ପୃଷ୍ଠା:Asha Tara Dekhiba.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଲକ ଭାବରେ ଦେଖି ପାରିବା । ତାରା, ଗ୍ରହ ଆଦିଙ୍କର ଗତିବିଧିର ହିସାବ ରଖିବା ପାଇଁ ମଣିଷ ସହ ସହ ବର୍ଷ ଧରି ଏହି ଉପାୟ କରି ଆସିଛି । ଏହି ଗୋଲକର ନାଁ ରଖିଛି ଖ (ଆକାଶ) - ଗୋଲକ ବା ଖଗୋଳ । ଠିକ ଯେଭଳି ଭୂ (ଭୂମି) - ଗୋଲକ ବା ଭୂଗୋଳ କହିଲେ ପୃଥିବୀର ଦେହକୁ ବୁଝାଏ । ଆକାଶରେ କିଛି ଖୋଜିବା ଓ ମାପିବାର ସୁବିଧା ପାଇଁ ଖଗୋଳ ମଣ୍ଡଳକୁ ଛୋଟ ଛୋଟ ଅଞ୍ଚଳରେ ଭାଗ କରା ଯାଇଛି । ସେଠାରେ ଥିବା ତାରାମାନଙ୍କୁ ନେଇ ପ୍ରତି ଅଞ୍ଚଳକୁ ଚିହ୍ନଟ କରା ଯାଇଛି । ଆକାଶର ଏହି ତାରା ଦଳଗୁଡିକ ତାରକା ମଣ୍ଡଳ ନାଁ ଦିଆ ଯାଇଛି । ଏହି ଖଗୋଳ ମଣ୍ଡଳ ର ପରିକଳ୍ପନା ହେଉଛି 'ତାରାଙ୍କର ଜଙ୍ଗଲକୁ ମନେ ରଖିବା' ଦିଗରେ ମଣିଷର ପ୍ରଥମ ଚେଷ୍ଟା । 'ଆକାଶ'କୁ ବୁଝିବା ପାଇଁ ମଧ୍ୟ ଏହା ଥିଲା ତା'ର ପ୍ରଥମ ପାଦ ।

[[ଫାଇଲ:|357px|page=22]]

ତାରକା ମଣ୍ଡଳ

୬୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆକାଶରେ ୪୮ଟି ତାରାମଣ୍ଡଳ ଚିହ୍ନଟ କରାହୋଇ ନାଁ ଦିଆ ହୋଇଥିଲା । ଏଗୁଡିକ ମୁଖ୍ୟତଃ ଆରବ ଓ ଭାରତ ଅଞ୍ଚଳରୁ ଆସିଥିଲେ । ତେଣୁ ଆମର ପୋଥି ପୁରାଣରେ ଏହି ନାଁ ଓ ରୂପଗୁଡିକ ରହିଛି । ପ୍ରାଚ୍ୟ ସଭ୍ୟତା ସବୁ ଲୋପ ପାଇ ଆସିଲା ବେଳକୁ ଆରବ ସଭ୍ୟତା ବେଶ ଜୀବନ୍ତ ଥିଲା । ଚୀନ, ଜାପାନ ଓ ଭାରତର ଗ୍ରନ୍ଥସବୁକୁ ମିଶରର ଆଲେକଜାଣ୍ଡ୍ରିଆ ଏକାଠି କରି ଆରବ ଭାଷାରେ ଅନୁବାଦ କରାହେଉଥିଲା । ୧୦୦୦ ମସିହା ବେଳକୁ ଏସବୁ ୟୁରୋପରେ ପହଞ୍ଚିବାକୁ ଲାଗିଲା । ମଧ୍ୟ ଯୁଗ ପରେ, ୧୪୦୦ ରୁ ୧୫୦୦ ଖ୍ରୀଷ୍ଟାବ୍ଦ ଭିତରେ, ୟୁରୋପୀୟ ସଭ୍ୟତାକୁ ପୁଣି ଥରେ ଆଗେଇ ନେବାରେ (ପୁନରୁତ-ଥାନ ବା ରେନେସାଁ) ଏହି ଗ୍ରନ୍ଥ ସବୁର ଅନେକ ଅବଦାନ ରହିଲା ।
୧୨୫୨ ଓ ୧୨୮୪ ଖ୍ରୀଷ୍ଟାବ୍ଦ ଭିତରେ ସ୍ପେନରେ ରାଜା ଦଶମ ଆଲଫାନ୍‌ସୋ ଜ୍ୟୋତିର୍ବିଜ୍ଞାନ ପାଇଁ ଗୋଟିଏ ବଡ଼ କାମ କରିଥିଲେ । ତାଙ୍କ ବରାଦରେ ତାରା ବିଷୟରେ ଜଣାଥିବା ସବୁ କଥାକୁ ଏକାଠି କରାଗଲା । ତାରାମଣ୍ଡଳଗୁଡିକ ଲାଟିନ୍ ନାଁ ଦିଆଗଲା । ଏହି ନାଁଗୁଡିକ ମୂଳ ଆରବ