ପୃଷ୍ଠା:Bali Trutiya Brata.pdf/୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ନଗରେ ଯାଇ ପଶି ଘରେ ଘରେ । ନଦେଖି ଆକୁଳ ମନେକରି ନାନା ଶଙ୍କା । ସୁର ଦାନବ କିନ୍ନରେ କି ନେଲା କନ୍ୟକା | ମୁନି ଆଗେ ସତ୍ୟକଲି ଦେବ ବାସୁଦେବେ । ମିଥ୍ୟାବାଦୀ ହେଲେ ଲୋକେ ମତେ କି ବୋଲିବେ । ଚିନ୍ତାଭରେ ମୂର୍ଚ୍ଛା ହୋଇ ପଡ଼ିଲେ ଭୂତଳେ । ଦେଖି ହାହାକାରେ ଲୋକେ ସେଠାରୁ ଧାଇଁଲେ ।। ଦୁଃଖଭରେ ଆଗେ ଯାଇ ପଚାରିଲେ ଜନ । ଶୋକେ ମୋହ କାହିଁପାଇଁ କହ ହେ ରାକମ ।। ସନ୍ତାପରେ ହିମାଳୟେ କଲେକ ଉତ୍ତର । ନ ଜାଣିଲ କନ୍ୟାରତ୍ନ କେ ନେଲା ମୋହର ।। ଧ୍ୱଂସିଲାକ ସର୍ପ ସିଂହ ବ୍ୟାଘ୍ର କି ଖାଇଲା । ଗୁପତେ କନ୍ୟାକୁ କେହି ଦୁଷ୍ପ ବା ମାଇଲା ।। କ‌ହୁ କ‌ହୁ ଶୋକଭରେ ପଡ଼ିଲେ, ସେ ଢ଼ଳି । ବତାସ ପବନେ ଯଥା ଉପୁଡ଼େ କଦଳୀ । ନିର୍ଜନ ଭୟ ବକୁଳ ବନେ ନରସିଂହ | ବ୍ୟାଘ୍ର, ଶୃଗାଳାଦି ଯହିଁ ତହିଁ ପଲ ପଲ । ଗଜ ମୃଗ, ପକ୍ଷ ସମାକୁଳ ମହାବନେ । ସଖି ସଙ୍ଗେ ଯାଉ ନ‌ଦୀ ପଡ଼ିଲା ଦୟନେ । ନିରାହାରେ ରମ୍ୟତୀରେ ବସି ସେହି ରାତି । ବାଲିରେ ରବି ପୂଜିଲା ଶଙ୍କର ପାର୍ବତୀ । ଭାଦ୍ରବ ଶୁକ୍ଳ