ପୃଷ୍ଠା:Asha Tara Dekhiba.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବଶ୍ୟ କେତେ ଜାଗାରେ ଏପରି ହୋଇ ନ ଥାଏ । ଯେଭଳି ସପ୍ତର୍ଷି ମଣ୍ଡଳର ତାରାମାନଙ୍କୁ ପଶ୍ଚିମରୁ ପୂର୍ବ କ୍ରମରେ α, β,ᵧ...ସଙ୍କେତ ଦିଆ ଯାଇଛି । α,β,ᵧ. . . ଅକ୍ଷର ସବୁ ସରିଗଲେ ତା’ ଜାଗାରେ ସଂଖ୍ୟା ବସାଯାଏ । ଅତି କ୍ଷୀଣ ବା ସ୍ୱତନ୍ତ୍ର ଗୁଣ ଥିବା ତାରାଙ୍କ ପାଇଁ ମଧ୍ୟ ସଂଖ୍ୟା ବସାଯାଏ । ଯଥା: ୪୧-ସାଇଗ୍ନି (ମରାଳ ମଣ୍ଡଳର ୪୧ତମ ତାରା) । ଆମର କାମ ପାଇଁ α, β,ᵧ ଆଦି ବଦଳରେ କ, ଖ, ଗ... ବ୍ୟବହାର କରାଯାଇ ପାରିବ ! ଆନ୍ତର୍ଜାତିକ ସଙ୍କେତ ସାଙ୍ଗରେ ତଳ ସାରଣୀ ଅନୁସାରେ ମିଳାଇ ନେଇ ହେବ । ଏହି ଧାରାରେ ଆଲ୍‌ଫା ଆକ୍ତିଲି ଆମ ପାଇଁ ହେବ : ଗରୁଡ-କ । ସଂଖ୍ୟାଗୁଡିକୁ ଆମେ ସେହିଭଳି ରଖିବା ଯଥା: ମରାଳ-୪୧ !

[[ଫାଇଲ:|357px|page=14]]

ଉଜଳତା

ଆମେ ଦେଖୁଥିବା ତାରାଙ୍କ ଉଜ୍ଜ୍ୱଳତାରେ ଅନେକ ତଫାତ ଜଣା ପଡ଼େ । ଆଗ କାଳର ଆକାଶ ବିଜ୍ଞାନୀମାନେ ଏ ତଫାତ ଦେଖୁଥିଲେ ଓ ମାପିବାକୁ ଚେଷ୍ଟା କରିଥିଲେ । ଆଜିକୁ ପ୍ରାୟ ୨୨୦୦ ବର୍ଷ ତଳେ (ଖ୍ରୀ.ପୂ. ୨୦୦) ଗ୍ରୀକ୍ ବୈଜ୍ଞାନିକ ହିପାର୍ଚ୍ଚସ୍ ଏଥିପାଇଁ ଗୋଟିଏ ଉପାୟ ବାହାର କରିଥିଲେ । ଉଜଳତାକୁ ଲକ୍ଷ୍ୟ କରି ସେ ତାରାମାନଙ୍କୁ ୬ଟି

୧୩