ପୃଷ୍ଠା:Bhasa o Jatiyata.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୮
ଭାଷା ଓ ଜାତୀୟତା
 

କଲେ କେଉଁ ଭାଷା ପ୍ରାଚୀନ-ତେଲୁଗୁ, ତାମିଲ ନା ଓଡ଼ିଆ! ଓଡ଼ିଆଜାତିର ବିକଶିତ ଅବସ୍ଥା ବେଳକୁ ତାମିଲଜାତିର ଅଭୁ୍ୟୋୟ । ତେଲୁଗୁର ଅସ୍ତିତ୍ୱ ନ ଥିଲା କହିଲେ ଭୁଲ୍ ହେବନାହିଁ । ସେଥିପାଇଁ ସେମାନେ ଅନାର୍ଯ୍ୟ ବୋଲି ହୀନମନ୍ୟତାର ଶିକାରହୋଇ ଉ•ର-କ୍ଷିଣ ନୀତିରେ ନିଜକୁ ଏପର୍ଯ୍ୟନ୍ତ ବିଭକ୍ତ କରିଚାଲିଛନ୍ତି । ନିଜ ଭାଷା, ସାହିତ୍ୟ, ସଂସ୍କୃତିକୁ ପ୍ରାଚୀନ ବୋଲି ପ୍ରମାଣିତ କରିବାକୁ ଯାଇ ବ୍ରିଟେନ ଭଳି ବହୁବାର ଅପସ୍ଥ ହୋଇଛନ୍ତି । ତଥାପି ସେମାନଙ୍କ ରାଜନୈତିକ ଏକତା ଯୋଗୁଁ ସର୍ବଭାରତୀୟକ୍ଷେତ୍ରରେ ଚାପ ସୃଷ୍ଟିକରି କାର୍ଯ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ଶିକ୍ଷା, ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ କେନ୍ଦ୍ର ସରକାରଠାରୁ ପ୍ରାଥମିକତା ଭି•େି ର ସମସ୍ତ ସୁବଧି । ହାସଲ କରିବା ପରେ ଏବେ ଭାଷାକୁ ସର୍ବଭାରତୀୟ ସ୍ତରରେ ବିଶ୍ୱମୁଖୀ କରିବାପାଇଁ ଯେଉଁ ଅମ୍ୟ ପ୍ରଚେଷ୍ଟା ଜାରି କରିଛନ୍ତି, ତାହାର ପ୍ରମାଣ ସ୍ୱରୂପ ତେଲୁଗୁ, ତାମିଲ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରାନ ହାସଲ କରାଇବା ।

ତେବେ ସେମାନଙ୍କର ଏ ସଫଳତା ପଛରେ ଯେଉଁ କେତୋଟି ପ୍ରମୁଖ କାରଣ ରହିଛି ତାହା ହେଉଛି ପାରସ୍ପରିକ ସମନ୍ୱୟ, ସୁୃଢ଼ ଆର୍ଥିକ ସ୍ଥିତି, ମାତୃଭାଷା ପ୍ରତି ଆର, ନିଜ ସଂସ୍କୃତି ପ୍ରତି ସମ୍ମାନବୋଧ, ଉନ୍ନତପ୍ରଣାଳୀର ଶିକ୍ଷାବ୍ୟବସ୍ଥା, ରାଜ୍ୟ ଓ କେନ୍ଦ୍ର ଅଧୀନସ୍ଥ ବିଭିନ୍ନ ସରକାରୀ ବେସରକାରୀ ସ୍ତରରେ ଉଚ୍ଚପପବୀରେ ନିଯୁକ୍ତି, ଜାତିପ୍ରୀତି, ସର୍ବୋପରି କାର୍ଯ୍ୟହାସଲ କରିବାରେ କଳାକୌଶଳର ବ୍ୟାପକ ପ୍ରୟୋଗ । ତେଣୁ ସେମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି ନିଶ୍ଚିତ ଉନ୍ନତ ହେବ, ଏଥିରେ ୍ୱିମତ ନାହିଁ । ଆମ ଭାଷା ଓ ସାହିତ୍ୟ, ସଂସ୍କୃତି ଯେତେ ପ୍ରାଚୀନ, ସମୃଦ୍ଧ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିଲେ ମଧ୍ୟ ଉପରୋକ୍ତ କାରଣ ମଧ୍ୟରୁ ଗୋଟି ଏ ବି ଆମମାନଙ୍କଠାରେ ନ ଥି ବ ।ରୁ ଆମେ ଅବହେଳି ତ ହୋଇପଡିଛନ୍ତି । ଅନ୍ୟମାନେ ଆମକୁ ପାରେ ଳିମକଚି ଆଗକୁ ଚାଲିଯାଉଛନ୍ତି । ଆମରି ସମ୍ପ•ିକୁ ସେମାନେ ବ୍ୟବହାର କରି ଧନୀ ପାଲଟି ଯାଉଛନ୍ତି । ଆମେ ଗରିବ ହୋଇ ାନ ସାଜି କେବଳ ନୀରବ ଆ•ର୍ନା କରୁଛୁ । ଯାହାର ଶବ୍ଦ କେବଳ ଆମକୁ ହିଁ ଶୁଭୁଛି । ଏଭଳିକ୍ଷେତ୍ରରେ ଆମକୁ ଇଂରେଜମାନଙ୍କ ୟାସୂତ୍ରରେ ମିଳିଥିବା ୭୫ବର୍ଷର ଓଡ଼ିଶା କି ପ୍ରକାରର ସମୃଦ୍ଧି ବେ? ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ।ବି କରିବା ତ ୂରର କଥା, ଏହି ଭାଷାର ଛାତି ଉପରେ ଅନ୍ୟ ଭାଷା କିପରି ବିକଶିତ ହେବ ସେ ବିଷୟରେ ଆମ ଶିକ୍ଷିତଗଣ ଅଧିକ ଗୁରୁତ୍ୱ େଉଛନ୍ତି । ତେଣୁ ଭାରତ ସରକାରଙ୍କଠାରୁ ଓଡ଼ିଆଭାଷାର ଶାସ୍ତ୍ରୀୟ ମାନ୍ୟତା ହାସଲ କରିବାରେ ଆମେ ଓଡ଼ିଆଏ ସଫଳ ହୋଇପାରିବା ତ?


* ବ୍ରେି ଟନ୍ ନିଜକୁ ଆିମ ମାନବ ସଭ୍ୟତାର ଉ•ରାଧିକାରୀ ଭାବେ ପ୍ରମାଣିତ କରିବାକୁ ଯାଇ ପି•ଡାଉନ ନାମକ ସ୍ଥାନରୁ ଏକ ପ୍ରାଚୀନ ମାନବ କଙ୍କାଳ ଆବିଷ୍କାର କରିଛନ୍ତି ବୋଲି ।ବିକଲେ, ଯାହା ପି•ଡାଉନ ମାନବ ଭାବେ ଖ୍ୟାତ । ତେବେ ପରବ•ର୍ୀକାଳରେ ଏହି ମାନବ ଜୀବାଶ୍ମ ସମ୍ପର୍କରେ ଅଧିକ ଗବେଷଣା ହେବାରୁ ଏଥିରେ ଜାଲିଆତି ହୋଇଥିବାର ପ୍ରମାଣ ମିଳଲ ି । । ତେଣୁ ଏହାକୁ ଜାଲିଆତି ମାନବ କଙ୍କାଳ ମଧ୍ୟ କୁହାଯାଏ ।

ଞ୍ଚ