ପୃଷ୍ଠା:Asha Tara Dekhiba.pdf/୮୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚିତ୍ରାର ପୂର୍ବରେ (ଓ ବିଛାର ମୁଣ୍ତ ଉପରକୁ) କ୍ଷୀଣ ତୁଳା ରାଶି ମଣ୍ଡଳ ଏବଂ ପଶ୍ଚିମରେ ହସ୍ତା ମଣ୍ଡଳ ରହିଛି। ତୁଳାର ତାରାଗୁଡିକୁ ବାରିବା କଷ୍ଟ। କିନ୍ତୁ କ୍ଷୀଣ ହେଲେ ବି ହାତ ପାପୁଲି ଭଳି ସଜାଇ ହୋଇ ରହିଥିବା ହସ୍ତା ମଣ୍ଡଳଟି ସ‌ହଜରେ ଜଣା ପଡିଯାଏ। ସପ୍ତର୍ଷି ଲାଞ୍ଜର ବଙ୍କା ଗାର ସ୍ୱାତି-ଚିତ୍ରାଙ୍କୁ ଡ଼େଇଁଲେ ହସ୍ତାକୁ ଭେଟିଥାଏ । ଆମର କିମ୍ବଦନ୍ତୀ କୁହେ ଯେ 'କନ୍ୟା' ହାତର ଆଙ୍ଗୁଠି ଟିପା ହେଉଛି ହସ୍ତା ମଣ୍ତଳ । ଏହାର ତାରାଗୁଡ଼ିକ ହେଉଛି: ଖ-କଚଟି ୨.୮, ଜ-କନିଷ୍ଠା ୪.୪, ଘ-ତର୍ଜନୀ ଆଲ୍‌ଗୋରାଲ୍ ୩.୧, ଗ-ମଧ୍ୟମା ଗିଏନା ୨.୮, ଚ-ଅନାମିକା ୩.୨, କ-ଅଙ୍ଗୁଷ୍ଠା ଆଲ୍‌ଚିନା ୪.୨ ।

ଖରା ଦିନରେ ଦକ୍ଷିଣା ପବନ ଆରାମ ଲାଗେ । ସେହିଭଳି ଗ୍ରୀଷ୍ମ ଆକାଶର ଦକ୍ଷିଣ ଦିଗ୍‌ବଳୟ ତାରା ଦେଖାଳୀଙ୍କୁ ଖୁବ୍ ପୁଲକିତ କରେ । ଦିଗ୍‌ବଳୟକୁ ଛୁଇଁ ପ୍ରାୟ ଏକ ଧାଡ଼ିରେ ଖୁବ୍ ପାଖାପାଖି ହୋଇ ଚାରିଟି ପ୍ରଥମ ବର୍ଗର ଉଜଳ ତାରା ରହିଛନ୍ତି । ମହିଷାସୁର ମଣ୍ତଳର ଜୟ (ଆକାଶର ତୃତୀୟ ଉଜଳତମ ତାରା) ଓ ବିଜୟ ଏଥିରୁ ଦୁଇଟି । ମହିଷାସୁର-ର ବର୍ତ୍ତୁଳ ପୁଞ୍ଜ ଏହି ପାଖରେ ଦେଖାଯିବ । ମହିଷାସୁର-କ ବା ଜୟ ଆଲ୍‌ଫା-ସେଣ୍ଟରୀ ନାମରେ ପ୍ରାୟ ସମସ୍ତଙ୍କର ପରିଚିତ । ଏଠାରେ ୩ଟି ତାରା ମିଶି ରହିଛନ୍ତି । ଦୁଇ ଉଜଳ ଅଂଶ -A ଓ Bଙ୍କୁ ସାଧାରଣ ଦୂରବୀ‌‌କ୍ଷଣ