ପୃଷ୍ଠା:Asha Tara Dekhiba.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂର୍ଯ୍ୟର ଏହି ବାଟ ଚିହ୍ନଟ ହେଲା ପରେ ସେଥିରେ ଏବେ ମାଇଲ ଖୁଣ୍ଟ ପୋତିବା । ଏଥିପାଇଁ ଏହି ବାଟଟିକୁ ୧୨ ଖଣ୍ଡରେ ଭାଗ କଭା ଯାଇଛି । କାରଣ ବର୍ଷକ ଭିତରେ ୧୨ ଥର ସୂର୍ଯ୍ୟ, ଚନ୍ଦ୍ର ଏକାଠି ଉଦୟ ଅସ୍ତ ହୁଅଛି । ଏଣୁ ବର୍ଷକରେ ୧୨ ମାସର ହିସାବ ଆମେ ପାଉଛେ । କ୍ରାଟ୍ରିପଥ ଅଞ୍ଚଳରେ ଥୁବା ତାରାମଣ୍ଡଳଗୁଡିକୁ ନେଇ ଆମେ ପ୍ରତି ଭାଗକୁ ଜାଣୁଛୋ । ଏହି ୧୨ଟି ତାରାମଣ୍ଡଳକୁ ରାଶିଚକ୍ର ବା ଜୋଡିଆକ୍ ନାଁ ଦିଆ ଯାଇଛି ।

ପ୍ରତ୍ୟେକ ରାଶିମଣ୍ଡଳ ଆକାଶର ୩୦୧ ଅଞ୍ଚଳକୁ ଚିହ୍ମାଏ । ସୂର୍ଯ୍ୟ ଯେଉଁ ରାଶିର ତାରାମାନଙ୍କ ଭିତରେ ଦେଖାଯାଏ ସେ ମାସର ନାଁ ସେ ରାଶି ଅନୁସାରେ ହୁଏ । ସୂର୍ଯ୍ୟ ଥୁବ। ବେଳେ ଆମେ ତାରାମାନଙ୍କୁ ଦେଖି ପାରିବା ନାହିଁ । ତେଣୁ ସୂର୍ଯ୍ୟ ଉଦୟର ଠିକ୍ ପୂର୍ବରୁ ବା ସୂର୍ଯ୍ୟାସ୍ତର ଠିକ୍ ପରେ ଦେଖା ଯାଉଥୁବ । ରାଶି ମଣ୍ଡଳକୁ ଦେଖି ଆମେ ସୂର୍ଯ୍ୟ ପାଖର ତାରାମାନଙ୍କୁ ଠଉରାଇ ପାରିବା ।

୧୧୧