ପୃଷ୍ଠା:Asha Tara Dekhiba.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ବିଷୁବ ରେଖା) ଅଞ୍ଚଳରେ ସ୍ଥାନଗୁଡିକ ଭିତରେ ଦୂରତା ବଢିଯାଏ ।

ଗୋଟିଏ ରବର ବଲ୍‌କୁ ଅଧା (ବିଷୁବ ରେଖା ଉପରେ) କାଟି ମୁଣ୍ଡ ବା ମେରୁ ବିନ୍ଦୁରୁ ଚିପି ଚଟକା କରି ଦେଲେ ଏପରି ମାନଚିତ୍ରଟିଏ ମିଳିବ । କିନ୍ତୁ ଲକ୍ଷ୍ୟ କରିବା କଥା ଯେ ବଲ୍‌ର ପରିଧି ବହୁତ ଗୁଣ ବଢ଼ି ଯାଇଛି । ଏହି କାରଣରୁ ଚେପ୍‌ଟା ମାନଚିତ୍ରରେ ଧାର ଆଡକୁ ଥିବା ତାରାମଣ୍ଡଳଗୁଡିକର ଆକାର ଅନେକ ବଦଳି ଗଲା ଭଳି ଜଣା ପଡେ ।

ଗୋଟିଏ ଗୋଲକକୁ କଖାରୁ ଚିରିଲା ଭଳି ଚିରି ସିଧା କରିଦେଲେ ମେରୁ ଅଞ୍ଚଳର ଜାଗାଗୁଡ଼ିକ କିଛି ଖେଳାଇ ହୋଇଯାଏ । ମଝିମଝିଆ ଅଂଶ ଗୁଡିକ କିନ୍ତୁ ଠିକ୍ ରହେ । ତେବେ ଏଥିରେ ଗୋଟିଏ ଗୋଟିଏ ଦେଶ ବା ତାରାମଣ୍ଡଳ ଖଣ୍ଡ ଖଣ୍ଡ ହୋଇପାରେ |

ଆକାଶର ଅଧା ଗୋଲକ (ଅଧା ରବର ବଲ) କୁ ଚାରି ପାଖରେ କିଛି ଦୂର ଯାଏଁ କାଟି ଚେପ୍‌ଟା କରା ଯାଇପାରେ । ଏପରି ମାନଚିତ୍ରରେ ଦେଶ ବା ତାରାମଣ୍ଡଳର ଆକାର ବିଶେଷ ବଦଳେ ନାହିଁ । କିନ୍ତୁ ଏସବୁ ଖଣ୍ଡ ଖଣ୍ଡିକିଆ ହୋଇ ଯାଇପାରେ ।