ପୃଷ୍ଠା:Barnabodha (1901).pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩୩

ବର୍ଣ୍ଣବୋଧ ।

କ କ କ୍କ ଚିକ୍କଣ, ଧିକ୍କାର, କୁକ୍କୁଟ, କୁକ୍କୁର ।
କ ତ କ୍ତ ରକ୍ତ, ଶକ୍ତି, ତିକ୍ତ, ବିଭକ୍ତ ।
କ ଷ କ୍ଷ ପକ୍ଷ, ଲକ୍ଷ, ଲକ୍ଷଣ, ରକ୍ଷା, ଦକ୍ଷିଣ, ପରୀକ୍ଷା, କ୍ଷେତ୍ର ।
ଗ ଦ ଗ୍ଦ ବାଗ୍ଦାନ, ବାଗ୍ଦୋବୀ ।
ଗ ଧ ଗ୍ଧ ଦୁଗ୍ଧ, ମୁଗ୍ଧ, ସ୍ନିଗ୍ଧ ।

 କୁକ୍କୁଟ ମୁଣ୍ଡେ ଅଛି ଚୂଳ । ମାଟି ଭିତରେ ବୃକ୍ଷମୂଳ । 
ସାଧୁର ଲକ୍ଷଣ ଈଶ୍ୱର ଭକ୍ତି ;
ଦୁଗ୍ଧ ପାନ କଲେ ବଢଇ ଶକ୍ତି ।

ଚ ଚ ଚ୍ଚ ଉଚ୍ଚ, ଉଚ୍ଚାରଣ, ଉଚ୍ଚୈଃ ।
ଚ ଛ ଚ୍ଛ ଗୁଚ୍ଛ, ତୁଚ୍ଛ, ଆଚ୍ଛାଦନ, ବିଚ୍ଛେଦ, ସ୍ୱଚ୍ଛ, କଚ୍ଛପ ।
ଚ ଞ ଚ୍ଞ ଯାଚ୍ଞା
ଜ ଜ ଜ୍ଜ କଜ୍ଜଳ, ମଜ୍ଜନ, ସଜ୍ଜନ, ସଜ୍ଜା, ଲଜ୍ଜିତ ।
ଜ ଝ ଜ୍ଝ କୁଜ୍ଟଟୀ, କୁଜ୍ଟଟିକା ।
ଜ ଞ ଜ୍ଞ ବିଜ୍ଞ, ଆଜ୍ଞା, ଯଜ୍ଞ, ଜ୍ଞାନ ।

 ଜ୍ଞାନୀ ସଜ୍ଜନ ସଙ୍ଗ ଧରି, ମନ ନିର୍ମଳ ସ୍ୱଚ୍ଛ କରି,  
ପ୍ରଭୁଙ୍କ ନାମ ଉଚ୍ଚାରଣ, କର ହେ ନରନାରୀଗଣ ।

ଟ ଟ ଟ୍ଟ ଅଟ୍ଟହାସ, ଅଟ୍ଟାଳିକା ।
ଡ ଗ ଡ୍ଗ ଖଡ୍ଗ ।
ଙ ଡ ଡ୍ଡ ଉଡ୍ଡୀନ, ଉଡ୍ଡୀୟମାନ ।

 ବିବିଧ ରଙ୍ଗର ପତାକାମାନ । 
ଅଟ୍ଟାଳିକା ଶିରେ ଉଡ୍ଡୀୟମାନ ।
ଖଡ୍ଗ ଅବା ଖଣ୍ଡା ଧରି ଚାଲେ ଖଣ୍ଡାଇତ ।
ଖଡ୍ଗଯୋଗୁଁ ଖଡ୍ଗୀବୋଲି ଗଣ୍ଡାର ବିଦିତ ।