ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶ ଦେଖାର ଆରମ୍ଭରେ ଉଜଳ ତାରାମାନେ ବତୀଖୁଣ୍ଟ ଭଳି କାମ କରନ୍ତି । ଉଜଳତାରେ ପ୍ରଥମ ବର୍ଗର ତାରାମାନଙ୍କୁ (ପ୍ରତୀତ ଦୀପ୍ତି ୧.୫ରୁ କମ୍) ସହଜରେ ଜାଣି ହୁଏ ଓ ସେଥିରୁ ମୂଳ ତାରାମଣ୍ତଳଗୁଡ଼ିକୁ ଚିହ୍ନି ହୁଏ । ଏହିଭଳି ୨୧ଟି ତାରାଙ୍କୁ ଆମେ ଦେଖି ପାରିବା । ପରେ ଥିବା ମାନଚିତ୍ରଗୁଡ଼ିକରେ ଏମାନଙ୍କୁ * ସଙ୍କେତ ଦ୍ୱାରା ଚିହ୍ନଟ କରା ହୋଇଛି ।
| ତାରା (ଆନ୍ତର୍ଜାତିକ ନାମ) | ତାରକା ମଣ୍ତଳ ଓ କ୍ରମ | ପ୍ରତୀତ ଦୀପ୍ତି | ରଙ୍ଗ | ଦୂରତା (ଆଲିକବର୍ଷ) | ମାନଚିତ୍ର (ପୃଷ୍ଠା) |
|---|---|---|---|---|---|
| ୧. ଲୁବ୍ଧକ (ସିରିଅସ୍) | ମୃଗବ୍ୟାଧ-କ | -୧.୫ | ଧଳା | ୮.୭ | ୬୮ |
| ୨. ଅଗସ୍ତ୍ୟ(କାନୋପସ) | ନୌକାତଳ-କ | -୦.୮ | ହଳଦି-ଧଳା | ୯୮ | ୬୮ |
| ୩. ଜୟ (ରିଗେଲ କେଣ୍ଟ/ଟଲିମାନ) | ମହିଷାସୁର-କ | ୦ | ହଳଦି | ୪.୩ | ୭୮ |
| ୪. ସ୍ୱାତୀ (ଆର୍କଟରସ୍) | ଭୂତେଶ-କ | ୦ | ନାରଙ୍ଗୀ | ୩୬ | ୭୮ |
| ୫. ଅଭିଜିତ୍(ଭେଗା) | ବୀଣା-କ | ୦ | ଧଳା | ୨୬.୫ | ୮୮ |
| ୬. ବ୍ରହ୍ମହୃଦୟ | ବ୍ରହ୍ମ-କ | ୦.୧ | ହଳଦି | ୪୫ | ୬୮ |
| ୭. ବାଣରାଜା (ରିଗେଲ) | କାଳପୁରୁଷ-ଖ | ୦.୨ | ନୀଳ-ଧଳା | ୯୦୦ | ୬୮ |
| ୮. ପ୍ରଶ୍ୱା (ପ୍ରୋସାୟନ) | ସରମା-କ | ୦.୪ | ହଳଦି-ଧଳା | ୧୧.୩ | ୬୮ |