ପୃଷ୍ଠା:Asha Tara Dekhiba.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୃଥିବୀ ଉପରେ ଦୁଇ ମେରୁ ଓ ମଝି (ବିଷୁବ) ଅଞ୍ଚଳ ଚିହ୍ନଟ କରିବାର ଉପାୟ ରହିଛି। ସେହିଭଳି ଖଗୋଳରେ ମଧ୍ୟ ଉତ୍ତର-ଦକ୍ଷିଣ କୋଣ ବା କ୍ରାନ୍ତି ସହଜରେ ମପା ଯାଇପାରେ । କିନ୍ତୁ ବିଷୁବ ବୃତ୍ତ ଉପରେ ସବୁ ବିନ୍ଦୁ ସମାନ । ତେଣୁ ଏଥିରେ ମାପର ଆରମ୍ଭ କେଉଁଠାରୁ କରାଯିବ ? ଇଂଲଣ୍ଡର ଗ୍ରୀନଉଇଚ୍ ମାନମନ୍ଦିର ଦେଇ ଯାଇଥିବା ଦ୍ରାଘିମାକୁ ୦ଂ ଧରି ନିଆଯାଇଛି। ସେହିଭଳି ମାର୍ଚ୍ଚ ୨୧ ତାରିଖ ଦିନ ୧୨ଟା ବେଳେ ଆକାଶରେ ସୂ୍ର୍ଯ୍ୟ ରହିଥିବା ସ୍ଥାନଟିର ଧ୍ରୁବ ବା ଆର୍.ଏ.ର ମୂଲ୍ୟକୁ ୦ ଘଣ୍ଟା ୦ ମିନିଟ ୦ ସେକେଣ୍ଡ ଧରା ଯାଇଛି। ଏହି ବିନ୍ଦୁଟି ଖଗୋଳ ବିଷୁବ ଏବଂ କ୍ରାନ୍ତିପଥର ଛେଦ ବିନ୍ଦୁ । ତା'ର ପାଖରେ ଥିବା ତାରାଙ୍କୁ ନେଇ ଆମେ ଏହି ବିନ୍ଦୁକୁ ଜାଣି ପାରିବା । ଏହି ବିନ୍ଦୁରୁ ଆରମ୍ଭ କରି ପୂର୍ବ ଆଡ଼କୁ ପ୍ରତି ୧୫ଂ(୩୬୦/୨୪)କୁ ୧ ଘଣ୍ଟା ହିସାବରେ ଧ୍ରୁବ ମପାଯାଏ।

କ୍ରାନ୍ତି ଓ ଧ୍ରୁବ ଦୁଇ ମାପକୁ ନେଇ ଖଗୋଳର ସବୁ ବିନ୍ଦୁକୁ ଚିହ୍ନଟ କରାଯାଏ । ଏହି ଦୁଇଟି ମାପକୁ କୌଣସି ବିନ୍ଦୁର ଓ ସେଠାରେ ଥିବା ତାରାର ସ୍ଥାନାଙ୍କ (କୋଅର୍ଡ଼ିନେଟସ୍) କୁହାଯାଏ।

ସୁବିନ୍ଦୁ ଓ ଅଧୋବିନ୍ଦୁ

[[ଫାଇଲ:|359px|page=29]]

ଖଗୋଳର ଭିତରେ ପୃଥିବୀ ରହିଛି । ପୃଥିବୀର କୌଣସି ଜାଗାକୁ ଆମେ ଏକ ସମୟରେ ଏହି ଖଗୋଳର ଅଧା ବା ୧୮୦ ଡ଼ିଗ୍ରୀ ମାତ୍ର ଦେଖି ପାରିବା । ଆମକୁ ଦେଖା ଯାଉଥିବା ତଳ ସୀମା ବା ଆକାଶ ଓ ପୃଥିବୀ ମିଶିଥିବା ଅଞ୍ଚଳକୁ ଦିଗବଳୟ କୁହାଯାଏ । ଏଥିରେ ଆମେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚିହ୍ନଟ କରି ପାରିବା । ଠିକ୍ ମୁଣ୍ଡ ଉପରର ବିନ୍ଦୁକୁ ସୁବିନ୍ଦୁ(ଜେନିଥ୍) କୁହାଯାଏ । ଏହାର ବିପରୀତ ଦିଗରେ

୨୮