ପୃଷ୍ଠା:Asha Tara Dekhiba.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିଶିବା ଅବସ୍ଥା)ରୁ ୧୪ (ଅଦୃଶ୍ୟ) ଭିତରେ ବଦଳୁଥାଏ । ଗୋଟିଏ କ୍ଷୀଣଉଜଳ -କ୍ଷୀଣ ଚକ୍ର ପୂରା କରିବା ପାଇଁ ତାକୁ ବର୍ଷକରୁ ଅଧୁକ (୪୦୯ ଦିନ) ଲାଗିଯାଏ ।

[[ଫାଇଲ:|357px|page=91]]

ମରାଳର ପାଖରେ ଛାୟାପଥର ପଶ୍ଚିମ କୂଳରେ ବୀଣା ମଣ୍ଡଳ ଦେଖାଯିବ । ଅତି ଉଜଳ ତାରା ଅଭିଜିତ ଛଡା ଏହାର ଅନ୍ୟ ତାରାମାନଙ୍କୁ ଦେଖିବା କଷ୍ଟ । ଏହାର ତାରା ଖ ଗୋଟିଏ ପରାଗୀ ଯୁଗ୍ମ ଅସ୍ଥିର ତାରା । ଅଭିଜିତର ପାଖରେ ଥିବା ତାରା ଚ ଗୋଟିଏ ଯୁଗ୍ମ ତାରା । ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ଏହାର ତାରା ଦୁଇଟି ନିଜେ ଯୁଗ୍ମ ଥିବାର ଜଣା ପଡେ । ତେଣୁ ଏହାକୁ ଯୁଗ୍ମ-ଯୁଗ୍ମ (ମୋଟରେ ୪ଟି) ତାରା ଦଳ କୁହାଯାଏ । ପ୍ରାୟ ୧୨,୦୦୦ ବର୍ଷ ପରେ ଅଭିଜିତ ଆମର ଉତ୍ତର ମେରୁ ଉପରେ ରହିବ' ଓ 'ଧ୍ରୁବ' ତାରା ହେବ ।

ହୀରକ ତ୍ରିଭୁଜର ମୁଣ୍ଡ ତାରା ରହିଛି ଗରୁଡ ମଣ୍ଡଳରେ । ଛାୟାପଥର ଧୂଆଁଳିଆ ଧାର ଉପରେ ଥିବାରୁ ଗରୁଡର ସବୁ ତାରାଙ୍କୁ ସହଜରେ ଦେଖି ହୁଏନାହିଁ । କିନ୍ତୁ ମୁଖ୍ୟ ତାରା ଶ୍ରବଣାକୁ ଚିହ୍ନିବାରେ କିଛି ଅସୁବିଧା ହେବନାହିଁ ।

୯୦