ପୃଷ୍ଠା:Bhasa o Jatiyata.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଭାଷା ଓ ଜାତୀୟତା
 

ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନ ଓ ଏହାର ଅଭାବ ପୂରଣପାଇଁ ସରକାର ପୁରସ୍କାର ଘୋଷଣା କରିବାପରେ ଢେଙ୍କାନାଳରାଜା ଭାଗିରଥି ମହେନ୍ଦ୍ର ଓଡ଼ିଶା ଇତିହାସ ସଂକଳନପାଇଁ ସରକାରଙ୍କ ଶିକ୍ଷାବିଭାଗକୁ ଆର୍ଥିକ ସାହାଯ୍ୟ ଯୋଗାଇ େଇଥିଲେ । ସରକାରଙ୍କ ସିଚ୍ଛା ତଥା ଶିକ୍ଷିତ ଓଡ଼ିଆଙ୍କ ପାଠ୍ୟପୁସ୍ତକ ଲେଖା ପ୍ରତି ଆଗ୍ରହ ଏହି ଅଭାବ ପୂରଣ ିଗରେ ବିଶେଷ ସହାୟକ ହୋଇଥିଲା । ବିଶେଷ କରି ପ୍ୟାରିମୋହନ ଆଚାର୍ଯ୍ୟ, ବିଚ୍ଛନ୍ଦ ପଟ୍ଟନାୟକ, ବିଚିତ୍ରାନନ୍ଦ ।ସ, ଜଗନ୍ମୋହନ ଲାଲ, ଫକୀରମୋହନ ସେନାପତି,ଗୌରୀଶଙ୍କର ରାୟ ପ୍ରଭାକର ବି୍ୟାରତ୍ନ, କପିଳେଶ୍ୱର ବି୍ୟାଭୂଷଣ, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ୍ୱାରିକାନାଥ ଚକ୍ରବ•ର୍ୀ ଏ ିଗରେ ଯଥେଷ୍ଟ କାର୍ଯ୍ୟ କରିଥିଲେ । ବଙ୍ଗଳା ସ୍ଥାନରେ ଓଡ଼ିଆବହି ପ୍ରଚଳନ୍ୱାରା ସେ ସମୟର ସର୍ବାଧିକ ଶିକ୍ଷକ ନିଯୁକ୍ତି ପାଇଥିବା ବଙ୍ଗାଳୀଗଣ ଓଡ଼ିଆ ଭାଷାରେ କ୍ଷ ନ ଥିବାରୁ ସେମାନେ ବିବ୍ରତ, ସ୍ଥଳ ବିଶେଷରେ ଅପମାନିତ ହେବା ସ୍ୱଭାବିକ । ସବୁଠାରୁ ବେଶି ବିବ୍ରତ ହୋଇପଡ଼ିଲେ ବାଲେଶ୍ୱର ଜିଲ୍ଲାସ୍କୁଲର ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ । ନିଜର ଏହି ଭାବନାକୁ ଲୁଚାଇବାକୁ ଯାଇ ସେ ଓଡ଼ିଆଭାଷାର ଅସାରତା ପ୍ରମାଣ କରିବାକୁ ଯୁକ୍ତିକଲେ ଯେ ବଙ୍ଗଳା ହେଉଛି ଶୁଦ୍ଧଭାଷା ଓ ଓଡ଼ିଆ ଏହାର ବିକୃତ ରୂପାନ୍ତରଣ । ବିକୃତଭାଷା ନ ପଢ଼ି ଶୁଦ୍ଧଭାଷା ପଢ଼ିବା ଶେପକ୍ଷେ କଲ୍ୟାଣକର । ଏହିକଥାକୁ ପ୍ରମାଣ କରିବାପାଇଁ ୧୮୬୭ରେ ପ୍ରକାଶିତ ବାଲେଶ୍ୱର କଲେକ୍ଟର ଜନ୍ ବିମ୍ସଙ୍କ୍ୱାରା