ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଯୁବରାଜ ଏହୁ ରସେ ବଦତି
ସଖୀ ସମୀପେ ଭାଷନ୍ତି ଶ୍ରୀମତୀ
କରି ସେ ପ୍ରୀତି, ରଖି କୀରତି

କାହ୍ନୁଚରଣ
କୃଷ୍ଣଙ୍କ ପ୍ରତି ଶ୍ରୀରାଧା
( ଶ୍ରୀ—ରାଗ, ତାଳ—ଆଠତାଳୀ )
ମୋହନ ହେଲାତ ତୁମ୍ଭର ଅପକୀରତି । ପଦ ।
ନାଶ କଲା କା ମୁଖ ଶଶଅଙ୍କ ମୟୁଖ
ଆଶ୍ୟ କମଳ ମୂରତି ମୂରତି. . . . . . । ୧ ।
ବଲ୍ଲିରସ ହିଂଗୁଳଖଳିବା ଇନ୍ଦ୍ର ନୀଳ
ପଟି ସୁଗଣ୍ଡେ ଭରତି ଭରତି. . . . . . । ୨ ।
ମାତି ଆଶ୍ଳେଷେ ଭୁଜେକାତି ସମ କରଜେ
ଜନୁ ହୋଇଛି କରତି କରତି. . . . . . । ୩ ।
ଭାଷେ କାହ୍ନୁଚରଣକଲି ଯା' ଆଚରଣ
ଅଜହୁଁ ପର ପିରତି ପିରତି. . . . . . । ୪ ।