ପୃଷ୍ଠା:Barnabodha (1901).pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଣ୍ଣବୋଧ ୪୩

ପ୍ରକାର ବୃକ୍ଷ ଅଛି । ବଟ, ଅଶ୍ୱତ୍ଥ,
ନାରିକେଳ, ଆମ୍ବ, ତାଳ, ଶାଳ
ପିଆଶାଳ, ଅସନ, ଦେବଦାରୁ
ପ୍ରଭୃତି ଶତ ଶତ ପ୍ରକାର ବଡ
ବୃକ୍ଷାଛି । ମାଧବୀ, ମାଳତୀ, ନିଆଳୀ,
ଅପରାଜିତା ପ୍ରଭୃତି ଲଟାନ୍ତି, ଅର୍ଥାତ୍
ଲଟାଇ ଲଟାଇ ମାଡ଼ି ଯାଆନ୍ତି ବୋଲି
ସେମାନଙ୍କୁ ଲତା ବୋଲାଯାଏ ।
ଶତ ଶତ ପ୍ରକାର ଲତା ଅରଣ୍ୟ-
ରେ ଦେଖାଯାଏ । ମନୁଷ୍ୟମାନେ
ନାନାପ୍ରକାର ଚାଷ କରନ୍ତି, ଯଥା
ଆଖୁ, ଧାନ, ମୁଗ, ହରଡ଼, ଗହମ,
ବୁଣ୍ଟ, ବ୍ରୀହି, ଯବ ଇତ୍ୟଦି ।
ଆମ୍ଭ ଗ୍ରାମର କୃଷକମାନେ ସେମାନଙ୍କର ଧାନଜମି ସବୁ ହଳ କରି
ସାରିଲେଣି । ଆଜି ଚାଷିମାନେ ଧାନ ବୁଣିବେ । ଆସ ଦେଖିବାକୁ
ଯିବା । ଯେଉଁ ଧାନ ବୁଣାଯାଏ ତାହାକୁ ବିହନ ବୋଲନ୍ତି । ବିହନ
ବୁଣି ସାରି କୃଷକମାନେ ଜମି ଉପରେ ମଇ ଦେଇ ତାହାକୁ ଚିକଣ
କରି ଦିଅନ୍ତି । ବିହନ ବୃଷ୍ଟିଜଳ ଓ ରୌଦ୍ର ପାଇ ପୁଷ୍ଟ ହୋଇ ଧାନ
ଗଛ ହେବ । ଧନ ଗଛରେ ଧାନ ଫଳିଲେ; କୃଷକମାନେ ଆନନ୍ଦରେ
ଧାନ ଅମଳ କରିବେ ।

ମତ୍ସ୍ୟମାନେ ଜଳରେ ବାସ କରନ୍ତି ।
ସେମାନଙ୍କୁ ଜଳରୁ କାଡିଆଣିଲେ ସେମାନେ