ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୪
ବାଲତୃତୀୟା ବା ତୀଜବ୍ରତ
ପ୍ରଣମି ପ୍ରୟାଣ କଲେ ସ୍ୱକୀୟ ଭଜନ ।
ବିସଜ ନାରଦେ ଅବା ପିତା ହିମବାନ ।
ପ୍ରକାଶି କହିଲେ ଯାଇ ତୋର ସନ୍ନିଧାନ ॥
ଗରୁଡ଼ ଧ୍ୱଜେ ତୁମ୍ଭଙ୍କୁ ମୁଁ କରିବି ଦାନ ।
ବତ୍ସେ ଅଙ୍ଗିକାର କଲି ନୋହିବ ଯେ ଆନ ॥
ଜନକ ସହିତେ ହେଲେ ଯଦି ଏକମତି ।
ପାର୍ବତୀ ଦୁଃଖିତ ଶୁଣି ଏସନ ଭାରତୀ ॥
ଦୁଃଖଭରେ ସନ୍ତାପରେ ବସିବାର ଦେଖି ।
ଏକାନ୍ତରେ ବସି ପଚାରିଲେ ପ୍ରିୟସଖୀ ॥
କାହିଁକି ଗୋ ମନେ ଦୁଃଖ କହ ମୋ ଆଗରେ ।
ଉପାୟେ ଭଲ କରିବି ସଂଶୟ ନକରେ ॥
ପାର୍ବତୀ ବୋଇଲେ ସଖୀ ଶୁଣ ମୋ ବଚନ ।
ଶିବଙ୍କୁ ଭତ୍ତା ବରିଥିଲେ ମୋର ମନ ॥
ସତେ ସଖୀ ଭାବିଥିଲି ମନେ ଏହି କଥା ।
ଜାଣିଲି କହିଲେ ପିତା କରିବେ ଅନ୍ୟଥା ॥
ପିତୃ ସତ୍ୟ ବାଣୀ ଶୁଣି ନଦିଏ ଉପାୟ ।
ତେଣୁ ଦେହ ଛାଡ଼ିବାକୁ କଲିଣି ନିଶ୍ଚୟ ॥
ଶୁଣି ପାର୍ବତୀଙ୍କ ବାଣୀ ସଖୀ କହେ ବୋଧି ।
ପିତାଙ୍କ ଅଜ୍ଞାତେ ମହାରଣ୍ୟେ ଯିବି ବୋଧି ॥
ଶଙ୍କର କହନ୍ତି ସଖୀ ଫେରାଇ ତୋ ମତି ।
ଘେନିଗଲା ଘୋର ବନେ ତୁମ୍ଭଙ୍କୁ ସେ ରାତି ॥
ଏ ସମୟେ ପିତା ତୋତେ ନ ଦେଖି ମନ୍ଦିରେ ।
ଖୋଜିଲେ