ବହ୍ନି
ସମ୍ମୁଖରେ ମହାମାୟା ଦୁ୍ର୍ଗାଙ୍କର ପ୍ରଶାନ୍ତ ମୂର୍ତ୍ତି। ପାଦତଳେ ତାଙ୍କର ବିଦଳିତ ମହିଷାସୁର। ଆଲୋକ ସଜ୍ଜିତ ମଣ୍ଡପରେ ଧୂପ,ଦୀପର ଗନ୍ଧ ପରିବେଶକୁ କରିପକାଇଛି ଆହୁରି ଭାବ ଗମ୍ଭୀର। ଅଳ୍ପକ୍ଷଣ ମଧ୍ୟରେ ଆରମ୍ଭ ହେବ ଆରତି।
ବାଦ୍ୟ ବାଜି ଉଠିଲାଣି। ତା'ସାଙ୍ଗକୁ ଘଣ୍ଟ,ମାଦଳ,ମଧ୍ୟ। ଧୂପଦାମୀ ଧରି ପ୍ରସ୍ତୁତ ହୋଇଗଲେଣି ଭକ୍ତଗଣ ଆରତି ପାଇଁ। ତାଙ୍କରି ମଧ୍ୟରୁ ଜଣେ ବିପ୍ଳବ।
ଘଣ୍ଟ,ମାଦଳ ବାଦ୍ୟର ଧ୍ୱନୀ କ୍ରମେ ପ୍ରଖର ହୋଇ ଆସିଲାଣି। ଅନ୍ୟମାନଙ୍କ ସଙ୍ଗେ ବିପ୍ଲବ ମଧ୍ୟ ଧୂପଦାନୀ ଧରି ଓହ୍ଲାଇ ଆସିଲା ମଣ୍ଡପ ସମ୍ମୁଖକୁ। ପ୍ରଥମେ କେତେ ମୁହୁର୍ତ୍ତ ଦେବୀ ପ୍ରତି ନତମସ୍ତକ ହୋଇ ପ୍ରଣତି ଜଣାଇବା ପରେ ଧିରେ ଧିରେ ଆରମ୍ଭ କଲା ସେ ଅଙ୍ଗ ଚାଳନା ଏକ ବିଚିତ୍ର ଭଙ୍ଗି ମାରେ।
ବାଦ୍ୟର ଧ୍ୱନୀ ଆହୁରି ପ୍ରଖର ହୋଇ ଉଠୁଛି। ଭକ୍ତଗଣଙ୍କର ଅଙ୍ଗ ଚାଳନା ମଧ୍ୟ ସେଥି ସଙ୍ଗେ ତାଳ ଦେଇ ପ୍ରଖରତର ହୋଇ ଉଠୁଛି। କ୍ରମେ ଯେପରି ସେମାନଙ୍କର କାୟାରେ ପ୍ରବେଶ କରୁଛନ୍ତି ଦୁର୍ଗତୀ ନାଶିନୀ ଦୁର୍ଗା। ସଂହାର କରିବାକୁ ପ୍ରବଳ ପ୍ରତାପୀ,ଅତ୍ୟାଚାରୀ ମହିଷାସୁରକୁ।
ବାଦ୍ୟର ଧ୍ୱନୀ ଆହୁରୀ ତୀବ୍ର। ହୁଏତ ସୃଷ୍ଟି ହୋଇଛି ଏକ ଭୂକମ୍ପ। ଆରତିରୁଢ଼ ଭକ୍ତମାନଙ୍କ ମଧ୍ୟରୁ କେତେଜଣ ଓହରି ଆସିଲେଣି। ଆଉ ପାରୁନାହାନ୍ତି। ଜଣେ ପଡ଼ିଯାଇଛି ମୃମୁର୍ଷ ଅବସ୍ଥାରେ। ଆଉ ଯେଉଁମାନେ