ପୃଷ୍ଠା:Asha Tara Dekhiba.pdf/୨୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଖଗୋଳ ମଣ୍ଡଳରେ ତାରା
Asha Tara Dekhiba.pdf

ଆକାଶକୁ ଚାହିଁଲେ ତାହା ଗୋଟିଏ ବିରାଟ ଛତା ଭଳି ମନେହୁଏ । ଏହି ଛତା ଦେହରେ ତାରାଗୁଡିକ ଖଞ୍ଜା ହୋଇଥିଲା ଭଳି ଦିଶନ୍ତି । କିଛି ସମୟ ଧରି ଦେଖିଲେ ଏହି ଛତାଟି ଘୁଞ୍ଚି ଚାଲିଥିଲା ଭଳି ଜଣାପଡେ । ପୂର୍ବ ଦିଗବଳୟ ପାଖରେ ନୂଆ ନୂଆ ତାରାଙ୍କୁ ଧରି ଛତାଟି ଉଠିଚାଲେ । ପଶ୍ଚିମ ଦିଗରେ ଆଗରୁ ଦିଶୁଥିବା ତାରାମାନେ ବୁଡ଼ିବାରେ ଲାଗନ୍ତି । ରାତି ସାରା ଦେଖିଲେ ମନେ ହୁଏ ଆମର ଚିହ୍ନା ଆକାଶଟି ଗୋଟିଏ ଅଧା ଗୋଲ ଛତା ନୁହେଁ, ବରଂ ଗୋଟିଏ ପୂରା ଗୋଲ ପେଣ୍ଡୁ ବା ଖୋଳପା ଭଳି । ଆମେ ଓ ଆମର ପୃଥିବୀ ଏହି ଗୋଲ ଖୋଳପାର ମଝିରେ ଛୋଟିଆ ମଞ୍ଜି ଆକାରରେ ରହିଥିଲା ଭଳି ଲାଗେ ।

ବହୁତ ଦିନ ତଳେ ମଣିଷ ଏଇକଥା ହିଁ ଭାବୁଥିଲା । ସେ କହୁଥିଲା ଯେ ତାରାମାନେ ପୃଥିବୀକୁ ଘେରି ରହିଥିବା ଗୋଟିଏ ବଡ ପେଣ୍ଡୁ ବା ଗୋଲକରେ ଲାଗି ରହିଛନ୍ତି । ଏବେ ଆମେ ଜାଣିଛେ ଯେ ତାରାଗୁଡିକ ଆମଠାରୁ ଅଲଗା ଅଲଗା ଦୂରତାରେ ଅଛନ୍ତି । କିନ୍ତୁ ବହୁତ ଦୂରରେ ଥିବାରୁ ଏକା ଉଚ୍ଚତାରେ ଥିବା ଭଳି ଲାଗନ୍ତି । ଏହି ବିରାଟ ଦୂରତା ଯୋଗୁଁ ସେମାନେ ଚାଲୁଥିବା କଥା ବି ଆମକୁ ଜଣା ପଡେ ନାହିଁ । ଆମେ ଯେପରି ଚନ୍ଦ୍ର, ଶନି ଗ୍ରହ, ସୂର୍ଯ୍ୟ ଆଦିଙ୍କୁ ଆମ ମୁଣ୍ଡ ଉପରର ଆକାଶରେ ଦେଖୁଛେ, ସେଠାରୁ ମଧ୍ୟ ପୃଥିବୀ ଓ ତାରାମାନେ ତାଙ୍କ ମୁଣ୍ଡ ଉପରେ ଦେଖାଯିବେ । ତାରା ଦେଖା ପାଇଁ ଆକାଶକୁ ଆମେ ଗୋଟିଏ ବିରାଟ