ପୃଷ୍ଠା:Asha Tara Dekhiba.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ 'ଗ୍ରହ-ତାରା'

ସୌରଜଗତର ୫ଟି ଗ୍ରହ କେବେ କେବେ ରାତି ଆକାଶରେ ତାରା ଭଳି ଦେଖା ଯାଆନ୍ତି । ତାରାଙ୍କ ତୁଳନାରେ ଏମାନେ ବେଶ୍ ପାଖରେ ଥିବାରୁ ତାଙ୍କର ଆକାର ଓ ଉଜଳତା ଅଧିକ ହୋଇଥାଏ ଓ ସେମାନେ ମିଞ୍ଜି ମିଞ୍ଜି ନ ହୋଇ ସ୍ଥିର ଦେଖା ଯାଆନ୍ତି । ଏହି ନିକଟତ ଫଳରେ ତାଙ୍କର ଗତି ମଧ୍ୟ ଆମକୁ ଜଣାପଡେ ଓ ତାରାଙ୍କ ଭିତରେ ସେମାନେ ବୁଲୁଥୁଲା ଭଳି ମନେ ହୁଏ । ଗତ କେତେ ହଜାର ବର୍ଷର ଚେଷ୍ଟା ଫଳରେ ମଣିଷ ଆଜି ଗ୍ରହମାନଙ୍କର ଗତିବିଧିକୁ ବୁଝି ପାରିଛି ଓ କିଏ କେବେ କେଉଁଠି ଦେଖାଯିବ ସେକଥା ହିସାବ କରି ଆଗୁଆ କହି ପାରୁଛି ।

ଗ୍ରହ ଚିହ୍ନଟ ପାଇଁ କିଛି ସାଧାରଣ ନିୟମ ଓ କିଛି ବର୍ଷ ପାଇଁ ଦୂର ଗ୍ରହମାନଙ୍କର ସ୍ଥାନର ସୂଚନା ଏଠାରେ ରହିଛି । ସବୁଠାରୁ ଜରୁରୀ କଥା ହେଉଛି ଯେ ଗ୍ରହମାନେ କେବଳ ରାଶିମଣ୍ଡଳମାନଙ୍କ ଭିତରେ (କ୍ରାନ୍ତିପ‌ଥ ଉପରେ) ଦେଖାଯିବେ । ପ୍ରତି ବର୍ଷ ପାଇଁ ଗ୍ରହମାନଙ୍କର ସଠିକ ସ୍ଥାନ ଓ ଅଧୁକ ତଥ୍ୟ ପାଞ୍ଜି ଆଦିରୁ ମିଳି ପାରିବ ।

ସୂର୍ଯ୍ୟ-ପୃଥିବୀ ମଝିର ଗ୍ରହ (ଭୂ-ପୂର୍ବ ଗ୍ରହ ବା ଇନ୍‌ଫେରିଅର୍ ପ୍ଲାନେଟ୍‌ସ୍):

ବୁଧ: ଏହା ସୂର୍ଯ୍ୟର ସବୁଠାରୁ ପାଖରେ । ଏହାର ଗତିବେଗ ମଧ୍ୟ ସବୁଠାରୁ ବେଶୀ । ତେଣୁ ଏହାର ସ୍ଥାନ ଶୀଘ୍ର ବଦଳି ଯାଏ । ବୁଧ ଗ୍ରହ ସୂର୍ଯ୍ୟଠାରୁ ୨୮ ଭିତରେ ସବୁବେଳେ ରହିଥାଏ । କେବେ ସୂର୍ଯ୍ୟର ପୂର୍ବ ବା କେବେ ପଶ୍ଚିମରେ ରହୁଥିବାରୁ ଆମେ ତାକୁ ସନ୍ଧ୍ୟା ବା ପାହାନ୍ତା ଆକାଶରେ ଦେଖିପାରୁ । ତା’ ପୁଣି ଅତି ବେଶୀରେ ପ୍ରାୟ ଦେଢ ଘଣ୍ଟା ପାଇଁ । ସୂର୍ଯ୍ୟର ୧୧°ରୁ ୧୫° ପାଖକୁ ଆସିଗଲେ ବୁଧକୁ ଆଉ ଦେଖିହୁଏ ନାହିଁ । ତେଣୁ ବର୍ଷର ଅଧା ଦିନ ଆମେ ତାକୁ ଦେଖି ପାରିବା ନାହିଁ । ବୁଧର ଉଜଳତମ ଦୀପ୍ତି ହୁଏ - ୧.୨ ।

ମୋଟ ଉପରେ ଦେଖିଲେ ବୁଧକୁ ଦେଖିବା ସହଜ କଥା ନୁହେଁ । କିନ୍ତୁ ତାରା ଦେଖାଳୀଙ୍କ ପାଇଁ ଏହି କଷ୍ଟ କାମର ପିଛା କରି ବା ବେଶ୍ ମଜାର କଥା । ବାର୍ଷିକ ସାରଣୀରୁ ତା’ର ଅବସ୍ଥିତି ଖୋଜି ବାହାର କଲେ ନିଶ୍ଚୟ ଦେଖି ହେବ ।

୯୮