ପୃଷ୍ଠା:Barnabodha (1901).pdf/୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩୦

ବର୍ଣ୍ଣବୋଧ ।

ସର୍ପ ଧର୍ମ ଘର୍ମ ବର୍ହ ବର୍ଷ
ସ୍ୱର୍ଗ ବର୍ଷା ଖର୍ବ ସ୍ୱାର୍ଥ ଦର୍ଶ
କର୍କଶ ବିସର୍ଗ ଦୁର୍ଜନ ନିର୍ଝର ଅନର୍ଥ
ଶର୍କରା ଦୁର୍ଗତି ବର୍ଜନ ଝର୍ଝର ସମର୍ଥ
ବାର୍ଷିକ ଦୁର୍ବଳ ନିର୍ଧନ ଆଦର୍ଶ ବିମର୍ଷ
କାର୍ପାସ ନିର୍ବୋଧ ନିର୍ଦୋଷ ନିର୍ମାଣ ପରାମର୍ଶ
କର୍ପୂର ଦୁର୍ନାମ ଅର୍ପିତ ନିର୍ଭର ଦୁର୍ଲଭ

ଏହିଟି ସର୍ପ ନୁହେ
ଗୋଟିଏ ବଡ ଶାଗୁଆବର୍ଣ୍ଣର
ପୋକ । ସୁଦର୍ଶନ ତାହାକୁ
ଗୋଟିଏ ବୋତଲରେ ରଖିବ
ବୋଲି କହୁଅଛି ।

 ନିର୍ଦୟ କର୍କଶ କଥା ମୁଖେ ନ କହିବ   
ମଧୁର ବଚନ କହି ସକଳେ ତୋଷିବ ।

ପର୍ବତ ଦେହରୁ ବର୍ଷାକାଳରେ
ବହଇ ନିର୍ଝର--ଧାରା ଝର୍ଝରେ ।

ଡାମରା କାଉରେ ଡାମରା କାଉ 
ପର୍ବତେ ପର୍ବତେ ବୋବାଉଥାଉ ।

---

ଦୁଇ ବ୍ୟଞ୍ଜନବର୍ଣ୍ଣର ସଂଯୋଗ ।

ଙ କ ଙ୍କ ପଙ୍କ, ଶଙ୍କ, ଅଙ୍କୁର, ସଙ୍କେତ ।