ପୃଷ୍ଠା:Barnabodha (1901).pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୨୬


ବର୍ଣ୍ଣବୋଧ ।

ସହସ୍ର ସହସ୍ର ଗ୍ରାମ ନଦୀର କୂଳରେ,
ନଦୀସ୍ରୋତ ମିଶେ ଯାଇ ସମୁଦ୍ରଜଳରେ ।
ପ୍ରଜାପତିଟି ହରଷରେ, ଉଡୁଛି ଦେଖ ଆକାଶରେ ।

ଳ/ଲ ଫଳା । (ଳ ~ O୍ଳ ) (ଲ ~ O୍ଲ )

କ ଳ କ୍ଳ । ଗ ଳ ଗ୍ଳ
ଖ ଳ ଖ୍ଳ । ଘ ଳ ଘ୍ଳ

ପ୍ଳ ଫ୍ଳ ବ୍ଳ ମ୍ଳ ଶ୍ଳ ଷ୍ଳ ସ୍ଳ ଲ୍ଳ ହ୍ଳ

କ୍ଳେଶ ଅମ୍ଳ କ୍ଳୀବ ପଲ୍ଲବ ଶୁକ୍ଳ
ମ୍ଲାନ ଶ୍ଲୋକ ବଲ୍ଲଭ ଗ୍ଲାନି ଶ୍ଲେଷ
କ୍ଳେଦ କଲ୍ଲୋଳ ପ୍ଳୀହା ଶ୍ଳାଘା ଶ୍ଳାଘ୍ୟ
ଉଲ୍ଲାସ ପ୍ରହ୍ଲାଦ ପ୍ଲାବନ ଅଶ୍ଳୀଳ ସଂଶ୍ଳେଷ
ଆହ୍ଲାଦ ଭଲ୍ଲୁକ ଅକ୍ଲେଶ ବିଶ୍ଲେଷ ଅଶ୍ଲେଷ

ବ୍ୟଘ୍ରପରି ଭଲ୍ଲୁକ ମଧ୍ୟ ହିଂସ୍ର ଅଟେ ।
ଭଲ୍ଲୁକ ଅରଣ୍ୟରେ ଥାଏ । ଭିଖୁଖାଁ
ଗୋଟିଏ ଭଲ୍ଲୁକ କୁ କିପରି ଧରି ଆଣି
ନଚାଉଅଛି ।

କାହାରିକୁ କ୍ଲେଶ ନ ଦିଅ କେବେ,
ସଂସାରେ ପ୍ରଶଂସା ଲଭିବ ତେବେ ।
ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ,
ମୁଁ ଗାଇବି ମିଶି ତାହା ସହିତ ।

- ୦ ଠ ୦ -