ଘଣ୍ଟାରୁ କେତେ ମାସ ହୋଇଥାଏ । ବୃଷପର୍ବ। ମଣ୍ଡଳର ତାରା ଘ
ଓ
ଢ(μ), ତିମିଂଗଳ ମଣ୍ଡଳର ତାରା ଥ(୦)ବା 'ମାଇରା' ଏହି ଶ୍ରେଣୀର କିଛି ବିଶେଷ ଉଦାହରଣ ।
ମେସିଅର୍ କ୍ରମାଙ୍କ: ତାରକା ପୁଞ୍ଜ, ନୀହାରିକା, ଯୁଗ୍ମ ଓ ଅସ୍ଥିର ତାରା ଆଦିଂକୁ ଖୋଜି ଦେଖିବା 'ଆକାଶପ୍ରେମୀମାନଂକ ପାଇଁ ବଡ଼ ଆଗ୍ରହର କଥା । ତେଣୁ ଶହ ଶହ ବର୍ଷ ଧରି ତାରାଦେଖାଳୀମାନେ ଏ ସବୁର ତାଲିକା ତିଆରି କରି ଆସିଛନ୍ତି । ଏ ଭିତରୁ ଚାର୍ଲସ୍ ମେସିଅର୍ (୧୭୩୦-୧୮୧୭), ତାରକାପୁଞ୍ଜ ନେବୁଲା-ନୀହାରିକା ତାଲିକା ବେଶୀ ଜଣାଶୁଣା । ମେସିଅର୍ କ୍ରମାଙ୍କ (ଯଥା M-31 ବା ମ-୩୧) ଅନୁସାରେ ଏ ସବୁକୁ ଚିହ୍ନଟ କରା ଯାଇପାରିବ । ମେସିଅର୍ଙ୍କ ପରେ ଆବିଷ୍କୃତ ହୋଇଥିବା ନେବୁଲା ଆଦିଂକ ପାଇଁ ଅଲଗା ତାଲିକା ମଧ୍ୟ ରହିଛି । ଏହି ବହିର ଦ୍ୱିତୀୟ ଭାଗର ମାନଚିତ୍ର ଓ ସାରଣୀରେ ସହଜରେ ଦେଖି ହେଉଥିବା ଯୁଗ୍ମ ତାରା ଆଦିଂକର ସୂଚନା ଦିଆ ଯାଇଛି।
ଆକାଶରେ ବୁଲନ୍ତା ବସ୍ତୁ: ଏ ପର୍ୟନ୍ତ ଆମେ ଚିହ୍ନୁଥିବା ବସ୍ତୁମାନେ ଆକାଶରେ ସ୍ଥିର ହୋଇ ରହିଥିବା ଭଳି ମନେ ହୁଏ । ସାଧାରଣ ବା ବିଶେଷ ଗୁଣର ତାରା, ତାରକା ପୁଞ୍ଜ, ନେବୁଲା ବା ନୀହାରିକାଗୁଡିକ ସବୁ ବର୍ଷ ତାଂକର ନିର୍ଦ୍ଦିଷ୍ଟ ସମୟରେ ଦେଖାଯିବେ । କିନ୍ତୁ ଆହୁରି କିଛି ବସ୍ତୁ ମଧ୍ୟ ଅଛନ୍ତି ଯେଉଁମାନେ ତାରାଙ୍କ ଭିତରେ ତାଙ୍କର ସ୍ଥାନ ବଦଳାଇ ଚାଲନ୍ତି । ଏ ମାନଂକ ଭିତରେ ପ୍ରଧାନ ହେଉଛି ଚନ୍ଦ୍ର । ରାତିକୁ ରାତି ଜହ୍ନମାମୁ ଅଲଗା ତାରାଙ୍କ ପାଖରେ ଦେଖାଯାଏ । ଏ ବିଷୟରେ ଆମେ ଅଧିକ ଦେଖିବା ବହିର ଶେଷ ଆଡ଼କୁ ।
ଗ୍ରହ-ତାରା: ବହୁ ପୁରୁଣା କାଳରୁ ମଣିଷ ଆକାଶରେ କିଛି ବୁଲନ୍ତା ତାରାଙ୍କୁ ଲକ୍ଷ କରିଛି । ଏମାନେ ଦେଖିବାକୁ ତାରା ଭଳି, କିଏ କିଏ କିଛି ବଡ଼ ବା ଉଜ୍ଜ୍ୱଳ । ଆଜି ଆମେ ସେମାନଙ୍କୁ ଗ୍ରହ ଭାବେ ଜାଣିଛେ । ଖାଲି ଆଖିରେ ଆମେ ଏ ଭଳି ୫ଟି ଗ୍ରହ-ତାରାଙ୍କୁ ଦେଖି ପାରିବା । ସେମାନେ ହେଲେ: ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି । ଦୁରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆମେ ଇନ୍ଦ୍ର (ଯୁରାନସ୍), ବରୁଣ ( ନେପ୍ଚୁନ୍) ଓ କିଛି ମୁଖ୍ୟ ଗ୍ରହାଣୁଙ୍କୁ ମଧ୍ୟ ଦେଖି ପାରିବା । ହେଲେ ଯମ (ପ୍ଲୁଟୋ)କୁ ଦେଖିବା କଷ୍ଟ ।
ଗ୍ରହମାନଂକର ସ୍ଥାନ ସବୁବେଳେ କିଛି କିଛି ବଦଳି ଚାଲିଥାଏ । ଅଧିକ ବେଗରେ ଘୂରୁଥିବାରୁ ଓ ଆମର ବେଶ୍ ପାଖରେ ଥିବାରୁ ବୁଧ ଓ ଶୁକ୍ର ଗ୍ରହର ସ୍ଥାନ ଶୀଘ୍ର ବଦଳେ । କିନ୍ତୁ ମଙ୍ଗଳ, ବୃହଷ୍ପତି ଓ ଶନି ତାରାଂକ ଭିତରେ ବେଶ୍ ଧୀରେ ବୁଲିବା ଭଳି ମନେ ହୁଏ । ପୃଥିବୀ ଓ
୪୨