ପୃଷ୍ଠା:Asha Tara Dekhiba.pdf/୭୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତାରା ଦେଖିବାର ଜରୁରୀ ନିୟମ

           ତାରାଙ୍କ ପ୍ରତୀତ ଦୈନିକଗତିର ନିୟମରୁ (ପୃଷ୍ଠା ୩୩ରୁ ୩୯) ଜାଣି ହେବ ଯେ ତାରାମାନେ ଘଣ୍ଟାକୁ ୧୫ କୋଣ ବା ଆକାଶର ୬ ଭାଗରୁ ଏ ଭାଗ କରି ପୂର୍ବରୁ ପଶ୍ଚିମକୁ ଯାଆନ୍ତି । ତେଣୁ ରାତି ଅଧରେ ମୁଣ୍ତ ଉପରେ ଥିବା ତାରାମାନେ ରାତି ୮ ରେ ପୂର୍ବ ଦିଗ୍‌ବଳୟର ୩୦ ଡ଼ି ଗ୍ରୀ ଉପରେ ବା ପ୍ରାୟ ଆଖି ସିଧାରେ ରହିବେ । ରାତି ୧୦ ରେ ସେମାନେ ୬୦ ଉପରକୁ ଉଠିଥିବେ । ସେହିଭଳି ଏହି ତାରାଗୁଡ଼ିକ ରାତି ୩ ବେଳକୁ ପଶ୍ଚିମ ଆକାଶର ମଝିକୁ ଚାଲି ଆସିଥିବେ ଏବଂ ପାହାନ୍ତାକୁ ଅସ୍ତ ହେବେ ।

           ଆହୁରି ମଧ୍ୟ ଜଣା ଅଛି ଯେ ତାରାମାନେ ଦିଙ୍କୁ ୪ ମିନିଟ୍ ବା ମାସକୁ ଦୁଇ ଘଣ୍ଟା ଆଗୁଆ ଉଦୟ ହୁଅନ୍ତି । ତେଣୁ ଯେଉଁ ତାରା ଜାନୁଆରୀ ପ‌ହିଲାରେ ରାତି ୧୨ ରେ ମୁଣ୍ତ ଉପରେ ରହିବେ, ସେ ସନ୍ଧ୍ୟା ୬ ରେ ଉଦୟ ହୋଇଥିବ । ତେଣୁ ତାହା ଫେବୃଆରୀ ମାସ ପ‌ହିଲାରେ ଦିନ ୪ଟା ବେଳେ ଉଦୟ ହେବ (କିନ୍ତୁ ସୂର୍ଯ୍ୟ ଥିବାରୁ ଦେଖାଯିବ ନାହିଁ) ଏବଂ ଅନ୍ଧାର ହେଲା ବେଳକୁ (ସନ୍ଧ୍ୟା ୬)ପୂର୍ବ ଦିଗ୍‌ବଳୟର ୩୦ ଉପରକୁ ରହିବ । ଏହା ରାତି ୮ରେ ୬୦ ଉପରକୁ ଏବଂ ରାତି ୧୦ ରେ ମୁଣ୍ତ ଉପରେ (୯୦) ଦେଖାଯିବ । ସେହିଭଳି ଏହି ତାରା ଡ଼ିସେମ୍ବର ୧, ରାତି ୮ ବା ନଭେମ୍ବର ୧, ରାତି ୧୦ ବେଳକୁ ଉଦୟ ହେବ । ତେଣ୍ୟ ଡ଼ିସେମ୍ବର ୧, ରାତି ୨ ବା ନଭେମ୍ବର ୪, ରାତି ୪ ସମୟରେ ମୁଣ୍ତ ଉପରେ ରହିବ ।

           ;ଏହି ସରଳ ନିୟମ ସାହାଯ୍ୟରେ ଯେ କୌଣସି ତାରା ମାନ‌ଚିତ୍ରକୁ ଅନ୍ୟ ସମୟରେ କାମରେ ଲଗା ଯାଇ ପାରିବ । ଏହି ବ‌ହିରେ ଥିବା ମୁଖ୍ୟ ମାନ‌ଚିତ୍ର (ପୃଷ୍ଠା ୫୦କ ରୁ ୫୦ଖ) ର ସବୁଦିନିଆ ବ୍ୟବ‌ହାର ପାଇଁ ଏହା ଅତି ଜରୁରୀ ।

୭୩