ପୃଷ୍ଠା:Banhi O Bou.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅମିତାଭ ମନକୁ ହାଲୁକା କରିବାର ଅଭିନୟ କଲା । ତା'ର ଗୁଣୁ ଗୁଣୁ ହୋଇ ଗୋଟାଏ ଗୀତ ବୋଲିବାର ଖୁବ୍ ଇଛା ହେଲା । ମାତ୍ର ଶାଳିନତା ଦୃଷ୍ଟିରୁ ଅଗଣ୍ୟା ତା'କୁ ନିଜ ପ୍ରବୃତ୍ତିକୁ ଚାପି ରଖିବାକୁ ହେଲା । କିନ୍ତୁ ସେ ନିଜ ମନକୁ ହାଲୁକା କରିବାର ଅଭିନୟ ପାଇଁ ଦୃଢ଼୍ ପରିକର । ତେଣୁ ମନକୁ ଦଉଡ଼ାଇ ନେଲା ସେ ସେଠାକାର ପରିବେଶର ବାହାରକୁ ।

ଦୀର୍ଘ ଦୁଇବର୍ଷ ପରେ ଅମିତାଭ ଘରକୁ ଫେରିଛି; ପୂଜା ଛୁଟୀରେ । ଦେଖାହେବ ତାର ବାପା,ମାଆ,ଭାଇ,ଭଉଣୀଙ୍କ ସହିତ । ପୁଣି କେତୋଟି ଦିନ ସେ କଟାଇଦେବ ସେ ବନ୍ଧୁ ମାନଙ୍କ ଗହଣରେ; ମାତ୍ର ସବୁଠାରୁ ବଳି ଆକର୍ଷଣ ହେଉଛି ତା'ର ବିବାହ ପକ୍କା ହେବ-ସେ ଆସି କନ୍ୟା କୁ ଦେଖି ରାଜି ହୋଇଗଲା। କନ୍ୟା ଗର ମଧ୍ୟ ବାହାରେ ରହନ୍ତି । ସେମାନେ ମଧ୍ୟ କେତୋଟି ଦିନ ପାଇଁ ଆସୁଛନ୍ତି । କେବଳ ଏଇ ବିବାହଟି ପକ୍କା କରିବାକୁ ।

ଅମିତାଭ ତା'ର ଭାବି ପତ୍ନୀ ର କଳ୍ପନା କରିବାର ପ୍ରଲୋଭନକୁ ଏଡ଼ାଇ ଦେଇ ପାରିଲାନି । ଅଭିନୟ କରୁଅଛି,ନିଜ ଲକ୍ଷ୍ୟରେ ହଁ କ୍ରମେ ଅମିତାଭର ମନ ହାଲୁକା ହୋଇ ଏକ ସ୍ୱପ୍ନ ରାଜ୍ୟରେ ବିଚରଣ କରିଥିଲା ।

"ରିଜର ଭେସନ୍ ଦରକାର " କାହାରିକୁ ନୁହେଁ,ଏଥରେ ସମସ୍ତଙ୍କୁ -ଏହି ଭଳି ଭାବରେ ଜଣେ ଲୋକ ସେ ଧାଡ଼ିପାଖରେ ଗୁଣୁ ଗୁଣୁ ହୋଇ ଚାଲିଗଲା। ଅମିତାଭର ସ୍ୱପ୍ନ ହଠାତ୍ ଭାଙ୍ଗି ଗଲା। ମୁଣ୍ଡକୁ ତା'ର ରକ୍ତ ଚଢ଼ିଗଲା । ବଦମାସ,କଳା ବଜାରୀ । ସ୍ୱାଧିନତା ପରେ ଦୀର୍ଘ ସତେଇଶି ବର୍ଷ କାଳ ଶୋଷଣ କରି କରି ଏମାନେ ଆହୁରି ତୃପ୍ତ ହୋଇ ନାହାନ୍ତି ? ଏମାନେ କ'ଣ ଏମରଜେନସି କଥା ଭୁଲିଗଲେଣି । ସାମନାରେ ଇନ୍ଦିରାଗାନ୍ଧିଙ୍କର ଫଟୋ ସମେତ କୋଡ଼ିଏ ଦଫା କାର୍ଯ୍ୟକ୍ରମର ବିରାତ ପ୍ରାଚୀରପତ୍ରଟି ଉପରେ ଥରେ ଆଖିବୁଲାଇ ଆଣି ଅମିତାଭ ଚାହିଁଲା ସେ ଲୋକଟା ଉପରେ,ଆଖିରୁ ତା'ର ଝରିପଡ଼ୁଛି ଯେପରି ଅଗ୍ନି ଓ ଘୃଣା । ମନ ହେଉଥିଲା ଯଦି ଲୋକଟାର ସାର୍ଟକୁ ଧରି ଦୁଇ ଥାପଡ଼ ଦିଅନ୍ତା,ଆଉ ଟାଣି ଟାଣି ନେଇ ପୋଲିସ୍ ହାତକୁ ଫିଙ୍ଗି ଦିଅନ୍ତା,ତେବେ ଯାଇ ମଜାଟା ପାଇଯା'ନ୍ତା ।