ମହାଗିରି ପ୍ରାଏକ ଦିଶଇ ତାର କାଏ
ଘ ଘ ଗର୍ଜ୍ଜନ ତାହାର ମେଘସ୍ୱନ ପ୍ରାଏ । ୪୫ ।
ମହାଗିରି ଗୁହା ପ୍ରାଏ ଦିଶଇ ବଦନ
ନଖ ଦନ୍ତେ ସର୍ବଜୀବ କରଇ ନିଧନ ।
ସମୀଳ ନାମେ ଗୋପାଳ ଧର୍ମେ ତାର ଚିତ୍ତ
ଗୋରୁମାନଙ୍କର ସେ ସର୍ବଦା ଅତିହିତ ।
ଅଖଣ୍ଡ ପଲ୍ଲବ ତୃଣ ଯେଉଁଠାରେ ଥାଇ
ଯୂଥ ଛାଡି କରି ସେ ବଉଳା ନାମେ ଗାଈ ।
କୋମଳ ତୃଣର ଲୋଭେ ଆନନ୍ଦିତ ହୋଇ
ଆଗ ହୋଇ ଚରଇ ସେ ସଙ୍ଗରେ ନ ଥାଇ ।
ଯେଉଁଠାରେ ବସିଅଛି କାମରୂପୀ ବାଘ
ଚରି ଚରି ବଉଳା ପ୍ରବେଶ ତାର ଆଗ । ୫୦ ।
ବଉଳାକୁ ଦେଖି ବାଧ ଆଗ ହୋଇ ଧାଇଁ
ଡାକୁଅଛି ରହ ରହ ଆଜ ଯିବୁ କାହିଁ ।
ତୁ ମୋର ବିହିତ ଭକ୍ଷ୍ୟ ଭକ୍ଷିବଇଁ ନାଶି
ଶଏ ଧେନୁ ପ୍ରାପତ ହୋଇଲୁ ଆଗେ ଆସି ।
କାମରୂପୀ ବାଘ-ବାଣୀ ଶୁଣିଲା ନିଷ୍ଠୁର
ରୋମ ଟାଙ୍କୁରଇ ଶୁଣି ସକଳ ଶରୀର ।
ବ୍ୟାଘ୍ରର ବଚନ ଶୁଣି ବଚ୍ଛାକୁ ସୁମରି
ବଚ୍ଛା ସ୍ନେହଭରେ ସେ କହଇ କାନ୍ଦିକରି ।
ମନୋହର ବାଳୁତ ଧବଳ ଚନ୍ଦ୍ରପ୍ରାଏ
ମୋର ବିନୁଁ କେ ଅବା ରଖିବ ତାର କାଏ । ୫୫ ।
ଦୁଃଖିତ ହୁଅଇ ପୁତ୍ରଶୋକେ ତାର ମନ
ଏକଇ ବାଳୁତ ତାର ଜୀବନ ସମାନ । ୫୬ ।
ପୁତ୍ର ଭେଟିବାରେ ସେ ନିରାଶ ଗାଈ ହୋଇ
ପୁତ୍ର ଦୁଃଖ ଚିନ୍ତା କରି ଅନେକ କାନ୍ଦଇ ।
ପୃଷ୍ଠା:Baula Charita o Ramagatha (Gobinda Bhanja).pdf/୧୦
Appearance
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