ପୃଷ୍ଠା:Asha Tara Dekhiba.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=33]]

ଆମେ ଜାଣିଛେ ପୃଥିବୀ ତା'ର ନିଜ ଚାରିପଟେ ପଶ୍ଚିମରୁ ପୂର୍ବକୁ ବୁଲୁଛି । ଏପରି ବୁଲିବା ଯୋଗୁଁ ଆକାଶର ଜିନିଷ ସବୁ ଓଲଟା ଦିଗରେ (ପୂର୍ବରୁ ପଶ୍ଚମକୁ) ବୁଲିଲା ଭଲି ଆମକୁ ଜଣାଯାଏ । ବେଙ୍ଗଳାର ମେରିଖୁଣ୍ଟ ଭଳି ଠିକ୍ ଅକ୍ଷ ଉପରେ ଥିବା ତାରା ସ୍ଥିର ରହିଲା ଭଳି ଜଣାଯିବ ।

ଆମର ଉତ୍ତର ମେରୁର ଅତି ନିକଟରେ ଥିବା ଧ୍ରୁବ ତାରା ଏହି କାରଣରୁ ନ ବୁଲିଲା ଭଲି ଜଣାଯାଏ । ଧ୍ରୁବ ତାରାକୁ ଲକ୍ଷ୍ୟ କରି ଯଦି ଆମେ କ୍ୟାମେରାଟିଏ ଖଞ୍ଜି କେତେ ଘଣ୍ଟା ଧରି ଫଟୋ ନେବା ତେବେ ତାରାମାନେ ଗାର ଭଳି ଦେଖାଯିବେ ।

ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଏ । ତାରାମାନଙ୍କୁ ଲକ୍ଷ୍ୟ କଲେ କେତେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଏ । ତାରାମାନଙ୍କୁ ଲକ୍ଷ କଲେ କେତେଘଣ୍ଟା ପରେ ସେମାନେ ପଶ୍ଚିମ ଆଡକୁ ଘୁଞ୍ଚି ଯାଇଥିବା କଥା ଜାଣିହୁଏ । ପୃଥବୀ ନିଜ ଗୃରିପଟେ ୨୪ ଘଣ୍ଟାରେ ଥରେ ବା ପ୍ରତି ଘଣ୍ଟାରେ ୧୫° ବୁଲେ । ତେଣୁ ପୂର୍ବରେ ଉଠୁଥିବା ତାରାମାନେ ୧୨ ଘଣ୍ଟାରେ ୧୮o° ବୁଲି ଓଲଟା ପଟରେ ଅସ୍ତ ହୁଅନ୍ତି । ଏହି ଘଟଣାଟି ବିଷୁବ ରେଖା ଉପରେ ପୂରା ଠିକ୍ ହେବ, କିନ୍ତୁ ଅନ୍ୟ ଜାଗାମାନଙ୍କ କଥା ଟିକିଏ ଅଲଗା ହେବ ।

ଆକାଶର ସବୁ ଅଞ୍ଚଳର ତାରାଙ୍କୁ ଲକ୍ଷ କଲେ ଦେଖିବା ଯେ ଉତ୍ତର ଆଡ଼କୁ ଥୁବା ତାରାମାନେ ଧୀରେ ଧୀରେ ଗତି କଲା ଭଳି ଜଣା ପଡ଼ୁଛି । ଏମାନେ ଉତ୍ତର-ପୂର୍ବ କୋଣରେ ଦିଗବଳୟ ତଳୁ ମୁଣ୍ଡ ଟେକୁଛନ୍ତି । ଧିମେଇ ଧିମେଇ ଛୋଟିଆ ଧନୁ ଭଳି ବାଟଟିଏ କାଟି ଉତ୍ତର-ପଶ୍ଚିମ କୋଣରେ ଅପ୍ତ ହେଉଛନ୍ତି । ଠିକ୍ ଉତ୍ତର ଦିଗରେ ଦେଖିବା ଯେ ଗୋଟିଏ ତାରା ପ୍ରାୟ ସ୍ଥିର ରହିଛି । ସାରା ରାତି, ସାରା ବର୍ଷ ସେ ସେହି ଗୋଟିଏ ଜାଗାରେ ରହିଛି ।

ଏହି ସ୍ଥିର ତାରାଟିକୁ ଆମେ କହୁଛେ ଧୁବ ତାରା ! ଧୁବ ତାରା ଉତ୍ତର ଦିଗବଳୟର କିଛି ଉପରକୁ ରହିଛି । ତା'ର ଅତି ପାଖରେ ଥିବା ଅଳ୍ପ କିଛି ତାରା (ଏଗୁଡିକ ବେଶ ଉଜ୍ଜ୍ୱଳ ନୁହନ୍ତି, ତେଣୁ ପୂରା ଅନ୍ଧାରରେ ଦେଖିବାକୁ ହେବ) ସବୁବେଳେ ଦିଗ୍‌ବଳୟର ଉପରେ ରହୁଛନ୍ତି । ସେମାନେ ମଧ୍ୟ ପୂର୍ବରୁ ପଶ୍ଚିମକୁ ବୁଲୁଛନ୍ତି । କିନ୍ତୁ ଧୁବ ତାରା ଚାରିପାଖେ ବେଙ୍ଗଳା

୩୨