ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମୁଖ୍ୟ ମଣ୍ଡଳ ଓ | ପ୍ରଧାନ ତାର (କ୍ରମ, ନାମ ଓ ଦୀପ୍ତି) |
(ସାରଣୀ କ୍ରମାଙ୍କ) | ଓ ଅନ୍ୟ ଆକର୍ଷଣ |
ବୃଷପର୍ବା (୮୦) | କ-ଆଲ୍ଡ଼େରାମିନ୍ ୨.୬, ଘ-ଅସ୍ଥିର ତାରା |
ଢ଼-ଅସ୍ଥିର ତାରା ମହା ଲାଲଦାନବ | |
ଶର୍ମିଷ୍ଠା (୧) | କ-ଶେଡର ୨.୩ |
ଯଯାତି (୮) | କ-ମିର୍ଫାକ୍ ୧.୯ |
ଖ-ମାୟାବତୀ ଆଲ୍ଗଲ୍ ପରାଗୀ ଯୁଗ୍ମ ଅସ୍ଥିର | |
ଏଚ୍(h),ଭ-ବର୍ତ୍ତୁଳ ପୁଞ୍ଜ, ମ ୩୪ ବିକ୍ଷିପ୍ତ ପୁଞ୍ଜ | |
ଦେବଯାନୀ (୨) | କ-ଆଲ୍ଫିରାଜ ୨.୧, ଗ-ଯୁଗ୍ମ ତାରା |
ମ ୩୧ ଆଣ୍ତ୍ରୋମିଡ଼ା ନୀହାରିକା | |
ପକ୍ଷୀରାଜ (୮୨) | କ-ମାର୍କାନ୍ ୨.୬ |
ମୀନ(୩) | କ-ଆଲ୍ରିଶା ୪।୩ ଯୁଗ୍ମ ତାରା |
ମେଷ (୯) | କ-ଅଶ୍ୱିନୀ ହମାଲ୍ ୨.୨, ଗ-ଯୁଗ୍ମ ତାରା |
ତିମିଙ୍ଗଳ(୫) | କ-ମେନ୍ଜାର ୨.୮, ଥ-ଅସ୍ଥିର ତାରା ମାଇରା |
ଯମୁନା(୧୦) | କ-ନଦୀମୁଖ ଆଚେର୍ନାର୍ ୦.୬ |
ଛାୟାପଥ | ଉତ୍ତର ଆକାଶରେ ପୂର୍ବରୁ ପଶ୍ଚିମ |
ପକ୍ଷୀରାଜ ଓ ଦେବଯାନୀ ମଣ୍ଡଳର ମୁଖ୍ୟ ତାରାମାନେ ମିଶି କରୁଥିବା ଚତୁର୍ଭୁଜଟି ହେମନ୍ତ ଆକାଶର ମଝି ଭାଗରେ ଆଗ ଆଖିରେ ପଡେ । ଏଠାରୁ ଆରମ୍ଭ କରି ଉତ୍ତର-ପୂର୍ବ କୋଣରେ ଦେବଯାନୀ ମଣ୍ଡଳ ଓ ଆଣ୍ଡ୍ରୋମିଡା ନୀହାରିକାକୁ ଜାଣି ହେବ ।
ମଝି ଆକାଶରେ, ଚତୁର୍ଭୁଜର ଠିକ୍ ପୂର୍ବକୁ, ରହିଛି ମେଷ ରାଶି ମଣ୍ଡଳ । ଏହାର ମୁଖ୍ୟ ତାରା ତିନିଙ୍କୁ ଚିହ୍ନିବା ସହଜ । ରାଶି ଚକ୍ରର ଆରମ୍ଭ ଭାବରେ ଏହାର ସ୍ଥାନ ସ୍ୱତନ୍ତ୍ର । ୨୮୫ ଖ୍ରୀଷ୍ଟାବ୍ଦରେ ମେଷ ମଣ୍ଡଳର ଆରମ୍ଭ ବିନ୍ଦୁରେ ବସନ୍ତ ସମ୍ପାତ (କ୍ରାନ୍ତି ପଥ ଓ ଖଗୋଳ ବିଷୁବର ଏକ ଛେଦ ବିନ୍ଦୁ) ରହୁଥିଲା । କିନ୍ତୁ ଗତ ୧୭୦୦ ବର୍ଷରେ ଅୟନ ଚଳନ ଫଳରେ ଏହା ପ୍ରାୟ ୨୩୦ ପଶ୍ଚିମକୁ ଘୁଞ୍ଚି ଆସି ଏବେ ମୀନ ରାଶିର ତାରାଙ୍କ ଭିତରେ ରହିଛି ।