ପୃଷ୍ଠା:Bhasa o Jatiyata.pdf/୩୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା

୩୯

ଓଡ଼ିଆ ଭାଷା ଏଥିପାଇଁ ଉପଯୁକ୍ତ କି ? ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାନ କଥା ଚିନ୍ତା କଲା ପୂର୍ବରୁ ସର୍ବଭାରତୀୟ ସ୍ତରରେ ଏହାର ଐତିହାସିକତା ସଂପର୍କରେ ସ୍ପଷ୍ଟ ଧାରଣା ଆସିବା ଉଚିତ । କାରଣ ବିନାଯୁକ୍ତିରେ କୌଣସି କଥାକୁ ଗ୍ରହଣ କରିପାରୁ ନ ଥିବା ଓଡ଼ିଆ ଜାତି ନିର୍ଦ୍ଧିଷ୍ଟ ନୀତିନିୟମ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ଚାହେଁ । ତ୍ୱାରା ବରଂ ନିଜର ଅକଳନୀୟ କ୍ଷତି ଘଟୁ, ସେଥିପ୍ରତି ସେ ୃଷ୍ଟି ିଏନାହିଁ । ତେବେ ୁଃଖର କଥା ହେଉଛି ଓଡ଼ିଶା ଇତିହାସର ସ୍ପଷ୍ଟଚିତ୍ର ଏ ପର୍ଯ୍ୟନ୍ତ ଓଡ଼ିଶାବାସୀ ପାଇପାରିଲେ ନାହିଁ । ଯେତକ ଐତିହାସିକ ତଥ୍ୟ ଅଛି, ସେତକ ମଧ୍ୟ ଆମର ତଥାକଥିତ ବୁଦ୍ଧିଜୀବୀ ଓ ବିଚାରଶୀଳ ପାଠୁଆଗଣ ଠିକ୍ଭାବରେ ଆମ ୭୪ଭାଗ ଅବୁଝା ସାଧାରଣଲୋକଙ୍କ ମଗଜରେ ପୂରାଇ ପାରିଲେନାହିଁ । ଏହାର ପ୍ରକୃଷ୍ଟୃଷ୍ଟାନ୍ତ ହେଉଛି ଓଡିଆଭାଷାର ଶାସ୍ତ୍ରୀୟତାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ।ବି ୁପସ୍ଥାପନ କରିବାରେ ଏମାନଙ୍କ ପଛଘୁ•ା । ୀର୍ଘ ଏକବର୍ଷଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡିର ବ୍ୟକ୍ତିବିଶେଷ ଏବଂ ବହୁ ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବାପରେ ମାତ୍ର ଆଠଜଣ ବ୍ୟକ୍ତିହରପ୍ରସା ।ସ( ସମାଜ-୪/୨/୨୦୦୯), ବରେନ୍ଦ୍ରକୃଷ୍ଣ ଧଳ(ଧରିତ୍ରୀ, ସାମୁଖ୍ୟ-୨୫/ ୧୨/୨୦୦୯), ସୁବ୍ରତ ପୃଷ୍ଟି (ଏଷଣା-୫୯, କୋଣାର୍କ-୧୫୭, ସମାଜ-୨୦/୯/ ୧୦) ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର( କୋଣାର୍କ-୧୫୪), ଡଃ ବେୀପ୍ରସନ୍ନ ପଟ୍ଟନାୟକ(ସମାଜ୧୬/୧/୧୦) ଡଃ. ବସନ୍ତ କୁମାର ପଣ୍ଡା( ସମାଜ-୭/୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦), ଡଃ. ଶୁଭକାନ୍ତ ବେହେରା ( ସମାଜ-୨୧/୮/୧୦) ଓଡିଆଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି । ୁଃଖର କଥା ଓଡିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ଜାତୀୟତାପାଇଁ ଚିକ୍ରାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର; ଏପରିକି ରାଜନେତା ଏହି ଆଲୋଚନାଠାରୁ ବହୁ ୂରରେ ଅଛନ୍ତି ।ଓଡ଼ିଶାର ଜଣେ ସୁପରିଚିତ ସ୍ତମ୍ଭକାରଙ୍କ ଓଡ଼ିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ସଂପର୍କୀତ ୩ଟି ବିସ୍ତୃତ ଆଲେଖ୍ୟ, ଯାହା ବହୁଳ ପ୍ରସାରିତ ୈନିକ ଖବରକାଗଜର ତିନୋଟି ମଙ୍ଗଳବାର ସଂଖ୍ୟାରେ ପ୍ରକାଶ ହୋଇଥିଲା । ଏହି ଆଲେଖ୍ୟ ତିନୋଟିରେ ଯିଓ ସେ ଓଡ଼ିଆଭାଷାର ଶାସ୍ତ୍ରୀୟମାନ୍ୟତା ବିଷୟରେ ଲେଖିଛନ୍ତି ; ମାତ୍ର ତାହା କିପରି ହେବ, କାହିଁକି ମାନ୍ୟତା ିଆଯିବ, ଏଥିରେ କାହାର କି ପ୍ରକାରର ଭୂମିକା ରହିଛି, ସେ ବିଷୟରେ ସଠିକ୍ ତଥ୍ୟ ପ୍ରାନପୂର୍ବକ ବିଶ୍ଳେଷଣ କରିବା ବଳରେ ନିଜ ପାଣ୍ଡିତ୍ୟ ପ୍ରର୍ଶନପୂର୍ବକ ବିଷୟଭିନ୍ନ ତଥ୍ୟର ଅବତାରଣା କରି ଏହି ।ବିକୁ ପରୋକ୍ଷରେ ୁର୍ବଳ କରି େଇଛନ୍ତି । ପୁଣି ଓଡ଼ିଆଭାଷାର ପ୍ରାଚୀନତା ର୍ଶାଇବାକୁ ଯାଇ ଏକ ପ୍ରାଚୀନ ଓଡ଼ିଆ କବିତାର ୃଷ୍ଟାନ୍ତ ଡଃ କରୁଣାକର କରଙ୍କ ଗବେଷଣାତ୍ମକ ସନ୍ଦର୍ଭ ତଥା ଓଡ଼ିଆ ସାହିତ୍ୟ ଏକାଡେମୀ୍ୱାରା ପ୍ରକାଶିତ ‘ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ’ ନାମକ ପୁସ୍ତକରୁ ଉଦ୍ଧାର ନ କରି ଇ•ରନେଟ୍ରେ ଥିବା ଏହାର ଇଂରାଜୀ ରୂପାନ୍ତରରୁ ଅବିକଳ ଅନୁବା କରିଥିବାରୁ କବିତାଟି