ପୃଷ୍ଠା:Bhasa o Jatiyata.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୨୩
 

‘ବିଶୁଦ୍ଧମଗ୍‌ଗ’ ଗ୍ରନ୍ଥରେ ଉଲ୍ଲେଖ କରିଥିବା କଥା ଆଲୋଚକଗଣ ମତ ଦିଅନ୍ତି । ଏହି ମତକୁ ସ୍ୱୀକାର କରିଛନ୍ତି ଜର୍ମାନ ପଣ୍ଡିତ ମାକ୍ସ ୱାଲେଜର, ମହାବଂଶର ଅନୁବାକ ଗିଗର ଏବଂ ଭାଷାବିଦ୍ ଗ୍ରୀୟରସନ ଇତ୍ୟାଦି । ମାତ୍ର ଶବ୍ଦବିନ୍ୟାସ, ବ୍ୟାକରଣ, ବାକ୍ୟଯୋଜନା, ଗଠନ ଦୃଷ୍ଟିରୁ ତ୍ରିପିଟକରେ ବ୍ୟବହୃତ ଏହି ପାଲିଭାଷା ମଗଧରେ ପ୍ରଚଳିତ ମାଗଧି ଭାଷାଠାରୁ ପୃଥକ, ମାତ୍ର ଉଡ୍ରଭାଷା (ଆମ ପଣ୍ଡିତଙ୍କ ମତରେ ଉଡ୍ରମାଗଧୀ)ର ପାଖାପାଖି । ପୁନଶ୍ଚ ମହାବଂଶରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ବୁଦ୍ଧଘୋଷ ‘ପରି•ଟଂକଥନ’ (ତ୍ରିପିଟକର ଟୀକା) ରଚନା କଲାବେଳେ ଥେରରେବତ ତାଙ୍କୁ ପରାମର୍ଶ ଦେଇ କହିଥିଲେ- “ମଗଧନ ନିରୁତ୍ତିୟା ପରିବର୍ତ୍ତହି’ । ଅର୍ଥାତ୍ ମାଗଧିଭାଷାରେ ଅନୁବାଦ କର । ବୁଦ୍ଧଘୋଷଙ୍କ ‘ପରି•ଟଂକଥନ’ ପାଲିଭାଷାରେ ରଚିତ । ତେଣୁ ବୁଦ୍ଧଘୋଷଙ୍କୁ ପାଲିରୁ ମାଗଧିଭାଷାକୁ ଅନୁବାଦ କରିବାପାଇଁ ଥେରରେବତ ପରାମର୍ଶ ଦେଇଥିବାରୁ ପାଲି ଓ ମାଗଧି ଅଲଗା ଅଲଗା ଭାଷା ବୋଲି ପ୍ରମାଣିତ ହୁଏ । ଓଡ଼ିଆଭାଷାର ଉତ୍ପତ୍ତି ସଂପର୍କରେ କୁହାଯାଏ ଏହା ମାଗଧୀ ପ୍ରାକୃତର ପୂର୍ବମାଗଧୀ ଅପଭ୍ରଂଶରୁ ସୃଷ୍ଟି । ଅନ୍ୟପକ୍ଷରେ ମଗଧ ଏବଂ ଓଡ଼ିଶା / ଉକ୍ରଳ/ କଳିଙ୍ଗ ହେଉଛି ଦୁଇଟି ସ୍ୱତନ୍ତ୍ରଜାତି । ଏହାର ଦୁଇଟି ସ୍ୱତନ୍ତ୍ରଭାଷା ରହିଛି, ଯାହାର ସର୍ବପ୍ରାଚୀନ ସତ୍ୟନିଷ୍ଠ ପ୍ରମାଣ ଅଶୋକଙ୍କ କଳିଙ୍ଗଯୁଦ୍ଧର ବିବରଣୀ ଏବଂ ଖାରବେଳଙ୍କ ଭାରତବର୍ଷ ବିଜୟ ବର୍ଣ୍ଣନା ବହନ କରିଥିବା ଧଉଳି, ଜଉଗଡ଼ ଓ ଉୟଗିରିର ହାତୀଗୁମ୍ଫା ଅଭିଲେଖ । ତେଣୁ ମଗଧର ଅଂଶବିଶେଷ ନ ଥିବା ଏକ ସ୍ୱାଧୀନରାଷ୍ଟ୍ର କିପରି ସେହି ଅଂଳର ଭାଷାକୁ ଗ୍ରହଣ କରିବ ବା ସେହି ଭାଷାରୁ ସୃଷ୍ଟି ହେବ । ଓଡ଼ିଆ ଭାଷାର ଉତ୍ପତ୍ତି ସଂପର୍କରେ ସିଧାସଳଖ କହିଲେ ଏହା ପଲ୍ଲୀ ବା କଳିଙ୍ଗ ଜନସାଧାରଣଙ୍କ ଭାଷା ଔଡ୍ରୀ ଅପଭ୍ରଂଶ ଦେଇ ବର୍ତ୍ତମାନର ଓଡ଼ିଆଭାଷା ପହଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ବ୍ରାହ୍ମୀ, ନାଗରୀ ଓ କାଳିଙ୍ଗୀ ରୂପ ଦେଇ ବର୍ତ୍ତମାନର ବର୍ତ୍ତୁଳାକାର ଓଡ଼ିଆ ଲିପିକୁ ଆଧାର କରିଛି ।

