ପୃଷ୍ଠା:Asha Tara Dekhiba.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦଳରେ ଭାଗ କଲେ । ସବୁଠାରୁ ଉଜ୍ଜ୍ୱଳ ତାରା ରହିଲେ ପ୍ରଥମ ଦଳରେ ବା ତାଙ୍କର ଦୀପ୍ତି (ମାଗ୍‌ନିଚୁଡ୍) ହେଲା ୧, ତା' ତଳକୁ ଦୀପ୍ତି ୨ ....। ଏହିଭଳି ଖାଲି ଆଖିକୁ ଦେଖା ଯାଉଥିବା ସବୁଠାରୁ କ୍ଷୀଣ ତାରା ରହିଲା ଦୀପ୍ତି ୬ ଦଳରେ । ଏହି ମାପ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ତେବେ ଏହାକୁ ଅନେକ ଭାବରେ ଆଗେଇ ନିଆ ଯାଇ ପାରିଛି ।

ଦୂରବୀକ୍ଷଣ ଓ ଆଲୋକ ମାପକ ଯନ୍ତ୍ରର ବ୍ୟବହାର ଫଳରେ ଗୋଟିଏ ବିଶେଷ ସମ୍ପର୍କ ଜଣା ପଡିଲା । ଦେଖାଗଲା ଯେ ଦୀପ୍ତି ୬ର ତାରାମାନଙ୍କ ତୁଳନାରେ ଦୀପ୍ତି ୧ର ତାରାମାନେ ଠିକ୍ ୧୦୦ ଗୁଣ ଅଧିକ ଉଜ୍ଜ୍ୱଳ । ଆହୁରି ମଧ୍ୟ ଦେଖାଗଲା ଯେ ଦୀପ୍ତି ୫ର ତାରା ଦୀପ୍ତି ୬ର ତାରା ଅପେକ୍ଷା ପ୍ରାୟ ୨.୫ ଗୁଣ ଉଜ୍ଜ୍ୱଳ । ପ୍ରତି ଦୀପ୍ତି ଅଙ୍କ ଭିତରେ ଉଜ୍ଜ୍ୱଳତା ୨.୫ ୧୨ ବା ପ୍ରାୟ ଅଢେଇ ଗୁଣ ବଦଳୁ ଥିବାର ଜଣାଗଲା । ଏହି ମାପ ଅନୁସାରେ ଦିପ୍ତ ୬ର ୧୦୦ ଗୁଣରୁ ଅଧିକ ଉଜ୍ଜ୍ୱଳ ତାରାମାନଙ୍କୁ ଦୀପ୍ତି ୧ର ଆହୁରି ଉପରକୁ ରଖାଗଲା । ଏମାନଙ୍କୁ ଦୀପ୍ତି ସଂଖ୍ୟା ୦ ବା ଋଣାତ୍ମକ (ବିଯୁକ୍ତ) ମୂଲ୍ୟ ଦିଆଗଲା । ମଝି ମଝିଆ ତାରାମାନଙ୍କୁ ଭଗ୍ନା’ଶ ମୂଲ୍ୟ ଦିଆଗଲା ।

ଏହି ଉନ୍ନତ ମାପରେ ସୂର୍ଯ୍ୟର ଦୀପ୍ତି ହେଉଛି -୨୬.୫ । ପୁର୍ଣ୍ଣମୀ ଜହ୍ନର –୧୨.୫ ! ସବୁଠାରୁ ଉଜ୍ଜ୍ୱଳ ଅବସ୍ଥାରେ ଶୁକ୍ର ଗ୍ରହର ଦୀପ୍ତି ହୁଏ –୪. ବୃହସ୍ପତି ଓ ମଙ୍ଗଳର -୨.୫ । ତାରାମାନଙ୍କ ଭିତରେ ସବୁଠାରୁ ଅଧୁକ ଉଜ୍ଜ୍ୱଳ ତାରା ଲୁବ୍ଧକ (ସିରିଅସ୍) ର ଦୀପ୍ତି ହେଉଛି –୧.୪ । ଖାଲି ଆଖିରେ ଦେଖି ହେଉଥିବା କ୍ଷୀଣତମ ତାରୀର ଦୀପ୍ତି ୬ ରୁ ୬.୫ ପର୍ଯ୍ୟନ୍ତ ହୁଏ । ସବୁଠାରୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରରେ ଦୀପ୍ତି ୨୪ ର ତାରା ଦେଖା ଯାଇପାରିବ । ମହାକାଶରେ ଥୁବ ଦୂରବୀକ୍ଷଣ ଯନ୍ତ୍ର ଏହାଠାରୁ ଆହୁରି ୧୦୦ ଗୁଣ କ୍ଷୀଣ ତାରାମାନଙ୍କୁ (ଦୀପ୍ତି ୨୮ ରୁ ୩୦) ଦେଖାଇ ପାରିବ ।

ତାରାମାନଙ୍କର ଏହି ଉଜ୍ଜ୍ୱଳତା ମାପ ବିଷୟରେ ଗୋଟିଏ କଥା ମନେ ରଖିବା ଦରକାର । ଏଥିରୁ ପୃଥିବୀରୁ ତାରାମାନଙ୍କର ଦୂରତା ବିଷୟରେ ଧ୍ୟାନ ଦିଆଯାଇନାହିଁ । ତେଣୁ ଏହାକୁ ପ୍ରତୀତ ଦୀପ୍ତି (ଆପାରେଣ୍ଟ୍ ମାଗନିଚୁଡ଼୍) କହିବା ଦରକାର । କାରଣ ଗୋଟିଏ ସ୍ଥିର ଆଲୁଅକୁ ଆମେ ଯେତେ ଦ୍ରରରୁ ଦେଖିବା ତାହା ସେତେ କ୍ଷୀଣ ଦେଖାଯିବ। କହିବାକୁ ହେବ ଯେ ସେହି ଆଲୁଅର ପ୍ରତୀତ ଦୀପ୍ତି ଦୂରତା ଅନୁସାରେ କମୁଛି । ସେହିପରି ପାଖରେ ଥିବା ଗୋଟିଏ ଛୋଟ ଆଲୋକ ଦୂରରେ ଥିବା ଗୋଟିଏ ଅତି ବଡ଼ ଆଲୋକଠାରୁ ଅଧିକ ଉଜ୍ଜ୍ୱଳ ଜଣା ପଡ଼ିପାରେ ।

ଏହି ଅସୁବିଧାକୁ ଏଡାଇବା ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଆଉ ଗୋଟିଏ ମାପ ବ୍ୟବହାର କରନ୍ତି । ତାହା ହେଉଛି ପରମ ଦୀପ୍ତି (ଆବ୍‌ସଲ୍ୟୁଟ୍

୧୪