ପୃଷ୍ଠା:Asha Tara Dekhiba.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୁଲାଇବା ଭଳି ପ୍ରତି ୨୪ ଘଣ୍ଟାରେ ଏମାନେ ଗୋଟିଏ ଘେରା ପୂରା କରୁଛନ୍ତି । ବର୍ଷର କେଉଁ ସମୟରେ ସେମାନେ ସନ୍ଧ୍ୟାବେଳେ ଧୃବର ଉପରକୁ ରୁହନ୍ତି ତ ଆଉ କେଉଁ ସମୟରେ ପାହାନ୍ତାରେ ।

[[ଫାଇଲ:|357px|page=34]]

ଉତ୍ତର ଦିଗବଳୟ ପୃଥିବୀର ଠିକ୍ ମଝିରେ ବା ବିଷୁବ ରେଖା ଉପରେ ରହି ଦେଖିଲେ ପୃଥିବୀର (ଓ ଖଗୋଳ ମଣ୍ଡଳର) ଦୁଇ ମେରୁ ଉତ୍ତର ଓ ଦକ୍ଷିଣ ଦିଗ୍‌ବଳ‌ୟରେ ଦେଖାଯିବେ । ତାରାଗୁଡ଼ିକ ପୂର୍ବରେ ଉଇଁ ସଳଖ ଊପରକୁ ଉଠିଲା ଭଳି ମନେ ହେବ । ୨୪ ଘଣ୍ଟ। ଭିତରେ ଆକାଶର ସବୁତକ ତାରା ଆମ ଉପର ଦେଇ ଯିବେ । ସମସ୍ତ‌ଙ୍କର ଗତିପଥ ଅଦ୍ଧ ବୃତ୍ତାକାର ହେବ ।

ବିଷୁବ ରେଖାଠାରୁ ଉତ୍ତର ମେରୁ ଆଡ଼କୁ ଚାଲିଲେ ମୁଣ୍ଡ ଉପରେ ତାରାଙ୍କର ଚିତ୍ର ମଧ୍ୟ ବଦଳି ଚାଲିବ । ଉତ୍ତର ମେରୁ ଉପରେ ଥିବା ଧୃବ ତାରା ଦିଗ୍‌ବଳ‌ୟର ଉପରକୁ ଦେଖା ଯିବ, ଦକ୍ଷିଣ ମେରୁ ଓ ତା'ର ଆଖପାଖ ତାରା ଆଉ ଦେଖା ଯିବେନାହିଁ । ମେରୁଞ୍ଚଳର କିଛି ତାରା ରାତି ସାରା ଦେଖାଯିବେ । ଆମେ ଯେତେ ଅଧିକ ଉତ୍ତରକୁ ଯିବା ଧୃବ ତାରା ଦିଗ୍‌ବଳ‌ୟରେ ସେତେ ଅଧିକ ଉପରକୁ ରହିବ ଓ ନିରସ୍ତ ତାରାଙ୍କ

୩୩