ଫରାସୀ ପଣ୍ଡିତ ସିଲଭାଁ ଲେଭି ଭାଷାତତ୍ତ୍ୱ ଦୃଷ୍ଟିରୁ ବିଶ୍ଲେଷଣ କରି ଅଶୋକଙ୍କ କେତୋଟି ଶିଳାଲେଖରେ ବ୍ୟବହୃତ ଅସଂଖ୍ୟ ଶବ୍ଦ, ଯଥା- ଧଉଳି ଅଭିଲେଖରେ ଲିଖିତ ଲିବି (ଲିପି), ଲହେୟୁ (ଲହେବୁ) ଜଉଗଡ଼ରେ ଖୋିଦିତ ଅଜଲ (ଅଚଲ) ହିଲୋଗ (ଇହଲୋକ) ଇତ୍ୟାଦି-ଦ୍ୱାରା ପ୍ରମାଣିତ କରିଛନ୍ତି ଯେ ପାଲି ହେଉଛି ଅଶୋକଙ୍କ ପରବର୍ତ୍ତୀ ଭାଷା । ଏହା ପ୍ରାକ୍ ଅଶୋକଯୁଗର ଏକ ଉନ୍ନତଭାଷାରୁ ସମ୍ଭବ । ସେ ଏହି କଥା ପ୍ରମାଣ କଲାବେଳେ ଯେଉଁ ସବୁ ଶବ୍ଦଗୁଡ଼ିକ ଦୃଷ୍ଟାନ୍ତ ଦେଇଛନ୍ତି ସେଥିରୁ ଅର୍ଦ୍ଧାଧିକ ଧଉଳି ଓ ଜଉଗଡ଼ଠାରେ ଅଶୋକଙ୍କଦ୍ୱାରା ଖୋଦିତ ଶିଳାଲେଖରେ ବ୍ୟବହୃତ ଶବ୍ଦ, ଯାହା ଏପର୍ଯ୍ୟନ୍ତ ଅବିକୃତ ଭାବେ ଓଡ଼ିଶା ମାଟିରେ ଓଡ଼ିଆଙ୍କଦ୍ୱାରା ଉଚ୍ଚାରିତ ।

ସିଲଭାଁ ଲେଭିଙ୍କ ଏହି ମତ ସ୍ୱୀକାର କରି ଲ୍ୟୁଦର ମତଦିଅନ୍ତି ଯେ, ପାଲିଭାଷା ପ୍ରାଚୀନ ଅର୍ଦ୍ଧମାଗଧୀରୁ ସୃଷ୍ଟି । ଫରାସୀ ଭାଷାବିତ୍ ପ୍ରୁଜିଲୁସ୍କି ଏହାକୁ ସମର୍ଥନ କରି କୁହନ୍ତି,