ପୃଷ୍ଠା:Bali Trutiya Brata.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୬
ବାଲି ତୃତୀୟା ବା ତୀଜବ୍ରତ

ତୃତୀୟା ହସ୍ତା ନକ୍ଷତ୍ରରେ ।
ଗୀତ ବାଦ୍ୟ ଭଜ ରାଗକଲି ଉକ୍ତିଭରେ ॥
ସେତୁ ବ୍ରତ ପ୍ରଭାବେ ମୋ ଟଳିଲା ଆସନ ।
ସଖୀସଙ୍ଗେଥିଲ ଯହିଁ ଗମିଲି ସେସ୍ଥାନ ॥
ପ୍ରସନ୍ନ ହେଲି ଗୋ ତୋରେ ମାଗୋ ବୋଲିବର ।
ଭାଷିଲି ଶୁଣି କହିଲି ତୁମ୍ଭେ ଯୋଡ଼ିକର ॥
ଭୋଦେବ ପ୍ରସନ୍ନ ଯେବେ ହେଲେ ହେ ଈଶାନ ।
କୃପାକରି ମୋରଭତ୍ତା ହୁଅନ୍ତୁ ଆପଣ ।
ତଥାସ୍ତୁ କହି ମୁଁ ଦେଇ ଗଲି କଇଳାସ ॥
ଏସନ ସମୟେ ନିଶା ହୋଇଲା ପ୍ରକାଶ ।
ନଦୀରେ ବିସର୍ଜିସବୁ ବନଜାତଫଳେ ।
ପାରଣା କରି ପାର୍ବତୀ ଶୋଇଲେ ବିହ୍ୱଳେ ॥
ତେଣେ ହିମାଳୟ ଦୁଃଖେ ନକରି ଭୋଜନ ।
ଚାରିଦିଗେ ଖୋଜି ବନେ କଲେ ଆଗମନ ।
ନଦୀକୂଳେ ଦୁଇ କନ୍ୟା ଶୋଇବା ଦେଖିଲେ ।
ଉଠାଇ କୋଳେ ବସାଇ କାନ୍ଦି ପଚାରିଲେ ॥
କିପାଇଁ ଗୋ ବତ୍ସେ ଏଥିକଲ ଆଗମନ ।
ସିଂହ ବ୍ୟାଘ୍ର ଗଜେ ଭୟଙ୍କର ଯେଉଁ ଜନ ।
ପାର୍ବତୀ କ‌ହନ୍ତି ତାତ ଶୁଣ ମୋର କଥା ।
ମୁଁ କରିଥିବା ପ୍ରତିଜ୍ଞା କିମ୍ପା କଲ ମିଥ୍ୟା ॥
ଶିବଙ୍କୁ ବିଭା ହେବାକୁ ଥିଲା ମୋର ମନ ।
ସତ୍ୟକଲ ବାସୁଦେବ ଦେବି କନ୍ୟାଦାନ ॥
ତେଣୁ