ପୃଷ୍ଠା:Banhi O Bou.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆଲୋଚନା ଜୋରସୋର୍‌ରେ ଚାଲିଲା । ପୁରୀରେ କଂଗ୍ରେସ ହେବ । ଲୋକେ ବି ବେଶ୍ ଉତ୍ସାହରେ ଲାଗିପଡ଼ିଲେ ସେତେବେଳେ - ପଢ଼ିଆରୀଙ୍କୁ ଆଉ କଚିରୀ ଘର କି ଦେଉଳକୁ ଯିବାକୁ ଫୁର୍‌ସତ୍ ନାହିଁ ।

କିନ୍ତୁ ନିୟତିର ନିୟମ ଭିନ୍ନ । ଏତେ ଆଶା, ଏତେ ଉତ୍ସାହ, ଏତେ ଉଦ୍ୟମ ସବୁ ଫସରଫାଟିଗଲା । ଇଂରେଜ ସରକାର କଂଗ୍ରେସକୁ ବେଆଇନ୍ ଘୋଷଣା କଲେ । ପୁରୀରେ ଆଉ କଂଗ୍ରେସ ହୋଇ ପାରିବନି । କିନ୍ତୁ ସେତେବେଳକୁ ପଢ଼ିଆରୀଙ୍କର ସାରା ରକ୍ତରେ ଚରିଗଲାଣି କଂଗ୍ରେସର ନିଶା । କଂଗ୍ରେସ ଆଉ ଛାଡ଼ି ପାରିଲେନି ସେ । କଚିରୀଘରେ ତାଙ୍କର ଧୂଳିଆ ଗୁମାସ୍ତାଙ୍କ ଭିଡ଼ ପରିବର୍ତ୍ତେ ହେଲା ଖଦଡ଼ିଆଙ୍କର ଭିଡ଼ । ଶେଷରେ ଦିନେ ହଠାତ୍ ସିପେଇ ଗାଡ଼ି ଆସି ତାଙ୍କୁ ବାନ୍ଧି ନେଇଗଲା ।

"ଫଟ୍ ଫଟ୍ ଫଟ୍ ଫଟ୍" ଚମକି ଉଠିଫେରି ଆସିଲେ ପଢ଼ିଆରୀଏ ଚେତନା ଜଗତକୁ । ଆକାଶରେ ଯେମିତି ପଲେ ଗେଣ୍ତାଳିଆ ଉଡ଼ି ଆସୁଚନ୍ତି । କରତାଳି ଭାସି ଆସୁଚି ଦୂରରୁ କ୍ରମେ ନିକଟକୁ । ତାପରେ ଚିତ୍କାର ଜୟ କି ଜୟ । ପଢ଼ିଆରୀଙ୍କ ରକ୍ତ ଚଞ୍ଚଳ ହୋଇଉଠିଲା । କ୍ଷଣକ ପାଇଁ ତାଙ୍କର ସେ ଜ୍ୱର କାହିଁ ଛାଡ଼ି ଚାଲିଗଲା । ଗୋଡ଼ଟେକି ସେ ଜ୍ୱର କାହିଁ ଛାଡ଼ି ଚାଲିଗଲା । ଗୋଡ଼ଟେକି ସେ ମୁଣ୍ତମାଳ ଉପରକୁ ଚାହିଁବାକୁ ଲାଗିଲେ । କଂଗ୍ରେସ ସଭାପତିଙ୍କୁ ରାଜପଥ ଉପରେ ଶୋଭାଯାତ୍ରାରେ ନିଆଯାଉଚି । ଆଉ ତାଙ୍କ ପଛରେ ବ‌ହୁ ବଡ଼ ବଡ଼ ନେତା । ପଢ଼ିଆରୀଙ୍କର ଅତି ପରିଚିତ ମୁହଁଗୁଡ଼ିଏ ।

ଜେଲଖାନାର ମେଘନାଦ ପାଚେରୀ ଆଢ଼ୁଆଳରେ ଏଇମାନଙ୍କ ସଙ୍ଗେ ଦିନ ପରେ ଦିନ କଟିଯାଇଚି । କେତେ ଥଟ୍ଟା, କେତେ ପରିହାସ ମଧ୍ୟରେ ସମୟ ବିତିଯାଇଛି । ପଢ଼ିଆରୀଙ୍କ ଆଖି ଆଗରେ ସେଇ ଦିନ‌ଗୁଡ଼ିକ ଅତି ସ୍ପଷ୍ଟଭାବରେ ଭାସିଉଠିଲା । ଦିନେ କେମିତି ସକାଳୁ ଉଠି ସେ ଆବିଷ୍କାର କରନ୍ତି ଯେ,ତାଙ୍କର ସେ ପ୍ରିୟ ଚୁଟିଟି ଆଉ ମୁଣ୍ତରେ ନାହିଁ । ସେଦିନ ଖୁବ୍ ରାଗ, ରୁଷା । ଶେଷରେ ସେ ଦିନଟା ସେ ନ‌‌ଖାଇ ଉପାସ ରହିଲେ । ଅନ୍ୟମାନେ ସବୁ ହସୁଥାନ୍ତି । ଶେଷରେ କଥାଟା ଗାନ୍ଧିଜୀଙ୍କ କାନ‌କୁ ଗଲା । ଗାନ୍ଧିବୁଢ଼ା ଖୁବ୍ ଖପ୍‌ପା ହେଲେ - "ଏସବୁ ପିଲାଳିଆ ବୁଦ୍ଧି ଆଜିଯାଏଁ ତୁମର ଗଲାନି ! ଦେଶ