ପୃଷ୍ଠା:Asha Tara Dekhiba.pdf/୧୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତାରା ବର୍ଣ୍ଣନା


ନାମକରଣ

ଆକାଶରେ ଖାଲି ଆଖିରେ ଅମେ ୩ରୁ ୫ ହଜାର ତାରା ଦେଖି ପାରିବା; ଦୂରବୀକ୍ଷଣ ଯନ୍ତ୍ରରେ କେତେ ଲକ୍ଷ । ସମସ୍ତଙ୍କର କ’ଣ ଗୋଟିଏ ଗୋଟିଏ ନାଁ ଅଛି ? ନ ଥିଲେ ଆମେ ତାଙ୍କୁ ଚିହ୍ନଟ କରୁଛେ କିପରି ? ଜଣେ ଦେଖିଥୁବା କଥା ଆଉ ଜଣକୁ ଜଣାଉଛେ କିପରି ?

ପ୍ରକୃତରେ ଖୁବ୍ ଅଳ୍ପ ତାରାଙ୍କର ନାଁ ରହିଛି । ଏ ଗୁଡ଼ିକ ସାଧାରଣତଃ ଅଧିକ ଉଜ୍ଜ୍ୱଳ ବା କିଛି ବିଶେଷ ଜାଗାରେ ରହିଥିବା ତାରା । ଏମାନଙ୍କ ପାଇଁ ଆଗରୁ ଚଳି ଆସିଥୁବା ଆରବୀୟ ନାଁଗୁଡ଼ିକ ଏବେ ଆନ୍ତର୍ଜାତିକ ସ୍ତରରେ ଗୃହୀତ ହୋଇଛି । ଆମ ଦେଶରେ ଅନେକ ତାରାଙ୍କର ସ୍ୱତନ୍ତ୍ର ନାଁ ରହିଛି । ଅନ୍ୟ ସବୁ ତାରାଙ୍କୁ ଗୋଟିଏ ସାଙ୍କେତିକ ନାଁ ଦିଆ ଯାଇଛି।

ସାଙ୍କେତିକ ନାଁ ଗୁଡ଼ିକ କୌଣସି ତାରାମଣ୍ଡଳ ଭିତରେ ଉଜ୍ଜ୍ୱଳତା କ୍ରମରେ ଦିଆ ଯାଇଥାଏ । ସେଥୁପାଇଁ ଗ୍ରୀକ୍ ବର୍ଣ୍ଣମାଳାର ଅକ୍ଷରଗୁଡିକ କାମରେ ଲାଗେ । ଆମର ଅ, ଆ, ଇ.... ଭଳି ତାଙ୍କର α, β, ᵧ, 8 ଆଦି ରହିଛି । ତେଣୁ ତାରାମଣ୍ଡଳର ନାଁର ବିଶେଷଣ ସାଙ୍ଗରେ ଅକ୍ଷରଗୁଡିକ ଯୋଡି ନାଁ ଦିଆଯାଏ । ସବୁଠାରୁ ଉଜଳ ତାରା ହୁଏ α (ଆଲ୍ଫା),ଦ୍ୱିତୀୟ ହୁଏ β (ବିଟା)..... । ଏହି ଧାରାରେ ଗରୁଡ ମଣ୍ଡଳର ପ୍ରଥମ ତାରା ହେଉଛି ଆଲ୍‌ଫା ଆକ୍ୱିଲି (ଗରୁଡ-କ)।

Asha Tara Dekhiba.pdf