ପୃଷ୍ଠା:Barnabodha (1901).pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୮

ବର୍ଣ୍ଣବୋଧ ।

ପାଠଶାଳାକୁ ଯିବା । ସେଠାରେ ମନ ଦେଇ ପାଠ ପଢିବା । ଗୁରୁ
ଯାହା କହିବେ, ମନ ଦେଇ ଶୁଣିବା ।

ବେଳ ବୁଡିଲାଣି । ଗୁରୁ ମେଲାଣି ଦେଲେଣି । ଚାଲ ଘରକୁ
ଯିବା । ଘରେ ପୋଥି ଥୋଇଦେଇ ମା ଯାହା ଖାଇବାକୁ ଦେବେ
ତାହା ଖାଇବା । ଖାଇ ସାରି ଲୁଚକାଳି ଖେଳିବା । ଖେଳି ସାରିଲେ
ବାପା ଯାହା କହିବେ ତାହା କରିବା । ଦିନବେଳେ ଯାହା ପଢିଥିବା,
ରାତିରେ ତାହାକୁ ଆଉଥରେ ପଢିବା । ପଢିସାରି ଭାତ ଖାଇ
ଶୋଇବା । ରେବତୀର ଘରେ ଢୋଲ ବାଜୁଅଛି । ଗୌରୀ ପୋଥି
ପଢୁଅଛି ।

ଗାଈ ବାଛୁରୀ ଆସ ଆସ, ଖାଇବ ପରା ଦୁବ ଘାସ ।
ମୋହ ପାଖରେ ହୁଅ ଛିଡା, ଖାଇବ ଯେବେ ଘାସବିଡା ।