ପୃଷ୍ଠା:Baishanaba Padabali.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କୁଳମଣି ରାଜେନ୍ଦ୍ର

ବିରହୋତ୍କଣ୍ଠିତା

ସଖୀପ୍ରତି—ଶ୍ରୀରାଧା

କହ ଗୋ ଦୂତୀ ମୋତେ କାହିଁ ଗଲେ ହରି ଗୋ । ପଦ ।

ଶିଖଣ୍ଡ ଚୂଳିଆ ସେ ମୋ ନବଘନ କାଲା ହୋ,
ପିଣ୍ଡରୁ ପରାଣ କେ ମୋ ହରି ଘେନି ଗଲା । ୧ ।

ଯେଣିକି ଚାହିଁଲେ ନେତ୍ରେ ତା ରୂପ ଦିଶିଲା ଗୋ
ଅସନ ବସନ ବିଷ ପରାଏ ହୋଇଲା ଗୋ । ୨ ।

ଯେତେ ରୂପେ ଆମ୍ଭଠାରେ ସେ ମୁହାଁସ କଲେ ଗୋ
ଏବେ ସେ ମୂର୍ଚ୍ଛିବେ ବୋଲି ପରତେ ନ ଥିଲା ଗୋ । ୩ ।

ଗୋପପୁର ଜନଶିରୀ ଶ୍ରୀନନ୍ଦ ନନ୍ଦନ ଗୋ
ଆସିବେ ବୋଲି ନଇଲେ କି ବିଚାରି ମନ ଗୋ । ୪ ।

କୁଳମଣି ରାଜଇନ୍ଦ୍ର କୃଷ୍ଣପାଦେ ଚିନ୍ତି ଗୋ
କହନ୍ତି ଏ ରସେ ରାଧା ବିରହ ଭାରତୀ ଗୋ । ୫ ।