ପୃଷ୍ଠା:Barnabodha (1901).pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪୨


ବର୍ଣ୍ଣବୋଧ । ----

  ଦୁଇ ମାସ ମିଳି ଏକ ଋତୁ ହୁଏ
       ମନେରଖ ପୀତବାସ ।
  ଶୁକ୍ଲ ପକ୍ଷେ ଚନ୍ଦ୍ର ପ୍ରତି ଦିବସରେ
       ବଢଇ ପୂର୍ଣ୍ଣିମା ଯାଏ ।
  କୃଷ୍ଣ ପକ୍ଷେ ପୁଣି ଅମାବାସ୍ୟା ଯାଏ
       ଅଳ୍ପେ ଅଳ୍ପେ ଛିଡୁଥାଏ ।
           -----
  ଦ୍ୱାଦଶ ମାସରେ ଛଅଋତୁ ହୁଏ
      କେ କହିପାରିବ କହ ।
  ଗ୍ରୀଷ୍ମ,ବର୍ଷା,ଶରତ୍, ଶିଶିର ହେମନ୍ତ,
     ବସନ୍ତ ଋତୁ ଏ ଛଅ ।
          -----
   ଗ୍ରୀଷ୍ମେ ବୈଶାଖ, ଜ୍ୟେଷ୍ଠ ମାସ । ପ୍ରଚଣ୍ଡ ରୌଦ୍ର ପରକାଶ ।
   ବର୍ଷାରେ ଆଷାଢ, ଶ୍ରାବଣ । ମେଘ ବରଷେ ଘନ ଘନ ।
   ଭାଦ୍ର, ଆଶ୍ୱିନ ଶରତ ରେ । ନିର୍ମଳ ଶୋଭା ଜଗତରେ ।
   ହିମେ କାର୍ତ୍ତିକ, ମାର୍ଗଶିର । ରାତିରେ ପଡଇ ଶିଶିର ।
   ଶୀତରେ ପୌଷ, ମାଘ ମାସ । ଦେହରେ ରଖ ଶୀତବାସ ।
   ଫାଲ୍ଗୁନ, ଚୈତ୍ର ବସନ୍ତରେ । ମୃଦୁମଳୟ ମନ ହରେ ।
   ବାରମାସର କଥା ଏହି । ହେଜ ବାଳକେ ମନ ଦେଇ ।
                 ----
 

ବୃକ୍ଷ ବୀଜରୁ ଜାତ ହୁଏ । ବଟ ବୃକ୍ଷର ବୀଜ କେଡେ କ୍ଷୁଦ୍ର । ଦେଖ
କେଡେ କ୍ଷୁଦ୍ର ବୀଜରୁ କେଡେ ବଡ ବୃକ୍ଷ ଜନ୍ମଇ ସଂସାରରେ କେତେ