ପୃଷ୍ଠା:Asha Tara Dekhiba.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାରା ମଣ୍ଡଳ ସ।ରଣୀ

ଏହି ସାରଣୀରେ ସବୁ (ମୋଟରେ ୮୮) ତାରାମଣ୍ଡଳର ଆନ୍ତର୍ଜାତିକ ଏବଂ ଭାରତୀୟ (ଓଡ଼ିଆ) ନାମ, ଧ୍ରୂବ, ଓ କ୍ରାନ୍ତି ରହିଛି । ଅନେକ କ୍ଷେତ୍ରରେ ପ୍ରଚଳିତ ଓଡ଼ିଆ ନାଁ ରହି ନ ଥିବାରୁ ଅନ୍ୟ ଅଞ୍ଚଳର ଭାରତୀୟ ନାଁ ପ୍ରସ୍ତାବିତ ହୋଇଛି । ମୁଖ୍ୟ ମାନଚିତ୍ରରୁ ଅଧିକାଂଶ ମଣ୍ଡଳ ଚିହ୍ନଟ କରିହେବ ଏବଂ ଋତୁ ମାନଚିତ୍ରରୁ ଅଧିକ ଜାଣି ହେବ । ତାରାମଣ୍ଡଳଗୁଡ଼ିକ ଆକାଶର ବେଶ୍ ଅଞ୍ଚଳରେ ଖେଳାଇ ହୋଇ ରହିଥାନ୍ତି । ତେଣୁ ଏଠାରେ ଦିଆ ଯାଇଥିବା ଧ୍ରୂବ ଓ କ୍ରାନ୍ତିର ମୂଲ୍ୟ ସେମାନଙ୍କର ମଝି ଭାଗକୁ ବୁଝାଉଛି । '+’ କ୍ରାନ୍ତି ଉତ୍ତର ଗୋଲାର୍ଦ୍ଧ ଓ ‘-' କ୍ରାନ୍ତି ଦକ୍ଷିଣ ଗୋଲାର୍ଦ୍ଧର ତାରାଙ୍କୁ ବୁଝାଏ ।

ମୁଖ୍ୟ ମଣ୍ଡଳଗୁଡିକର ବର୍ଣ୍ଣନା ଓ ଋତୁ ଅନୁସାରେ ଅବସ୍ଥିତି ବିଭିନ୍ନ ପୃଷ୍ଠାରେ ଦିଆ ଯାଇଛି । ଅନ୍ୟ ଗୁଡ଼ିକ ଅଧିକ ଦକ୍ଷିଣକୁ ରହି ଥିବାରୁ ବା ବେଶ୍ କ୍ଷୀଣ ହୋଇଥିବାରୁ ସେମାନଙ୍କୁ ଦେଖିବା କଷ୍ଟ । ଏହି ବହିର ମାନଚିତ୍ରରେ କେବଳ ଦୀପ୍ତି ୪ ବା ଅଧିକ ଉଜ୍ଜ୍ୱଳ ତାରା ଦେଖା ଯାଇଛି । କ୍ଷୀଣ ମଣ୍ଡଳ ଏବଂ କମ୍ ଉଜ୍ଜ୍ୱଳ ତାରାମାନଙ୍କ ବିଷୟରେ ସ୍ୱତନ୍ତ୍ର ତାରା ଆଟଲାସ୍‌ରୁ ଜାଣି ହେବ ।