ପୃଷ୍ଠା:Asha Tara Dekhiba.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଷ୍ଟ ହୋଇପଡ଼େ । ଦୁଇଟି ତାରା ଏଭଳି ମିଶି ଗୋଟିଏ ଜଣା ପଡ଼ୁଥିଲେ ତାକୁ 'ଯୁଗ୍ମ ତାରା' କୁହାଯାଏ । ଦୁଇରୁ ଅଧିକ ତାରା ମିଶି ରହି ଥିଲେ ତାକୁ 'ବହୁ-ତାରା’ କୁହାଯାଏ । କିଛି ଯୁଗ୍ମ ତାରାଙ୍କୁ ଖାଲି ଆଖିରେ ଅଲଗା ଦେଖିହୁଏ ସପ୍ତର୍ଷ ମଣ୍ଡଳର ବଶିଷ୍ଠ ଓ ଅରୁନ୍ଧତୀ ଏଭଳି ଗୋଟିଏ ଯୁଗ୍ଧ ତାରା । କିନ୍ତୁ ଅଧିକାଂଶଙ୍କୁ ଅଲଗା କରିବା ପାଇଁ ଦୂରବୀକ୍ଷଣ ଯନ୍ତ୍ରରେ ଦରକାର ପଡ଼େ । ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ବଶିଷ୍ଠ ନିଜେ ଦୁଇଟି ତାରାର ସମଷ୍ଟି ବୋଲି ଜାଣିହୁଏ । କିଛି ମିଳିତ ତାରା ସତକୁ ସତ ପାଖରେ ଥା'ନ୍ତି ଓ ଆକର୍ଷଣ ବଳରେ ନିଜ ନିଜ ଚାରି ପାଖରେ ବୁଲନ୍ତି । ଆଉ କେହି କେହି ଏକା ଦିଗରେ ଥିବାରୁ ପାଖାପାଖି ଥିଲା ଭଳି ମନେ ହୁଅନ୍ତି ।

୨. ତାରକା ପୁଞ୍ଜି: ଏଭଳି ପ୍ରାୟ ଲଗାଲଗି ହୋଇ ରହିଥିବା ତାରାଙ୍କ ଛଡ଼ା ଖାଲି ଆଖିରେ ବାରି ହେଉଥିବା କେତେ ଦଳ ତାରା ରହିଛନ୍ତି । ଏମାନଙ୍କୁ ତାରକା ପୁଞ୍ଜ (କ୍ଲଷ୍ଟର୍) କୁହାଯାଏ। କୌଣସି ପୁଞ୍ଜରେ ଥିବା ତାରାମାନେ ଗୋଟିଏ ବାଷ୍ପଖଣ୍ଡରୁ ଏକା ସମୟରେ ଜନ୍ମ ହୋଇଥା'ନ୍ତି। ସମୟ ଗଡ଼ିବା ସାଙ୍ଗରେ ଏମାନେ ଦୂରେଇ ଦୂରେଇ ଯାଆନ୍ତି । ପୂରା ଅଲଗା ହୋଇଯିବା ଆଗରୁ ଆକାଶରେ କିଛି ପୁଞ୍ଜଙ୍କୁ ଦେଖିହୁଏ । ତାରକାପୁଞ୍ଜଗୁଡ଼ିକ ମୋଟାମୋଟି ଦୁଇ କିସମର । ବିକ୍ଷିପ୍ତ ପୁଞ୍ଜ (ଓପନ୍ କ୍ଲଷ୍ଟର) ଓ ବର୍ତ୍ତୁଳ ପୁଞ୍ଜ (ଗ୍ଲୋବୁଲାର କୃଷ୍ଟର)

ବିକ୍ଷିପ୍ତ ପୁଞ୍ଜଗୁଡ଼ିକରେ ମାତ୍ର କେତେ ଶହ ତାରା ଖେଳାଇ ହୋଇ ରହିଥା'ନ୍ତି । ଏହି ପୁଞ୍ଜ ଭିତରେ କିଛି ବାଷ୍ଠ ଓ ଧୂଳି ମଧ୍ୟ ଦେଖାଯାଏ । ବିକ୍ଷିପ୍ତ ପୁଞ୍ଜଗୁଡିକର ବ୍ୟାସ ପ୍ରାୟ ୩୦ ଆଲୋକ ବର୍ଷ ଭିତରେ ହୋଇଥାଏ । ଏହି ଶ୍ରେଣୀର କିଛି ପୁଞ୍ଜଙ୍କୁ ଖାଲି ଆଖିରେ ଦେଖିହୁଏ । ବୃଷ ରାଶିର କୃତ୍ତିକା ପୁଞ୍ଜ (ଫ୍ଲାଏଡେସ୍) ଓ ରୋହିଣୀ ଶକଟ (ହାଏଡେସ୍) ଏଥରୁ ଦୁଇଟି । ଛାୟାପଥ ନୀହାରିକା ଭିତରେ ଏଭଳି ପୁଞ୍ଜର ସଂଖ୍ୟା ଏକ ହଜାରରୁ ବେଶୀ ।