ଲିଖିତ ପୁସ୍ତକ “ଙଙ୍କଗ୍ଧକ୍ଷସଦ୍ଭର କ୍ଟଲ ଓଦ୍ଭୟସବଦ୍ଭ ଚଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ” ରେ ଥିବା ଭାଷା ଓ ଉପଭାଷା ସଂପର୍କିତ ମନ୍ତବ୍ୟକୁ ୃଷ୍ଟାନ୍ତରୂପେ ପ୍ରାନକଲେ । କେବଳ ସେତିକି ନୁହେଁ ଓଡ଼ିଆଭାଷା ବିରୋଧୀ ରାଜେନ୍ଦ୍ରଲାଲ ମିତ୍ରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏକ ପୁସ୍ତକ (ଓଡ଼ିଆଙ୍କପାଇଁ ଏହି ପୁସ୍ତକର ନାମ ଉଚ୍ଚାରଣ କରିବା ଲଜ୍ଜାକର ବିଷୟ ହୋଇଥିବାରୁ ଏଠାରେ ଉଲ୍ଲେଖ କରାଗଲା ନାହିଁ) ରଚନା କରି ପ୍ରକାଶ କଲେ ଜାନୁଆରୀ ୧୮୭୦ ମସିହାରେ । ଉଦେ୍ଧଶ୍ୟ ଥିଲା, ନିଜର ଏହି ଆଲେଖ୍ୟ ବଳରେ ବଙ୍ଗଳା ଜାଣିଥିବା ଇଂରେଜ ଅଧିକାରୀଙ୍କ ସମର୍ଥନ ପ୍ରାପ୍ତି ଓ ଅସନ୍ତୋଷରେ କୁହୁଳୁଥିବା ବଙ୍ଗାଳୀ କିରାଣୀ, ଶିକ୍ଷକ, ବ୍ୟବସାୟୀଙ୍କୁ ଓଡ଼ିଆଭାଷା ବିରୁଦ୍ଧରେ ଏକତ୍ର ହୋଇ ପୁଣିଥରେ ଆନେ୍ଦାଳନ କରିବାକୁ ଉତ୍ସାହିତ କରିବା । ପଣ୍ଡିତଙ୍କ ଏହି କାର୍ଯ୍ୟକୁ ସମର୍ଥନ କରି ଓଡ଼ିଆଭାଷା ବିରୋଧୀ ବିଭିନ୍ନ ଲେଖା ପ୍ରକାଶ କରୁଥିଲା କଟକରୁ ପ୍ରକାଶିତ ଓଡ଼ିଆପତ୍ରିକା ‘ଉକ୍ରଳ ହିତୈଷିଣୀ’ ଓ ଇଂରାଜୀପତ୍ରିକା ‘କଟକ ଷ୍ଟାର’ । ମାତ୍ର ସେତେବେଳକୁ ଢାଲସୃଶ ଠିଆ ହୋଇଥିବା ‘ଉକ୍ରଳୀପିକା’ ଏହି ପୁସ୍ତକ ଓ ପତ୍ରିକା ୍ୱୟର ଆଲେଖ୍ୟକୁ ଯୁକ୍ତିପୂର୍ଣ୍ଣ ଢଙ୍ଗରେ ସମାଲୋଚନା କରି ଲେଖିଥିଲା - “କେବଳ କେତେକ ସୁସାୃଶ୍ୟ ହେତୁରୁ ଯେବେ ୁଇ ବା ଅଧିକଭାଷାକୁ ଏକ ବୋଲାଯାଇପାରେ ତେବେ କେହି ଓଡ଼ିଆରୁ ହିନ୍ଦୀ ଓ ବଙ୍ଗଳା ବାହାରିଥିବାର କହିଲେ ୋଷନାହିଁ । ମାତ୍ର ଓଡ଼ିଆମାନେ ତୁଚ୍ଛାକୁ ଏତେ ଅହଂକାର କରନ୍ତିନାହିଁ । ଅଥଚ ବିଚାରକଲେ ଏହାଙ୍କର ଅହଂକାର କରିବାର ଅନେକ କାରଣଅଛି । ଓଡ଼ଶି ।ର କି•ୀର୍ କଳାପ ବଙ୍ଗଳାରେ ନାହିଁ । ଓଡ଼ଶି ।ରାଜା ଏକସମୟରେ ବଙ୍ଗଳାର