୨୨
ବର୍ଣ୍ଣବୋଧ ।
ମୋର ଦୁଇ ଆଖି, ଦୁଇ କାନ, ଦୁଇ ହାତ, ଦୁଇ ଗୋଡ ।
ଆଖି ନ ଥିଲେ କିଛି ଦିଶେ ନାହିଁ । କାନ ନ ଥିଲେ କିଛି ଶୁଭେ ନାହିଁ ।
ହାତ ନ ଥିଲେ କିଛି କାମ କରି ହୁଏ ନାହିଁ । ଗୋଡ ନ ଥିଲେ
ଚାଲି ହୁଏ ନାହିଁ । ମୁଁ ଜିଭରେ କଥା କହେଁ ଓ ଯାହା ଖାଏଁ ତାହା
ମିଠା, କି ଖଟା, କି ପିତା, କି କଷା ଜାଣିପାରେଁ ।
ମୁଁ ଡାହାଣ ହାତରେ ପୋଥି ଧରିଅଛି । ବାଁ ହାତରେ ଛତା ଧରିଛି
ମୋ ମଥାରେ କଳା କେଶ । ଆଈ ମଥାରେ ଧଳା କେଶ । ମୋ
ନାକର ଦୁଇଟା ପୁଡା । ନାକପୁଡାବାଟେ ପବନ ଯା ଆସ କରୁଚି ।
ମୋ ପିଠିରେ ଗୋଟାଏ ଘା ହୋଇଥିଲା, ଶୁଖି ଗଲାଣି । ପିଠିର
ମଝିହାଡଟା କେଡେ ବଡ ।
ମୁଁ ବଡ ଦୁଃଖୀ । ମୋର ଘର ନାହିଁ । ମୋ ଆଖିକୁ ଦିଶେ ନାହିଁ ।
ମୁଁ ଭିକ ମାଗି ବୁଲୁଅଛି । ମୋର ଖାଇବାକୁ ନାହିଁ । ମୋର ଲୁଗା
ନାହିଁ, ଶୀତରେ ହେହ ଥରୁଅଛି । ମୋତେ ମୁଠିଏ ଖାଇବାକୁ ଦିଅ,
ଗୋଟାଏ ପୁରୁଣା ଲୁଗା ଦିଅ । ମୋତେ ମୁଠିଏ ଖାଇବାକୁ ଦିଅ,
ଗୋଟିଏ ପୁରୁଣା ଲୁଗା ଦିଅ । ମୋତେ ଦୟା କର ।
ଟୁକୁ ମୂଷି ଟୁକେଇ ମୂଷି;
ଧାନ ଭରଣକ ଖାଉଥା ବସି ।
ତୁ ଥା ମୁଁ ଯାଉଛି ରୁଷି ।
ଆରେ କାଉ ଆ, ଆ, ଆ,
କାହିଁକି ରାବୁଛୁ କା, କା, କା,
ଚାଉଳ ଦଉଚି ଖା, ଖା, ଖା,
କାହୁଁ ଅଇଲୁ କହି ଉଡି ଯା ।