ପୃଷ୍ଠା:Asha Tara Dekhiba.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କେତେ ଦିନ ଧରି ଆକାଶକୁ ଲକ୍ଷ୍ୟ କଲେ ଦୁଇଟି କଥା ସହଜରେ ଜାଣି ହୁଏ । ପ୍ରଥମଟି ହେଉଛି ସୂର୍ଯ୍ୟର ଉଦୟ ଅସ୍ତ । ଗୋଟିଏ ନିର୍ଦ୍ଦିଷ୍ଟ ସମୟ ତଫାତରେ ସୂର୍ଯ୍ୟ ପୂର୍ବ ଦିଗ୍‌ବଳୟରେ ଦେଖାଯାଏ । ଗୋଟିଏ ସୂର୍ଯ୍ୟ ଉଦୟରୁ ତା’ ପର ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସମୟକୁ ଆମେ କହୁଛେ ଗୋଟିଏ ଦିନ । ଏହି ଦିନକ ଭିତରେ ସୂର୍ଯ୍ୟ ସହିତ ସାରା ଆକାଶ ପୃଥିବୀ ଚାରିପଟେ ଥରେ ବୁଲି ଆସିବା ପରି ମନେ ହୁଏ । ସୂର୍ଯ୍ୟ ଓ ତାରାମାନଙ୍କର ଏହି ପ୍ରତୀତ ଦୈନିକ ଗତି ପଛରେ ରହିଛି ପୃଥିବୀର ଆବର୍ତ୍ତନ ବା ନିଜ ଚାରି ପାଖରେ ବୁଲା ।

ଦ୍ୱିତୀୟ କଥାଟି ହେଉଛି ସୂର୍ଯ୍ୟର ପ୍ରତୀତ ବାର୍ଷିକ ଗତି । ପୃଥିବୀ ସୂର୍ଯ୍ୟ ଚାରିପଟେ ପଶ୍ଚିମରୁ ପୂର୍ବକୁ ଘୂରୁଥାଏ । ଏହା ଫଳରେ ସୂର୍ଯ୍ୟ ତାରାଙ୍କ ଭିତରେ ପ୍ରତିଦିନ ପ୍ରାୟ ୧ କୋଣର ବାଟ ପୂର୍ବ ଆଡକୁ ଗଲା ଭଳି ଲାଗେ । ଏହି ବେଗରେ ସେ ପ୍ରାୟ ୩୬୫ ଦିନରେ ତା’ର ପୂର୍ବ ଜାଗାକୁ ଫେରିଆସେ । ପ୍ରତି ୩୬୫ ଦିନରେ ସୂର୍ଯ୍ୟ ଏକା ତାରା ପାଖରେ ରହେ । ସୂର୍ଯ୍ୟର ଏହି ଗୋଟିଏ ଘେରା ପୂରା ହେବା ପାଇଁ ଲାଗୁଥିବା ସମୟକୁ ଆମେ ବର୍ଷ ନାଁ ଦେଇଛେ । ତେଣୁ ଗୋଟିଏ ବର୍ଷ ସମୟ ଭିତରେ ୩୬୫ ଥର ସୂର୍ଯ୍ୟ ଉଦୟ ଅସ୍ତ ହୁଏ ବା ୩୬୫ଟି ଦିନ ହୁଏ ।

ବର୍ଷ ସାରା ସୂର୍ଯ୍ୟର ଗତିକୁ ଲକ୍ଷ୍ୟ କଲେ ତା’ର ଯିବା ଆସିବା ରାସ୍ତାଟିକୁ ଆମେ ଖଗୋଳ ଗୋଲକ ଉପରେ ଚିହ୍ନଟ କରି ପାରିବା । ମଣିଷ ଆକାଶରେ ଏହି କାଳ୍ପନିକ ରାସ୍ତାର ନାଁ ରଖିଛି କ୍ରାନ୍ତିପଥ ବ। ଏକ୍ଲିପ୍‌ଟିକ୍ । ଏହା ଖଗୋଳ ବିଷୁବ ତୁଳନାରେ ୨୩ .୫ ଢଳି କରି ରହିଛି ଯାହା କି ପୃଥିବୀର ଅକ୍ଷ ଏ ଭଳି ଢଳି ରହିଥିବାର ଫଳ । ଏହି ରାସ୍ତାରେ ଚନ୍ଦ୍ର ଓ ଅନ୍ୟ ଗ୍ରହମାନେ ମଧ୍ୟ ଯିବା ଆସିବା କରନ୍ତି । ସଭିଙ୍କର ଏହି ରାସ୍ତାଟିର ଓସାର ପ୍ରାୟ ୧୭

କ୍ରାନ୍ତିପଥଟିକୁ ଏବେ ଭଲ କରି ଦେଖିବା । ଏଥିପାଇଁ ପୃଥିବୀର ଗ୍ଳୋବ୍‌ରୁ ଚେପଟା ମାନଚିତ୍ର କଲା ଭଳି ଖଗୋଳରୁ ଏହି ପଟି ଖଣ୍ଡିକ କାଟି

୧୦୯