ପୃଷ୍ଠା:Bali Trutiya Brata.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୭
ବ୍ରତାବଳୀ

ଜୀବନ ହାରିବି ସତ୍ୟ କରିଥିଲି ।
ପ୍ରିୟସଖୀ ପରାମର୍ଶେ ବନ‌କୁ ଆସିଲି ॥
ହରିଙ୍କି ନ‌ଦେଇ ଶିବେ ଦେବା ସତ୍ୟ କଲେ ।
ଆନନ୍ଦେ ଘରକୁ ଯିବ ପାର୍ବତୀ ଭାଷିଲେ ॥
କଥା କହି ପିତା ନିଜପୁରେ ନେଇଗଲେ ।
କ୍ରମେ ମୋତେ ବିଭା ଦେଇ ସନ୍ତୋଷ ଲଭିଲେ ।
ବ୍ରତବଳେ ଅର୍ଦ୍ଧାସନ ମୋହର ପାଇଲା ।
ଅଧିକ କିସ କହିବି ଏଥିବ୍ରତ ଭଲା ॥
ସେହିଦିନୁ ଶୁଣ ଦେବୀ ଆଜି ହରିବାରେ ।
ବ୍ରତ ଖ୍ୟାତ ହେଲା ହରି ତାଲିକା ନାମରେ ॥
ପାର୍ବତୀ କ‌ହନ୍ତି ପ୍ରଭୁ କହିଲି ଯେ ନାମ ।
ପୁଣ୍ୟଫଳ କିବା କହ ପୂଜା ବିଧିକ୍ରମ ॥
କିଏ ଏହା କରିଥିଲା ପୂଜାକାଳେ ହର ।
ଶିବ କହନ୍ତି ବିଧାନ ଶୁଣ ରାମାବର ॥
ଭାଗ୍ୟକ୍ରମେ ନାରୀମାନେ ଏ ପୂଜା କରନ୍ତି ।
ମଣ୍ଡପ କଦଳୀ ସ୍ତମ୍ଭେ କରିଣ ମଣ୍ଡାନ୍ତି ॥
ଚାରିତୋରଣେ ଶୋଭିତ ବିବିଧ ବର୍ଣ୍ଣରେ ।
ପାଟବସ୍ତ୍ର ଆଚ୍ଛାଦିତ ମଣ୍ତପ ଉପରେ ।
ସୁଗନ୍ଧ ଚନ୍ଦନ ଲେପେ ମଣ୍ଡପ ଲିପାଇ ।
ଶଙ୍ଖାଦି ମୃଦଙ୍ଗ ବାଦ୍ୟସହ ଗୀତଗାଇ ।
ମଙ୍ଗଳ ସଙ୍ଗୀତ କରି ମଦୀୟ ମନ୍ଦିରେ ।
ସ୍ଥାପିଣ ଲିଙ୍ଗ ପୂଜିବ ପାର୍ବତୀ ଶଙ୍କରେ ॥
ଗନ୍ଧ ପୁଷ୍ପ ଧୂପ ଦୀପ ଫଳ ନିବେଦନ ।
ଶୁଦ୍ଧ