ପୃଷ୍ଠା:Banhi O Bou.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନା,ସମୟ ନାହିଁ । ଗୋଟିଏ ଲୋକର ପଛରେ ହିଁ,ସେ ଆଗ ଲୋକଟି କାଉଣ୍ଟର ଭିତରକୁ ହାତ ଗଳାଇଛି । ସେ ବାହାରି ଆସିଲେ ତା'ର ପାଳି । ଧାଡ଼ିରୁ ଗଲେ ହୁଏତ ରିଜର ଭେସନ ମିଳିବା ମୁସ୍କିଲ ହୋଇଯିବ । ତା'ର କନ୍ୟା ଦେଖା ବି ହୁଏତ ହୋଇପାରିବନି ।

ଲୋକଟାର ଭାଗ୍ୟ ଭଲ । ରକ୍ଷା ପାଇଗଲା ।

ଆଗ ଲୋକଟି ଟିକେଟ ନେଇ ବାହାରିଗଲା । ଅମିତାଭ ଟଙ୍କା ସହିତ କାଉଣ୍ଟରକୁ ହାତ ବଢ଼ାଇ ଦେଲା-- ଅମୁକ ଦିନ ପାଇଁ ଗୋଟାଏ ବର୍ଥ "

କାଉଣ୍ଟରେ ବସିଥିବା ଲୋକଟି ମୁହଁ ବୁଲାଇଦେଇ ସହକର୍ମୀ ସଙ୍ଗରେ ଗୋଟାଏ କିଛି ଗପରେ ମଜ୍ଜି ରହିଛି । ଅମିତାଭର କଥା ପ୍ରତି ତା'ର ଭ୍ରୁକ୍ଷେପ ନାହିଁ;କିନ୍ତୁ ଅମିତାଭର ମନ ଚଞ୍ଚଳ ।ସେ ପୁଣି ଥରେ କହିଲା--

ଏଥର ରିଜର୍ଭେସନ ବାବୁ ଟିକିଏ ବିରକ୍ତ ହୋଇଗଲେ ବୋଧହୁଏ । ସେ ଆଡ଼କୁ ତିକ୍ଷଣ ଦୃଷ୍ଟିରେ ଚାହିଁ ଦୁଇ,ତିନିଟା ଖାତାର ପୃଷ୍ଠା ଓଲଟାଇ କହିଲେ-"ସରି ନୋ ବର୍ଥ ପ୍ଲିଜ୍ "


ଅମିତାଭେ ମନେହେଲା ଯେପରି କି ମୁଣ୍ଡ ଉପରେ ଛାତଟା ଖସିପଡ଼ିଲା । ମୁହୁର୍ତ୍ତକ ପାଇଁ ତାକୁ ଅନ୍ଧାର ଦିଶିଲା । ପାଟି ତା'ର ଅଠା ଅଠା ହୋଇଗଲା । କିଛି ସମୟ ପରେ ଭଙ୍ଗା ଭଙ୍ଗା ସ୍ୱରରେ କହିଲା-"କ'ଣ ଏତେ ଦିନରୁ ସବୁ ବୁକଡ଼୍ "

"ଆଜିକାଲି ୧୦୦ବର୍ଷ ଆଗରୁ ଜଣେ ରିଜର୍ଭ କରିପାରିବ ବୋଲି ଜାଣନ୍ତିନି କି ?" ବାବୁଙ୍କ ସ୍ୱରରେ ତାଛଲ୍ୟ ।

ପଛରୁ ଜଣେ ତା'ର କାନରେ ଫୁସ୍ ଫୁସ୍ କରି କହିଲା--"ପାଞ୍ଚତା ତଙ୍କା କାଗଜରେ ମୋଡ଼ି ଦେଇଦିଅନ୍ତୁ ।ପାଇଯିବେ।"

ଅମିତାଭ ଥରେ ତା'ର ଶୁଭକାଙ୍ କ୍ଷୀ ଆଉ ଥରେ କା ଉଣ୍ଟର ବାବୁଙ୍କୁ ଚାହିଁ ଧାଡ଼ିରୁ ବାହାରି ଆସିଲା ।

ଆଛା ଆଗରେ ତାର ୨୦ଦଫା କାର୍ଯ୍ୟକ୍ରମର ବିରାଟ ବିଜ୍ଞାପନ । କାନରେ ତାର ଗୁଞ୍ଜରଣ-ରିଜରଭେସନ୍ ଦରକାର " ଯେମିତି ସେ ଦୁହେଁ ତାକୁ ପରିହାସ କରୁଛନ୍ତି ।