ପୃଷ୍ଠା:Baishanaba Padabali.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯୁଗଳ-ମିଳନ

ଆହା କି ଶୋଭା ଗୋ ରାଧା ମିଳନ ଛବି
ଦେଖିଲେ ମନ ନୟନ ଉଲ୍ଲାସ ହୁଏ ବାନ୍ଧବୀ । ଘୋଷା ।

ଶ୍ୟାମଳ ଗଉର ଅଙ୍ଗହୋଇବାରୁ ଏକ ସଙ୍ଗ
ଧନୁ ଛାଡ଼ିଣ ଅନଙ୍ଗଲୁଚିଲାଣି ଭାବି ଭାବି । ୧ ।

ଘନେ ସୌଦାମିନୀ ପରିନବ କିଶୋର କିଶୋରୀ
ଶ୍ରୀ ବୃନ୍ଦାରଣ୍ୟେ ଦମ୍ପତିନାହିଁ ନାହିଁ ତ୍ରୟ ଭୁବି । ୨ ।

କୋଟି କୋଟି କାମ ରତିହୋଇଲେ ଏକ ମୂରତି
ସମ ନୋହିବେ ପଦ୍ମପାଦତଳକୁ ବହ୍ଲବୀ । ୩ ।

କହେ ଦ୍ୱିଜ ଘନଶ୍ୟାମଶ୍ରୀରାଧା ଗୋବିନ୍ଦ ନାମ
ଏକ ନିତ୍ୟ ସୁଖ ଧାମରଟ ଗୋ ପ୍ରାଣବଲ୍ଲଭୀ । ୪ ।