ପୃଷ୍ଠା:Asha Tara Dekhiba.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=97]]

ଚତୁର୍ଭୁଜର ଦକ୍ଷିଣ-ପୂର୍ବକୁ କ୍ଷୀଣ ମୀନ ରାଶି ମଣ୍ଡଳ ଖେଳାଇ ହୋଇ ରହିଥିବ । ଆଉ କିଛି ଦକ୍ଷିଣ-ପୂର୍ବକୁ ତିମିଙ୍ଗଳ ମଣ୍ଡଳ ରହିବ । କାଳପୁରୁଷ ମଣ୍ଡଳର ତଳୁ ଆରମ୍ଭ କରି ତିମିଙ୍ଗଳର ଦକ୍ଷିଣ-ପୂର୍ବ ଦିଗବଳୟ ପର୍ଯ୍ୟନ୍ତ ଯମୁନା ମଣ୍ଡଳ ଖେଳାଇ ହୋଇ ରହିଛି । ଦକ୍ଷିଣ ଦିଗ୍‌ବଳୟକୁ ପ୍ରାୟ ଛୁଉଁଥିବା ଏହାର ଶେଷ ତାରା ନଦୀମୁଖକୁ ଛାଡିଦେଲେ ଅନ୍ୟ ତାରାଗୁଡିକ ବେଶ୍ କ୍ଷୀଣ । ତଥାପି ଚେଷ୍ଟା କଲେ ପୂରା ନଈଟିକୁ ଠାବ କରିହେବ ।

ଆହୁରି ଉତ୍ତର-ପୂର୍ବକୁ ଯଯାତି ଓ ଶର୍ମିଷ୍ଠା ଏବଂ ପକ୍ଷୀରାଜର ଠିକ୍ ଉତ୍ତରକୁ ବୃଷପର୍ବା ମଣ୍ଡଳ ଗୁଡିକୁ ଦେଖି ହେବ । ଯଯାତିର ଉତ୍ତର ମୁଣ୍ଡରେ ଦୁଇଟି ତାରକା ପୁଞ୍ଜ ଏଚ୍ ଓ ଭ ରହିଛି ।

[[ଫାଇଲ:|357px|page=97]]