ପୃଷ୍ଠା:Bali Trutiya Brata.pdf/୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୮୨

ବାଲି ତୃତୀୟା ବା ତୀଜବ୍ରତ


ସେ ସବୁ ଆମ୍ଭ ଆଗରେ କହବି ଗୋ ପ୍ରିୟେ । ନିଜେ ଯାତ୍ରା ଦେଖିଅଛି ପୂର୍ବେ ହିମାଳୟେ ।। ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ । କପରି ମୁଁ ପୂର୍ବେ କରିଥିଲି ଏହି ବ୍ରତ । ଶୁଣିବାକୁ ଇଚ୍ଛା ମୋର ହୁଏ ପ୍ରାଣେଶ୍ୱର ! ବୁଝାଇ କହ ହେ ତୁଟୁ ସନ୍ଦେହ ମନର ।। ଈଶ୍ୱର କହନ୍ତି ଦେବୀ ଶୁଣ ଦେଇ ମନ । ନଥିଲା ପର୍ବତ ଉତ୍ତମ ନାମ ହିମବାନ ।। ସିଂହବ୍ୟାଘ୍ର ଗଜ‌ଯୁଥ ତହୁଁ ବିହରନ୍ତି । ବୃକ୍ଷଲତାରେ ମଣ୍ଡିତ ଯହୁଁ ବହୁ ମୃଗପତି ।। ନାନାବର୍ଣ୍ଣ ରଙ୍ଗରେ ବିଚିତ୍ରମୂରତି ।। ମଧୁବନେ ବୁଲନ୍ତି ଯହିଁ ପକ୍ଷୀପନ୍ତି ।। ଦେବତା ଗନ୍ଧର୍ବ ସିଦ୍ଧଚାରଣ ଗୁଣ୍ୟେକେ । ମହାନନ୍ଦେ ବିହରନ୍ତି ଗନ୍ଧର୍ବ ଗାୟକେ । ସ୍ପଟିକ କାଞ୍ଚନ ବଇଦୁର୍ଯ୍ୟ ମଣିମୟ । ଶୃଙ୍ଗେ ଶୋଭିତ ଆକାଶ ବ୍ୟାପୀ ବୃକ୍ଷଚୟ । ଯହିଁ ଦେଖି ହମାଚଳ, ତୃଷାରେ ପୁରିତ । ଗଙ୍ଗାଜଳ ପ୍ରବାହେ ଯେ ହୋଇଛି ଚିତ୍ରିତ ।। ରତ ସଦା ସୁରନାରୀ ନୃତ୍ୟ ସଙ୍ଗୀତରେ । ବାଲ୍ୟ ଆରମ୍ଭିଲେ ବ୍ରତ ସେତୁ ପର୍ବତରେ । ଅଧ ମୁଖେ ବାରବର୍ଣ୍ଣ ଗଲ। ଧୂମ୍ର ପାନେ । ଚଉଷଠି ବର୍ଷ ବ୍ରତ ପଦ୍ମପତ୍ରର ଆସନେ । କଠୋର ନିୟମେ କଷ୍ଟ ଦେଖି ତବ ତାତ, ମନେ ମନେ