍ଘା (ଶିକର)
ଉପରଜଙ୍ଘା - ବାରଣ୍ଡା
ତ୍ରିପଟ ଧାରା ଖପୁରି - ------
କଳସ ପାଦ ଖପୁରି - ଖପୁରି
କଳସ/କଳସ ହାଣ୍ଡି - କଳସ
କଳସ ଡୋରି - -----
ଧ୍ୱଜଦଣ୍ଡ - ଧ୍ୱଜ
ପାଦ - ଖୁର, ତଳକୁ ମୁହନ୍ତି
ପଟ - ପଟ ଏବଂ ଭରଣି
କଣି - କଣି ଓ ନୋଳି
----- - ଫେଣି

୧୯୧୦ ନଭେମ୍ବର ୧୭ ତାରିଖ କୋଣାର୍କଠାରେ ଗୋଟିଏ ଆଲୋଚନା ସଭାରେ ଜଣେ ସ୍ଥାନୀୟ ପଥରଶିଳ୍ପୀଙ୍କ ସହିତ ଆଲୋଚନା ହୋଇଥିଲା । ସେ ଯାହା କହିଲେ, ତାହା ଆହୁରି ବିଭ୍ରାନ୍ତିକର । ପୁରାତନ ପୋଥି କାହା କାହା ଘରେ ଅଛି କିନ୍ତୁ ସେ ସବୁ ପୋଥିର ବିଷୟବସ୍ତୁ ସେମାନଙ୍କୁ ଅଜଣା, ସେମାନେ ଏକା ବସ୍ତୁର ବିଭି୍ନ ନାମକରଣ ବିଭି୍ନ ସମୟରେ କରି ଥାଆନ୍ତି । ଯେହେତୁ ମନ୍ଦିର ଏବେ ମଧ୍ୟ ଗଢ଼ା ହେଉଛି, ସାଧାରଣ ଓଡ଼ିଆ ଭାଷାରେ ଗୋଟିଏ ବୈଷୟିକ ପୁସ୍ତକ ଲେଖି ତାହାର ବହୁଳ ପ୍ରସାରର ପ୍ରୟୋଜନ ଅଛି ଏବଂ ସେ ପ୍ରଚେଷ୍ଟା ହେବା ଉଚିତ୍‍ ପ୍ରସ୍ତରଶିଳ୍ପୀ ମହଲରୁ । ଯେହେତୁ ମନ୍ଦିର ଗାତ୍ର ବର୍ଣ୍ଣାର ଅଧିକ ତଥ୍ୟ ମିଳୁଛି ଦେବଳା ମିତ୍ର ଏବଂ କରୁଣାସାଗରଙ୍କଠାରୁ, ଏ ପୁସ୍ତକରେ ଉପସ୍ଥାପିତ

ରେଖାଚିତ୍ରଗୁଡ଼ିକରେ ସେମାନେ ବ୍ୟବହାର କରିଥିବା ନାମଗୁଡ଼ିକ ଦିଆଗଲାା

ଅର୍କକ୍ଷେତ୍ର କୋଣାର୍କ . ୯୯