ମୁଖ୍ୟ ମଣ୍ତଳ ଓ | ପ୍ରଧାନ ତାରା (କ୍ରମ, ନାମ ଓ ଦୀପ୍ତି) |
(ସାରଣୀ କ୍ରମାଙ୍କ) | ଓ ଅନ୍ୟ ଆକର୍ଷଣ |
କାଳପୁରୁଷ (୧୫) | କ-ଆର୍ଦ୍ରା ଖ-ବାଣରାଜା ଝ-ବହୁତାରା |
ଡ-ମୃଗଶୀରା ହେଜା ନକ୍ଷତ୍ର | |
ମ ୪୨ ଓରାୟନ ନେବୁଲା | |
ବୃଷ(୧୩) | କ-ରୋହିଣୀ ଝ-ଯୁଗ୍ମ ତାରା ମ ୪୫ କୃତ୍ତିକାପୁଞ୍ଜ |
ରୋହିଣୀ ଶକଟ ହାଏଡ଼େସ୍ ପୁଞ୍ଜ | |
ମୃଗବ୍ୟାଧ (୨୬) | କ-ଲୁବ୍ଧକ ଆକାଶର ଉଜଳତମ ତାରା |
ମ ୪୧ ବର୍ତ୍ତୁଳ ପୁଞ୍ଜ | |
ବ୍ରହ୍ମ (୨୦) | କ-ବ୍ରହ୍ମହୃଦୟ |
ମିଥୁନ(୨୪) | କ-ସୋମ ଯୁଗ୍ମ ତାରା ଖ ବିଷ୍ଣୁ, |
କ+ଖ ପୁନର୍ବସୁ ନକ୍ଷତ୍ର | |
ସରମା (୨୮) | କ-ପ୍ରଶ୍ୱା |
ଶଶକ(୨୧) | କ-ଆର୍ନେବ୍ ୨.୭ |
ନୌକାତଳ (୩୪) | କ-ଅଗସ୍ତ୍ୟ ଦ୍ୱିତୀୟ ଉଜଳତମ ତାରା |
ଛାୟାପଥ | ଉତ୍ତର-ପଶ୍ଚିମର ମଝି ଆକାଶ ଦେଇ ଦକ୍ଷିଣ-ପୂର୍ବ କୋଣକୁ ଲମ୍ବିଛି |
ତାରା ଦେଖିବା ପାଇଁ ଶୀତଋତୁ ହିଁ ସବୁଠାରୁ ଭଲ ସମୟ । ସଫା ଆକାଶ, ଶୁଖିଲା ବାୟୁମଣ୍ଡଳ, ଛୋଟ ଗୋଧୂଳୀ ଓ ଉଷା, ଲମ୍ବ ରାତି - ସବୁକିଛି ତାରାଦେଖାଳୀଙ୍କ ସାଙ୍ଗ । ପୁଣି ଯୋଗକୁ ବର୍ଷର ଏହି ସମୟରେ ଅଧିକ ସଂଖ୍ୟାର ଉଜଳ ତାରା ସନ୍ଧ୍ୟା ସମୟରେ ଦେଖା ଯାଆନ୍ତି ।
ଶୀତ ଆକାଶର ମଝିରେ ରହିଛି କାଳପୁରୁଷ ମଣ୍ଡଳ । ଖଗୋଳ ବିଷୁବ ଉପରେ ରହିଥିବାରୁ ଏହା ପୃଥିବୀର ସବୁ ଅଞ୍ଚଳକୁ ଦେଖାଯାଏ । ତା’ର ମଝିରେ ଓ ଚାରି କଣରେ ଥିବା ଉଜଳ ତାରାମାନଙ୍କୁ ନେଇ ବିଭିନ୍ନ ଦେଶରେ କେତେ ଆକୃତିର କଳ୍ପନା କରା ଯାଇଛି । ହାତରେ ଗଦା ଓ ଢ଼ାଲ ଧରି, କମର ପଟିରେ ଖଣ୍ଡା ଝୁଲାଇ ମାଡି ଚାଲୁଥୁବା ଶିକାରୀ ରୂପରେ ଏହା ବିଶେଷ ଭାବରେ ଜଣା । ଏହି ମଣ୍ଡଳର ମଝିରେ ଥିବା ତିନି ତାରାଙ୍କ ଧାଡିର ପଶ୍ଚିମ ତାରା (ତାରା ଘ-ମିନ୍ତାକା) ଠିକ୍ ଖଗୋଳ ବିଷୁବ ଉପରେ ରହିଛି; ତେଣୁ ଏହାର କ୍ରାନ୍ତି=୦୦ । ତାରା ଧାଡିର ଦକ୍ଷିଣକୁ ରହିଛି ମ ୪୨ ବା କାଳପୁରୁଷ ନେବୁଲା । ଖାଲି ଆଖିରେ ଏହା ଝାପ୍ସା ମେଘ ଭଳି ଦିଶେ । ଦୂରବୀକ୍ଷଣ ଯନ୍ତ୍ରରେ ସେଠାରେ ଅନେକ ଛୋଟ ତାରା ଦେଖାଯାଏ । କେତେ ନୂଆ ତାରା ସେଠାରେ ଜନ୍ମ ହେଉଥିବା କଥା ଏବେ ଜଣା ପଡୁଛି । ଏହା ଭିତରେ ରହିଛି ବହୁତାରା-ଝ ଟ୍ରାପିଜିଅମ୍ ।