ପୃଷ୍ଠା:Bali Trutiya Brata.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୧
ବ୍ରତାବଳୀ ।

ପଚାରନ୍ତି ଗୁପ୍ତପୁଣ୍ୟ କହ ତ୍ରିପୁରାରି ॥
ହେ ନାଥ ପ୍ରସନ୍ନ ଯେବେ ସତ୍ୟ ମୋତେ କହ ।
ଶୁଣି ଦୂର ହେଉ ମୋର ମନରୁ ସନ୍ଦେହ ॥
ପୂର୍ବ ଜନ୍ମେ ଦାନ କିବା ତପ କରିଥିଲି ।
ଭର୍ତ୍ତାରୂପେ ଆପଣଙ୍କୁ ଏ ଜନ୍ମେ ପାଇଲି ॥
ଈଶ୍ୱର କହନ୍ତି ପ୍ରିୟେ ଶୁଣ ଦେଇ ମନ ।
କହୁଛି ଉତ୍ତମ ବ୍ରତ ମୋର ଗୁପ୍ତଧନ ॥
ନକ୍ଷତ୍ର ଗଣରେ ଚନ୍ଦ୍ର ଉତ୍କୃଷ୍ଟ ଯେସନ ।
ଗ୍ରହଗଣ ରବି ବର୍ଣ୍ଣମାନଙ୍କେ ବ୍ରାହ୍ମଣ ॥
ଦେବତାମାନଙ୍କ ମଧ୍ୟେ ବିଷ୍ଣୁ ଯଥା ହେଜ ।
ନଦୀରେ ଗଙ୍ଗା ପୁରାଣେ ଭାରତ ସହଜ ॥
ଚାରିବେଦ ସାମ ଯଥା ଇନ୍ଦ୍ରିୟରେ ମନ ।
ଉତ୍କୃଷ୍ଟ ବୋଲି ଶାସ୍ତ୍ରରେ ଅଛି ନିରୂପଣ ॥
ପୁରାତନ ଧର୍ମ ସାର ଆଗମେ କଥିତ ।
ସର୍ବଶ୍ରେଷ୍ଠ ବୋଲି ଖ୍ୟାତ କଥା ଏହୁ ବ୍ରତ ॥
ଏହି ଶୁଭବ୍ରତ ପ୍ରିୟେ ଏକମାତ୍ର ଶୁଣ ।
ଯାହାର ପ୍ରଭାବେ ଟଳିଗଲା ମୋ ଆସନ ॥
ପୂର୍ବକାଳେ ହିମାଳୟେ ଦେଖିଅଛି ଯାହା ।
ବିସ୍ତାରି କହିବି ତୁମ୍ଭ ଆଗେ ଏବେ ତାହା ॥
ଭାଦ୍ରବ ମାସରେ ଶୁକ୍ଳପକ୍ଷ ତୃତୀୟାରେ ।
କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ ॥
ଅନୁଷ୍ଠାନ ମାତ୍ରେ ବ୍ରତ ସର୍ବପ୍ରାପ୍ତ ମୁକ୍ତ ।
କରିଥିଲି ଅଜ୍ଞାତରେ ବାଲ୍ୟେ ଏହି ବ୍ରତ ॥